ହିନ୍ଦୀ ଷ୍ଟାଣ୍ଡ ଅପ୍ କମେଡି ବିଦେଶରେ

Key Points
ଆଜ୍ଞା ହଁ ଦର୍ଶକ ବନ୍ଧୁ। ମାଡିସନ ଗ୍ରାଉଣ୍ଡରେ ଇତିହାସ ରଚିଲେ ଇନ୍ଦୋରର ଶକ୍ତ ଲୋଣ୍ଡା ଜାକିର ଖାନ। ପ୍ରଥମ ଥର ଷ୍ଟାଡିୟମରେ ମ୍ୟାଜିକ ହେଲା। ନ୍ୟୁୟର୍କ ଗ୍ରାଉଣ୍ଡରେ ଦେଶୀ ହିନ୍ଦୀ ଫ୍ୟାନ୍ସ ଯେମିତି ରୁଣ୍ଡ ହୋଇଥିଲେ।
ଆଜ୍ଞା ହଁ ଦର୍ଶକ ବନ୍ଧୁ। ମାଡିସନ ଗ୍ରାଉଣ୍ଡରେ ଇତିହାସ ରଚିଲେ ଇନ୍ଦୋରର ଶକ୍ତ ଲୋଣ୍ଡା ଜାକିର ଖାନ। ପ୍ରଥମ ଥର ଷ୍ଟାଡିୟମରେ ମ୍ୟାଜିକ ହେଲା। ନ୍ୟୁୟର୍କ ଗ୍ରାଉଣ୍ଡରେ ଦେଶୀ ହିନ୍ଦୀ ଫ୍ୟାନ୍ସ ଯେମିତି ରୁଣ୍ଡ ହୋଇଥିଲେ। ଲାଗୁ ନ ଥିଲା ମ୍ୟାଡିସନ ସ୍କୋୟାର ଗ୍ରାଉଣ୍ଡ। ଲାଗୁଥିଲା ଇନ୍ଦୋରର ଷ୍ଟାଡିୟମ ବୋଲି। ଜାକିର ଖାନ ସବୁବେଳେ କୁହନ୍ତି ଗରିବ ହୋଇ ଜନ୍ମ ହେବା ଦୁର୍ଭାଗ୍ୟ ନୁହେଁ। କିନ୍ତୁ ଗରିବ ହୋଇ ମରିବା ନିହାତି ଭାବେ ଦୁର୍ଭାଗ୍ୟର କଥା। ଆପଣ ଏମିତି ଅନେକ ଲୋକଙ୍କ ଉଦାହରଣ ଦେଖିଥିବେ ଯେଉଁମାନେ ସମାଜକୁ ପ୍ରେରଣା ଯୋଗାଇଥାନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା ଜାକିର ଏହାର ଏକ ଜ୍ବଳନ୍ତ ଉଦାହରଣ। ପେଷାରେ ଜଣେ ଷ୍ଟାଣ୍ଡ ଅଫ କମେଡିଆନ ଥିବା ଜାକିର କିଛି ବର୍ଷ ମଧ୍ୟରେ ନିଜର ବ୍ୟବହାର ଓ ଦକ୍ଷତା ବଳରେ ଯୁବପିଢ଼ିଙ୍କ ହୃଦୟ ଜିତିପାରିଛନ୍ତି। କେବଳ କମେଡି ନୁହେଁ ତାଙ୍କର ଉଚ୍ଚକୋଟୀର ଚିନ୍ତାଧାରା ଏବଂ କଥାକୁ ମଧ୍ୟ ସେ ପଡକାଷ୍ଟ ମାଧ୍ୟମରେ ପ୍ରେଜେଣ୍ଟ କରନ୍ତି। ଯାହାକୁ ସମସ୍ତେ ପସନ୍ଦ କରନ୍ତି। ବର୍ଣ୍ଣ ଗୋରା ନ ହେଲେ ବି ଅଭିନୟରେ ମଧ୍ୟ ଯାଦୁ ଦେଖାଇଛନ୍ତି। ଓ୍ବେବସିରିଜ ଚାଚା ବିଧାୟକ ହୈ ହମାରେ ରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ। ତେବେ ଜାକିର ଏବେ ଇତିହାସ ରଚିଛନ୍ତି କହିଲେ କିଛି ଭୁଲ ହେବ ନାହିଁ।
📱 Get Argus News App
✨ନ୍ୟୁୟର୍କର ମାଡିସନ ସ୍କୋୟାର ଗାର୍ଡେନରେ ପ୍ରଥମଥର ପାଇଁ ଜଣେ ଭାରତୀୟ କମେଡିଆନ ହିନ୍ଦୀରେ କମେଡି କରି ଫ୍ୟାନ୍ସଙ୍କ ମନ କିଣିନେଇଛନ୍ତି। ଆଉ ସେ ଷ୍ଟାଣ୍ଡ ଅଫ କମେଡିଆନ ଆଉ କେହି ନୁହନ୍ତି ନିଜେ ଜାକିର ଖାନ। ଖାଲି ପ୍ରଶଂସା ନୁହେଁ ଟାଇମ ସ୍କୋୟାରରେ ତାଙ୍କ ଫିଚର ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଯାହାକୁ ଦେଖି ଜାକିର ନିଜେ ଇମୋସନାଲ ହୋଇଯାଇଥିଲେ। କାରଣ ଜଣେ ମଧ୍ୟବିତ୍ତ ପରିବାରରୁ ଆସି ଏତେ ବଡ଼ ସଫଳତା ପାଇବା କିଛି ସାଧାରଣ କଥା ନୁହେଁ। ୧୭ ଅଗଷ୍ଟ ୨୦୨୫ରେ, ମାଡିସନ ସ୍କୋୟାର ଗାର୍ଡେନରେ ଜାକିର ଖାନଙ୍କ ହିନ୍ଦୀରେ କମେଡି ଶୋ' ଆୟୋଜିତ ହୋଇଥିଲା। ଏବଂ ସେ ପ୍ରଥମ ଥର ପାଇଁ ବିଦେଶରେ ହିନ୍ଦୀରେ ପ୍ରୋଗ୍ରାମ କରିବାର ରେକର୍ଡ ସୃଷ୍ଟି କରିଛନ୍ତି। ଜାକିର ଇତିହାସର ପ୍ରଥମ ଭାରତୀୟ ଷ୍ଟାଣ୍ଡ ଅଫ କମେଡିଆନ ଭାବେ ସବୁ ରେକର୍ଡ ବ୍ରେକ କରିଲେ। ଜାକିର ସେଠାରେ ନିଜ କମେଡିର ଯାଦୁ ଏମିତି ଦେଖାଇଲେ ଯେ, ଖାଲି ଭାରତୀୟ କାହିଁକି ବିଦେଶୀ ମଧ୍ୟ ଭୁରି ଭୁରି ପ୍ରଶଂସା କଲେ। ଯେତେବଳେ ଶୋ' ଶେଷ ହେଲା ଜାକିରଙ୍କ ପାଇଁ ସମସ୍ତେ ତାଳି ବଜାଇଥିଲେ। ବହୁତ ସାରା ସମ୍ମାନ ଜଣାଇଥିଲେ। ଜାକିର ମଧ୍ୟ ସମସ୍ତଙ୍କୁ ମୁଣ୍ଡ ନୁଆଁଇ ଧନ୍ୟବାଦ ଜଣାଇଥିଲେ। ଚାରିଆଡେ ଅନ ଥିଲା ଫ୍ଲାସ ଲାଇଟ। ଏତେ ଭିଡ ଆଉ ଭଲ ପାଇବା ଦେଖି ଜାକିର ଖୁସିରେ କାନ୍ଦି ପକାଇଥିଲେ। ଜଣେ କଳାକାର ପାଇଁ ୟା ଠାରୁ ବଡ଼ କଥା ଆଉ କଣ ହୋଇପାରେ। ଶେଷରେ ପୁଣି ଜାକିରଙ୍କ କଥା ପଦେ ହସିବା ପାଇଁ ଭାଷା ଟ୍ରାନ୍ସଲେଟ୍ର କୌଣସି ଆବଶ୍ୟକତା ନାହିଁ। ହିନ୍ଦୀ ଭାଷା ଆଜି ବିଶ୍ବସ୍ତରରେ ଆଦୃତ ହୋଇଛି ଯାହା ଅତ୍ୟନ୍ତ ଗର୍ବର ବିଷୟ। ଇନ୍ଦୋର ଗଲିର ଜାକିର ଖାନଙ୍କୁ ମାଡିସନ ଗାର୍ଡେନ ସବୁବେଳେ ମନେ ରଖିବ।