Videos
|
International

ଯୁଦ୍ଧକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ଯୁଦ୍ଧକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ପଶ୍ଚିମ ଏସିଆ ଯୁଦ୍ଧ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ । ସୁରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ କମିଟିର ଏହି ବୈଠକରେ ଭାରତ ଉପରେ ଯୁଦ୍ଧର ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଯୁଦ୍ଧ ଯୋଗୁଁ ଭାରତକୁ ତୈଳ ଯୋଗାଣ ପ୍ରଭାବିତ ହୋଇପାରେ । ଆନ୍ତର୍ଜାତିକ ବଜାରରେ ତୈଳ ଦର ବୃଦ୍ଧି ପାଇଲେ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିବ । 

ପଶ୍ଚିମ ଏସିଆ ଯୁଦ୍ଧ ସ୍ଥିତିକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି । ଏହା ଯେମିତି ଭୟଙ୍କର ରୂପ ନ ନିଏ ସେଥିପାଇଁ ସମସ୍ତେ ଉଦ୍ୟମ କରିବା ଦରକାର । ମଧ୍ୟପ୍ରାଚ୍ୟ ସ୍ଥିତିକୁ ନେଇ ଗତରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଥିଲେ ।

ଆହୁରି ପଢନ୍ତୁ ବିଦେଶ ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
High-level meeting chaired by the Prime Minister-modi on the situation of war in West Asia | Argus News