Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନୂଆ ନେତା ବାଛିଲା ହେଜବୁଲ୍ଲା, ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ ପାଇଁ କଲା ପ୍ଲାନ

International

ନୂଆ ନେତା ବାଛିଲା ହେଜବୁଲ୍ଲା, ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ ପାଇଁ କଲା ପ୍ଲାନ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ନୂଆ ନେତା ବାଛିଲା ହେଜବୁଲ୍ଲା, ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ ପାଇଁ କଲା ପ୍ଲାନ

Key Points

  • ନୂଆ ନେତା ବାଛିଲା ହେଜବୁଲ୍ଲା
  • ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ ପାଇଁ କଲା ପ୍ଲାନ
  • ଇରାନରେ ଲୁଚିଛି କାସିମ୍‌

ଅର୍ଗସ ବ୍ୟୁରୋ: ହେଜବୁଲ୍ଲା ମୁଖ୍ୟ ନସରଲ୍ଲା ନିପାତ ହେବା ପରେ ଇସ୍ରାଏଲ-ହେଜବୁଲ୍ଲା ଯୁଦ୍ଧର ପରିସମାପ୍ତି ହେବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେହି ଚର୍ଚ୍ଚାରେ ଏବେ ପୂର୍ଣ୍ଣଚ୍ଛେଦ ପକାଇଛି ହେଜବୁଲ୍ଲା । କାରଣ ନସରୁଲ୍ଲାର ମୃତ୍ୟୁ ପରେ ଏବେ ନୂଆ ନେତା ବାଛିବା ସହିତ ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ କରିବାକୁ କୁଆଡ଼େ ପ୍ଲାନ କରୁଛି । ଯାହାକୁ ନେଇ ଏବେ ଚିନ୍ତା ବଢିଛି ।

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଥମୁନି ଚର୍ଚ୍ଚା । କାରଣ ଇସ୍ରାଏଲ ଓ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧକୁ ନେଇ ବିଶ୍ଵ ନେତା ବି ଚିନ୍ତାରେ ଅଛନ୍ତି । ଏହାରି ଭିତରେ ନସରଲ୍ଲାର ସ୍ଥାନ ନେଇଛି କାସିମ୍‌ । କୁହାଯାଉଛି ଖୁବଶୀଘ୍ର ସେ ବିଦ୍ଧିବଧ ଭାବରେ ଦାୟିତ୍ଵ ନେବ । ଯେହେତୁ ଆତଙ୍କୀକୁ ଖୋଜି ଖୋଜି ନିପାତ କରୁଛି ଇସ୍ରାଏଲ । ତେଣୁ ଆକ୍ରମଣ ଭୟରେ ନାସିମ ଏବେ ଇରାନରେ ଲୁଚିଛି । ଇସ୍ରାଏଲ ଆକ୍ରମଣ ଭୟରେ ସେ ତେହରାନରେ ରହୁଛି ଏବଂ ସେଠାରୁ ହିଜବୁଲ୍ଲାକୁ ସଂଚାଳନ କରୁଥିବା ଜଣାପଡ଼ିଛି । ଏଠାରେ କହିରଖୁଛୁ କି, ସେପ୍ଟେମ୍ବର ୨୭ରେ ବେରୁତରେ ଇସ୍ରାଏଲର ଏକ ବଡ଼ ଧରଣର ଆକ୍ରମଣରେ ନସରଲ୍ଲାର ମୃତ୍ୟୁ ହୋଇଥିଲା ଏବଂ ଏହାପରେ ଅନେକ ଶୀର୍ଷ ନେତା ମଧ୍ୟ ନିହତ ହୋଇଥିଲେ । ତେଣୁ ହିଜବୁଲ୍ଲାର ମଙ୍ଗ କିଏ ସମ୍ଭାଳିବ ତାହାକୁ ନେଇ ଚର୍ଚ୍ଚା ଚାଲିଥିଲା ।

ନସରୁଲ୍ଲା ନିପାତ ହେବା ପରେ ହେଜବୁଲ୍ଲା ପକ୍ଷରୁ ଏକ ବିବୃତି ଜାରି କରାଯାଇଛି । କୁହାଯାଇଛି, ନଇମ୍ କାସିମ ଶୁରା ପରିଷଦର ମୁଖ୍ୟ ଭାବେ ନିର୍ବାଚିତ ହୋଇଛି । ୧୯୯୧ ମସିହାରୁ ହେଜବୁଲ୍ଲାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିଲା କାସିମ୍‌ । ଦୀର୍ଘଦିନ ଧରି ହେଜବୁଲ୍ଲାର ମୁଖପାତ୍ର ଭାବେ ବି କାର୍ଯ୍ୟ କରିଥିଲା । କାସିମ ଅନେକ ଥର ବିଦେଶୀ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛି ଏବଂ ଇସ୍ରାଏଲ ବିରୋଧରେ ହେଜବୁଲ୍ଲାର ଚେହେରା ଭାବେ ସାମନନାକୁ ଆସିଛି।  ଏବେ କାସିମ ଦ୍ବାରା ହେଜବୁଲ୍ଲା ସଂପୂର୍ଣ୍ଣ ନିୟନ୍ତ୍ରଣ ହେବାକୁ ଥିବା ବେଳେ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମଧ୍ୟ ଏହା ଉପରେ ନଜର ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ହେଜବୁଲ୍ଲା କମାଣ୍ଡର ନସରଲ୍ଲା ନିହତ ହେବାର କିଛିଦିନ ପରେ ଏହାର ଆଉ ଜଣେ କମାଣ୍ଡର ହାସେମ ସଫିଦ୍ଦିନକୁ ଇସ୍ରାଏଲ ନିପାତ କରିଥିଲା। ସଫିଦ୍ଦିନ ନସରଲ୍ଲାର ଉତ୍ତରାଧିକାରୀ ହେବ ବୋଲି ଚର୍ଚ୍ଚା ଚାଲିଥିବା ସମୟରେ ହିଁ ଇସ୍ରାଏଲ ତାକୁ ନିପାତ କରିଥିଲା । ନସରଲ୍ଲାକୁ ହତ୍ୟା କରାଯିବା ପରେ ନଇମ୍ କାସିମ  ୩ ଥର ଗଣମାଧ୍ୟମକୁ ସମ୍ବୋଧିତ ବି କରିଛି । ଅକ୍ଟୋବର ୮ ରେ ଏକ ଭାଷଣରେ ସେ କହିଥିଲା ଯେ ସେ ଅସ୍ତ୍ରବିରତିକୁ ମଧ୍ୟ ସମର୍ଥନ କରୁଛି ଯାହା ଦ୍ୱାରା ଲେବାନନ୍‌ର ଲୋକମାନଙ୍କୁ ସୁରକ୍ଷିତ ରଖାଯାଇପାରିବ । ଇସ୍ରାଏଲ ଗାଜା କିମ୍ବା ଲେବାନନ୍‌ରେ ଅସ୍ତ୍ରବିରତି ପାଇଁ ଏପର୍ଯ୍ୟନ୍ତ ରାଜି ହୋଇନାହିଁ ଏବଂ କ୍ରମାଗତ ଭାବେ ଉଭୟ ଦେଶ ଉପରେ ଆକ୍ରମଣ ଜାରି ରଖିଛି । ତେବେ ଆଗାମୀ ଦିନରେ ସ୍ଥିତି କଣ ହେବ ତାହାକୁ ନେଇ ଚର୍ଚ୍ଚା ଚାଲିଛି ।
 

Argus Whatsapp Channel Mobile Top
Sponsored
Hezbollah | Argus News