Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହାକାଶରେ ଗୀତ ଗାଇଲେ ହଲିଉଡ ଗାୟିକା କେଟି ପେରୀ

International

ମହାକାଶରେ ଗୀତ ଗାଇଲେ ହଲିଉଡ ଗାୟିକା କେଟି ପେରୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ମହାକାଶରେ ଗୀତ ଗାଇଲେ ହଲିଉଡ ଗାୟିକା କେଟି ପେରୀ

Key Points

ମହାକାଶ ବୁଲି ଫେରିଲେ ୬ ମହିଳା
୧୯୬୩ ପରେ ପ୍ରଥମଥର ମହିଳାଙ୍କ ମହାକାଶ ଯାତ୍ରା
ମହାକାଶରେ ଗୀତ ଗାଇଲେ ହଲିଉଡ ଗାୟିକା କେଟି ପେରୀ
ପୃଥିବୀକୁ ଫେରି ମହିଳା ବଖାଣିଲେ ଭାବପ୍ରବଣ ଅନୁଭୂତି

ମହାକାଶରେ ୧୧ ମିନିଟ୍ । ଇତିହାସ ରଚିଛନ୍ତି ମହାକାଶ ଯାତ୍ରାରୁ ଫେରିଥିବା ୬ ମହିଳା । ହଲିଉଡର ପ୍ରସିଦ୍ଧ ଗାୟିକା କେଟି ପେରି, ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସଙ୍କ ବାନ୍ଧବୀ ଲରେନ୍ ସାଞ୍ଚେଜଙ୍କ ସମେତ ଯାତ୍ରାରେ ସାମିଲ ହୋଇଥିଲେ ଗଣମାଧ୍ୟମ ଏବଂ ବିଜ୍ଞାନ ସହିତ ଜଡିତ ଆଉ ଚାରି ଜଣ ମହିଳା । ସୋମବାର ସନ୍ଧ୍ୟା ୭ଟାରେ ଟେକ୍ସାସର ଭେନ ହର୍ଣ୍ଣ ଲଞ୍ଚପ୍ୟାଡରୁ ଉଡ଼ାଣ ଆରମ୍ଭ କରିଥିଲା ରକେଟ। ପ୍ରାୟ ୨୦୦ କିମି ଯାତ୍ରା କରି ୧୧ ମିନିଟ ପରେ ପୃଥିବୀ ପୃଷ୍ଠକୁ ସୁରକ୍ଷିତ ଫେରିଥିଲେ ଯାତ୍ରୀ । ଅବତରଣ କରିବା ପରେ ସମସ୍ତ ଯାତ୍ରୀ ଖୁସିରେ ନାଚି ଉଠିଥିଲେ। ପୃଥିବୀକୁ ଫେରି ଭୂମିକୁ ଚୁମ୍ବନ ଦେଇଥିଲେ କେଟି । ମାଆ ହେବା ପରେ ଏହା ତାଙ୍କ ଜୀବନର ଦ୍ୱିତୀୟ ସର୍ବୋତ୍ତମ ଅନୁଭୂତି ବୋଲି କହିଛନ୍ତି କେଟି। ଉଡ଼ାଣ ସମୟରେ ସେ ‘ହ୍ୱାଟ୍ ଏ ୱାଣ୍ଡରଫୁଲ୍ ୱର୍ଲ୍ଡ’ ଗୀତ ଗାଇଥିଲେ। ଏହି ଯାତ୍ରା ପାଇଁ ସେମାନଙ୍କୁ ୧.୧୫ କୋଟି ଟଙ୍କା ଭଡ଼ା ଦେବାକୁ ପଡ଼ିଛି ।

ଏହି ଅଭିଯାନ ବ୍ଲୁ ଅରିଜିନରେ ‘ନ୍ୟୁ ସେପର୍ଡ’ କାର୍ଯ୍ୟକ୍ରମର ଅଂଶବିଶେଷ। କମ୍ପାନୀର ୧୧ତମ ଅଭିଯାନର ନାମ ଏନଏସ୍‌-୩୧ ରଖାଯାଇଥିଲା । ମହିଳା ଯାତ୍ରୀମାନେ ଶବ୍ଦଠାରୁ ତିନି ଗୁଣ ବେଗରେ ମହାକାଶକୁ ଯାଇଥିଲେ। ପୃଥିବୀଠାରୁ ୬୨ କିମି ଉପରେ ଭାସିବା ପରେ ସୁରକ୍ଷିତ ଫେରି ଆସିଥିଲେ। ପାରାଚୁଟ ମାଧ୍ୟମରେ ସୁରକ୍ଷିତ ଭାବେ ଅବତରଣ କରି ଇତିହାସ ସୃଷ୍ଟି କରିଥିଲେ ୬ଯାତ୍ରୀ ।

୧୯୬୩ ମସିହା ପରେ ପ୍ରଥମଥର ପାଇଁ ସମ୍ପୂର୍ଣ୍ଣ ମହିଳା ଦଳ ମହାକାଶକୁ ଯାତ୍ରା କରି ରେକର୍ଡ କରିଛନ୍ତି । ସେ ସମୟରେ ରୁଷ୍‌ ଇଞ୍ଜିନିୟର ଭେଲେଣ୍ଟିନା ତେରେଶକୋଭା ଏକାକୀ ମହାକାଶକୁ ଯାଇଥିଲେ। ଏହି ମିଶନକୁ ମହିଳା ସଶକ୍ତିକରଣ ଦିଗରେ ଏକ ବଡ଼ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। ଭବିଷ୍ୟତରେ ମହିଳାଙ୍କୁ ଏପରି ମିଶନର ସାମିଲ ହେବାକୁ ଏପରି ଅଭିଯାନ ପ୍ରେରଣା ଯୋଗାଇବ ନିଶ୍ଚୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
hollywood-singer-katy-perry-sings-in-space | Argus News