Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବୈଜ୍ଞାନିକଙ୍କ ଆଶଙ୍କା ! ନୂଆ ରୂପରେ ମାଡ଼ି ଆସିବ କି କରୋନା ଭାଇରସ୍ ?

International

ବୈଜ୍ଞାନିକଙ୍କ ଆଶଙ୍କା ! ନୂଆ ରୂପରେ ମାଡ଼ି ଆସିବ କି କରୋନା ଭାଇରସ୍ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ବୈଜ୍ଞାନିକଙ୍କ ଆଶଙ୍କା ! ନୂଆ ରୂପରେ ମାଡ଼ି ଆସିବ କି କରୋନା ଭାଇରସ୍ ?

ଚୀନରେ ପୁଣି ଭାଇରସ୍ ଆତଙ୍କ । ଫେରିଲା ନୂଆ କରୋନା ଭାଇରସ୍ । ବାଦୁଡ଼ି ଠାରେ ଠାବ ହୋଇଛି ନୂଆ ଭାଇରସ୍ HKU5-COV-2 । ଚୀନର ବ୍ୟାଟ ଓମ୍ୟାନ ଭାବେ ଜଣାଶୁଣା ଭାଇରୋଲୋଜିଷ୍ଟ ସି ଝେଙ୍ଗଲି ବାଦୁଡ଼ି ଦେହରେ ନୂଆ ଭାଇରସ ଠାବ କରିଛନ୍ତି । ପୂର୍ବ ମହାମାରୀର କାରଣ ସାଜିଥିବା SARS-CoV-2 ଭାଇରସ ସହ ଏହାର ଅନେକ ସାମାଞ୍ଜସ୍ୟ ରହିଛି ।

ଚୀନର ଏହି ନୂଆ ଭୂତାଣୁ ଆଉ ଏକ ମହାମାରୀର କାରଣ ସାଜିପାରେ । ଏହି ନୂଆ ଭୂତାଣୁ କୋଭିଡ-୧୯ ଭଳି, ମଣିଷକୁ ସଂକ୍ରମଣ କରିବାର ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ବିଶ୍ୱର ବିଭିନ୍ନ ରାଷ୍ଟ୍ର ମାନଙ୍କ ମଧ୍ୟରେ ଛନକା ପଶିଛି । ତେବେ ଏହି ଭୂତାଣୁ ବର୍ତ୍ତମାନ ଯାଏଁ କୌଣସି ମଣିଷ ଠାରେ ଠାବ କରାଯାଇନାହିଁ ।

ଆଞ୍ଜିଓ ଟେନସିନ୍ କନଭର୍ଟିଂ ଏନଜାଇମ୍ ବା ACE2 ରିସେପ୍ଟର ମାଧ୍ୟମରେ ଏହା ମଣିଷ ଶରୀରକୁ ବ୍ୟାପି ପାରିବ । SARS-CoV-2 ମଧ୍ୟ ACE2 ରିସେପ୍ଟର ଦ୍ବାରା ବ୍ୟାପୁଥିଲା । ତେବେ କରୋନା ଭାଇରସ ବ୍ୟାପିବା ଆରମ୍ଭ ସମୟରେ ବାଦୁଡ଼ି ଠାରୁ ଉତ୍ପତ୍ତି ହୋଇଥିବା ଚର୍ଚ୍ଚା ହୋଇଥିଲା ।

ଚାଇନାର ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନକାରୀ ଏହି ନୂଆ ଭୂତାଣୁକୁ ଠାବ କରିଛନ୍ତି । ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକ ମାନେ ଆଶଙ୍କା କରିଛନ୍ତି ।

ଏହା କେବଳ ବାଦୁଡି ନୁହେଁ ମଣିଷ ସମେତ ଅନେକ ପ୍ରାଣୀ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି ।  କରୋନା ଭାଇରସ ବ୍ୟାପିଥିବା ବେଳେ ଭାଇରସ୍ ସହ ଉହାନ ଲ୍ୟାବ୍‌ର ସଂପର୍କ ନଥିବା କହିଥିଲେ ସି ଝେଙ୍ଗଲୀ । କିନ୍ତୁ ସେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଉହାନ ଲ୍ୟାବରୁ ଲିକ୍ ହୋଇଛି ଭାଇରସ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
HKU5-CoV-2, the new bat coronavirus in China that could trigger another Covid-19 pandemic? | Argus News