Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପାକିସ୍ତାନରେ ହିନ୍ଦୁ ନାବାଳିକାଙ୍କ ଧର୍ମ ପରିବର୍ତ୍ତନ, ବିରୋଧ କଲେ ଅଭିଭାବକ

Swoyang prajna Mishra
Browse all articles by Swoyang prajna Mishra
·12 months ago·2 min read
ପାକିସ୍ତାନରେ ହିନ୍ଦୁ ନାବାଳିକାଙ୍କ ଧର୍ମ ପରିବର୍ତ୍ତନ, ବିରୋଧ କଲେ ଅଭିଭାବକ

Key Points

ବର୍ତ୍ତମାନ ସିନ୍ଧ୍‌ର ତନ୍ଦୋ ଅଲ୍ଲାହୟାର ଜିଲ୍ଲାରେ ତିନିଜଣ ନାବାଳିକାଙ୍କ ପରିବାର ଲୋକେ ଏହି ଘଟଣାକୁ ନେଇ ପୋଲିସ ଷ୍ଟେସନରେ ଏଫଆଇଆର(FIR) ଦୋଇଛନ୍ତି । ସେଥିରେ ଲେଖାଅଛି, କି ତିନିଟି ଅଲଗା ଅଲଗା ସ୍ଥାନରେ ନାବାଳିକା ୩ ଜଣଙ୍କୁ ଅପହରଣ କରାଯାଇ ଜୋର ଜବରଦସ୍ତ ତାଙ୍କର ଧର୍ମ ପରିବର୍ତ୍ତନ କରାଯାଇ ତାଙ୍କୁ ମୁସଲିମ ବ୍ୟକ୍ତିଙ୍କ ସହ ବିବାହ କରାଯାଉଛି ।

ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ଅତ୍ୟାଚାର କରିବା ଘଟଣା ନୂଆ ନୁହେଁ । ପାକିସ୍ତାନର ସିନ୍ଧୁ ପ୍ରାନ୍ତରେ ପ୍ରତିଦିନ ଏପରି ଘଟଣା ନଜରରେ ଆସେ ଯେଉଁଠି ହିନ୍ଦୁ ମହିଳାମାନଙ୍କୁ ଧର୍ମାନ୍ତରଣ କରି ମୁସଲିମ ବ୍ୟକ୍ତିଙ୍କ ସହ ତାଙ୍କର ବିବାହ କରାଯାଏ । ତେବେ ବର୍ତ୍ତମାନ ସିନ୍ଧ୍‌ର ତନ୍ଦୋ ଅଲ୍ଲାହୟାର ଜିଲ୍ଲାରେ ତିନିଜଣ ନାବାଳିକାଙ୍କ ପରିବାର ଲୋକେ ଏହି ଘଟଣାକୁ ନେଇ ପୋଲିସ ଷ୍ଟେସନରେ ଏଫଆଇଆର(FIR) ଦୋଇଛନ୍ତି । ସେଥିରେ ଲେଖାଅଛି, କି ତିନିଟି ଅଲଗା ଅଲଗା ସ୍ଥାନରେ ନାବାଳିକା ୩ ଜଣଙ୍କୁ ଅପହରଣ କରାଯାଇ ଜୋର ଜବରଦସ୍ତ ତାଙ୍କର ଧର୍ମ ପରିବର୍ତ୍ତନ କରାଯାଇ ତାଙ୍କୁ ମୁସଲିମ ବ୍ୟକ୍ତିଙ୍କ ସହ ବିବାହ କରାଯାଉଛି ।

ତେବେ ଏହି ଧର୍ମ ପରିବର୍ତ୍ତନକୁ ନେଇ ସେମାନଙ୍କ ପରିବାର ପକ୍ଷରୁ ବିରୋଧ କରାଯାଇଛି, ଏବଂ ସେହି ଅପହରଣକାରୀଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି । ଏଫଆଇଆର ଦେବାପରେ ସେମାନେ ଥାନା ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଯେପର୍ଯ୍ୟନ୍ତ ଅପହରଣକାରୀଙ୍କୁ ଗିରଫ ନକରାଯାଇଛି, ସେମାନେ ବିରୋଧ କରିବେ ବୋଲି ପୋଲିସକୁ କଡା ଚେତାବନୀ ଦେଇଛନ୍ତି ।

ତେବେ ମଙ୍ଗଳବାରଦିନ ଏହି ତିନିଜଣ ଝିଅ ଅପହରଣକାରୀଙ୍କ ସହ କୋର୍ଟରେ ହାଜିର ହୋଇଥିଲେ । ହେଲେ ସମସ୍ତଙ୍କ ସାମ୍ନାରେ ସେହି ୨ଜଣ ନାବାଳିକା କହିଥିଲେ, ସେମାନେ ନିଜ ଇଚ୍ଛାରେ ମୁସଲିମ ଧର୍ମ ପରିବର୍ତ୍ତନ କରି ନିଜ ପ୍ରେମୀକଙ୍କୁ ବିବାହ କରିଛନ୍ତି । ତେବେ ଏହାକୁ ନେଇ ସିନ୍ଧର ମାନବାଧିକାର ଆୟୋଗ ପକ୍ଷରୁ ପୋଲିସ ସୁପରିଟେଣ୍ଡେଣ୍ଟଙ୍କୁ ଏକ ପତ୍ରଦ୍ବାରା ଏହି ୩ ଝିଅଙ୍କ ମାମଲାରେ ନିଷ୍ପକ୍ଷ ଯାଞ୍ଚ ପାଇଁ କୁହାଯାଇଛି। ଯଦି ସେମାନେ ପ୍ରକୃତରେ ନାବାଳିକା ତେବେ ତାଙ୍କର ବିବାହ ସିନ୍ଧ୍ ବିବାହ ପ୍ରତିବନ୍ଧକ ଆଇନ, ୨୦୧୩ ଅନୁଯାୟୀ ବେଆଇନ ହେବ ।

ତେବେ ପାକିସ୍ତାନରେ ପୋଲିସ ପ୍ରଶାସନ ଏବଂ ସରକାରଙ୍କ ଉପରେ ଅଳ୍ପସଂଖ୍ୟକ ହିନ୍ଦୁ ଏବଂ ଅନ୍ୟ ଅଳ୍ପସଂଖ୍ୟକ ସମୁଦାୟଙ୍କ ମଧ୍ୟରେ ଭେଦଭାବ ଏବଂ ତାଙ୍କର ଅଧିକାରୀଙ୍କୁ ଅଣଦେଖଆ କରିବାର ଆରୋପ ଲଗାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hindu minor girl's religious conversion in Pakistan, guardian protests | Argus News