Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଜାଗୋ ହିନ୍ଦୁ, ଜାଗୋ ହିନ୍ଦୁ ନାଁରେ ଥରଥର ବାଂଲାଦେଶ

Smruti Parija
Browse all articles by Smruti Parija
·1 year ago·1 min read
ଜାଗୋ ହିନ୍ଦୁ, ଜାଗୋ ହିନ୍ଦୁ ନାଁରେ ଥରଥର ବାଂଲାଦେଶ

ଅର୍ଗସ ବ୍ୟୁରୋ: ବାଂଲାଦେଶରେ ରାସ୍ତାକୁ ଓହ୍ଲାଇଲେ ହିନ୍ଦୁ । ହିନ୍ଦୁଙ୍କ ଉପରେ ସାରା ଦେଶରେ ଅତ୍ୟାଚାର ହେଉଥିବାରୁ ଏହାର ବିରୋଧରେ ଢାକାରେ ବିଶାଳ ସଂଖ୍ୟାରେ ହିନ୍ଦୁ ସମ୍ପ୍ରଦାୟର ଲୋକେ ଏକତ୍ରିତ ହୋଇଛନ୍ତି । ଜାଗୋ ହିନ୍ଦୁ, ଜାଗୋ ହିନ୍ଦୁ ନାଁରେ ଥରଥର ହୋଇଛି ବାଂଲାଦେଶ । ହିନ୍ଦୁ ସଙ୍ଗଠନ ପକ୍ଷରୁ ହେଉଥିବା ହିଂସା ବିରୋଧରେ ହରେକୃଷ୍ଣ ହରେରାମର ନାରା ଲଗାଯାଇଛି । ହଜାରହଜାର ସଂଖ୍ୟାରେ ହିନ୍ଦୁ ଏକତ୍ରିତ ହୋଇଛନ୍ତି । ହିନ୍ଦୁଙ୍କ ଉପରେ ଜୁଲୁମ ବନ୍ଦ ନ ହେଲେ ଆଗକୁ ସଂଗ୍ରାମ ତୀବ୍ରତର ହେବା ନେଇ ମଧ୍ୟ ସଙ୍ଗଠନଗୁଡ଼ିକ ଚରମବାଣୀ ଶୁଣାଇଛନ୍ତି । 

ହିଂସା ଭିତରେ ଶପଥ ନେଲା ନୂଆ ସରକାର : ଶୁଭେଚ୍ଛା ଜଣାଇଲେ ମୋଦି

ଖାଲି ଢାକାରେ ଯେ ପ୍ରତିବାଦ ହୋଇଛି ତାହା ନୁହେଁ । ଆମେରିକାରେ ମଧ୍ୟ ବିରୋଧର ସ୍ବରକୁ ଉଚ୍ଚା କରିଛନ୍ତି ହିନ୍ଦୁ ସଙ୍ଗଠନ । ନ୍ୟୁୟର୍କରେ ଥିବା ଜାତିସଂଘ ମୁଖ୍ୟାଳୟ ଆଗରେ ଦେଖିବାକୁ ମିଳୁଛି ହିନ୍ଦୁମାନଙ୍କ ବିକ୍ଷୋଭ । ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ କରାଯାଉଥିବା ହେଉ ପ୍ରତିବାଦରେ ମଧ୍ୟ ଶହଶହ ହିନ୍ଦୁ ସାମିଲ ହୋଇଛନ୍ତି । ଶତ୍ରୁଙ୍କୁ ସତର ଥର ପ୍ରାଣଭିକ୍ଷା ଦେଉଥିବା ହିନ୍ଦୁଙ୍କ ଉପରେ ଆକ୍ରମଣକୁ ଚାରିଆଡ଼େ ନିନ୍ଦା କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଲଗାତାର ଭାବେ ବାଂଲାଦେଶରେ ହିନ୍ଦୁମାନଙ୍କୁ ଟାର୍ଗେଟ୍ କରାଯାଉଛି । ମନ୍ଦିର ଉପରେ ଆକ୍ରମଣ ହେବା ସହ ଘରୁ ସେମାନଙ୍କୁ ଉଠାଇ ନିଆଯାଉଥିବାର ଖବର ମଧ୍ୟ ସାମ୍ନାକୁ ଆସୁଛି । ଦୋକାନ୍ ଲୁଟ୍ ହେଉଛି କେଉଁଠି ଘରେ ନିଆଁ ଲଗାଇ ଦିଆଯାଉଛି । ଏସବୁ ଆଉ ବରଦାସ୍ତ ନ କରି ଏଥର ରାଜରାସ୍ତାକୁ ଓହ୍ଲାଇଛନ୍ତି ହିନ୍ଦୁ ସଙ୍ଗଠନ । ଆରପାରର ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି ।


ବାଂଲା ଆତଙ୍କବାଦୀକୁ ନେଇ ଭାରତର ଡର , ଆଶଙ୍କାରେ ଭାରତ

Sponsored
Hindus in Bangladesh try to flee to India amid violence | Argus News