Hong Kong Fire / ହଂକଂର ଏକ କୋଠାରେ ଭୟାବହ ଅଗ୍ନିକାଣ୍ଡ: ୧୩ଜଣଙ୍କ ମୃତ୍ୟୁ
·7 months ago·2 min read

Key Points
ହଂକଂର ତାଇ ପୋ ଜିଲା ଅନ୍ତର୍ଗତ ଏକ ବହୁତଳ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ବ୍ୟାପିଥିବା ଭୀଷଣ ଅଗ୍ନିକାଣ୍ଡରେ ଅତିକମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି।
ହଂକଂର ତାଇ ପୋ ଜିଲା ଅନ୍ତର୍ଗତ ଏକ ବହୁତଳ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ବ୍ୟାପିଥିବା ଭୀଷଣ ଅଗ୍ନିକାଣ୍ଡରେ ଅତିକମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସହରର ଅଗ୍ନିଶମ ସେବା ବିଭାଗ ବୁଧବାର ଏହି ସୂଚନା ଦେଇଛି।
ଅଗ୍ନିକାଣ୍ଡ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏଥିରୁ ଜଣାପଡ଼ିଛି ଯେ, ପାଖାପାଖି ଥିବା ୫ଟି ବଡ଼ ବିଲ୍ଡିଂରେ ନିଆଁ ଲାଗିଛି । ଅଗ୍ନିଶମ ଅଧିକାରୀଙ୍କ ଅନୁସାରେ, ଏହ ସବୁ ବିଲ୍ଡିଂରେ ଆଉ କେତେ ଲୋକେ ଫସି ରହିଛନ୍ତି ସେନେଇ ଜଣା ପଡ଼ିନାହିଁ । ଅନେକ ଲୋକ ନିଆଁରେ ପୋଡ଼ି ଗୁରୁତର ହୋଇଥିବା ବେଳେ ଅନେକ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା ଏବଂ ହସ୍ପିଟାଲକୁ ନିଆଯାଇଥିବା ଅନ୍ୟ ୪ ଜଣଙ୍କର ପରେ ମୃତ୍ୟୁ ହୋଇଛି।
ଏହି ଅଗ୍ନିକାଣ୍ଡରେ ଅନ୍ୟୂନ ୧୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଅଛନ୍ତି। ପ୍ରାୟ ୭୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଛି।
ଏହାସହ ପଢ଼ନ୍ତୁ: ଶେହବାଜ ସରକାର କଣ କଲେ ମୋ ଭାଇ ସହ, ୨୩ ଦିନ ହେଲା ମିଳୁନି ଖୋଜଖବର...
ନିଆଁକୁ ଆୟତ୍ତ କରିବାକୁ ଯାଇ ଅନେକ ଅଗ୍ନିଶମ ଅଧିକାରୀ ଆହତ ହୋଇଛନ୍ତି । ୩୧ ମହଲା ବିଲ୍ଡିଂରେ ନିଆଁ ଲାଗିଥିବା ବେଳେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି । ଓ୍ବାଙ୍ଗ ଫୁକ୍ କୋର୍ଟ ଆବାସିକ ଅଞ୍ଚଳରେ ମୋଟ ୨୦୦୦ ଆପାର୍ଟମେଣ୍ଟ ରହିଛି । ମିଳିଥିବା ସୂଚନା ଅନୁସାରେ, ଆପାର୍ଟମେଣ୍ଟ ବାହାରେ ଲାଗିଥିବା ବାଉଁଶରେ ନିଆଁ ଲାଗି ପୂରା ବିଲ୍ଡିଂକୁ ବ୍ୟାପିଯାଇଛି । ସେପଟେ କେତେକ ଆପାର୍ଟମେଣ୍ଟରେ ନବୀକରଣ କାର୍ଯ୍ୟ ଚାଲିଥିଲା ।
ତାଇ ପୋ ଜିଲାର ୱାଙ୍ଗ୍ ଫୁକ୍ କୋର୍ଟ ନାମକ ଏହି ହାଉସିଂ କମ୍ପ୍ଲେକ୍ସର ବାହାର ଅଂଶରେ ଲାଗିଥିବା ବାଉଁଶ ମାଚାଂ ଏବଂ ନିର୍ମାଣ ନେଟିଂ ଦେଇ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା।
ଅପରାହ୍ନରେ ଏହି ନିଆଁ ଲାଗିଥିଲା ଏବଂ ରାତି ହେବା ପରେ ଏହାକୁ ସର୍ବୋଚ୍ଚ ସ୍ତର ‘ଲେଭଲ୍ ୫’ର ବିପଦ ସଙ୍କେତକୁ ଉନ୍ନୀତ କରାଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ୧୨୮ଟି ଅଗ୍ନିଶମ ଗାଡ଼ି ଏବଂ ୫୭ଟି ଆମ୍ବୁଲାନ୍ସ ନିୟୋଜିତ କରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ।
ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଏବେ ବି କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଫସି ରହିଥିବା ଅଧିକାଂଶ ଲୋକ ବୃଦ୍ଧ ବୋଲି ଜିଲ୍ଲା ପରିଷଦ ସଦସ୍ୟ ଲୋ ହିଉ-ଫୁଙ୍ଗ ସ୍ଥାନୀୟ ଟିଭି ଚ୍ୟାନେଲକୁ କହିଛନ୍ତି।
Hong Kong hellish inferno: Raging fire spread on BAMBOO scaffolding that had been set up around the exterior of the complex in the city’s Tai Po district https://t.co/UfabmIgwrV pic.twitter.com/2RhfiKYDcj
— RT (@RT_com) November 26, 2025
ଅଗ୍ନିକାଣ୍ଡ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏଥିରୁ ଜଣାପଡ଼ିଛି ଯେ, ପାଖାପାଖି ଥିବା ୫ଟି ବଡ଼ ବିଲ୍ଡିଂରେ ନିଆଁ ଲାଗିଛି । ଅଗ୍ନିଶମ ଅଧିକାରୀଙ୍କ ଅନୁସାରେ, ଏହ ସବୁ ବିଲ୍ଡିଂରେ ଆଉ କେତେ ଲୋକେ ଫସି ରହିଛନ୍ତି ସେନେଇ ଜଣା ପଡ଼ିନାହିଁ । ଅନେକ ଲୋକ ନିଆଁରେ ପୋଡ଼ି ଗୁରୁତର ହୋଇଥିବା ବେଳେ ଅନେକ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା ଏବଂ ହସ୍ପିଟାଲକୁ ନିଆଯାଇଥିବା ଅନ୍ୟ ୪ ଜଣଙ୍କର ପରେ ମୃତ୍ୟୁ ହୋଇଛି।
❗️Several residential high rise buildings are burning in Hong Kong.
— cvetko35 (@cvetko35) November 26, 2025
The fire started at the Wang Fuk Courthouse in Hong Kong's northern Taipou district.
This is a residential complex with 2000 apartments consisting of eight buildings.
Fatalities confirmed. pic.twitter.com/PkME99Qhe1
ଏହି ଅଗ୍ନିକାଣ୍ଡରେ ଅନ୍ୟୂନ ୧୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଅଛନ୍ତି। ପ୍ରାୟ ୭୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଛି।
ଏହାସହ ପଢ଼ନ୍ତୁ: ଶେହବାଜ ସରକାର କଣ କଲେ ମୋ ଭାଇ ସହ, ୨୩ ଦିନ ହେଲା ମିଳୁନି ଖୋଜଖବର...
ନିଆଁକୁ ଆୟତ୍ତ କରିବାକୁ ଯାଇ ଅନେକ ଅଗ୍ନିଶମ ଅଧିକାରୀ ଆହତ ହୋଇଛନ୍ତି । ୩୧ ମହଲା ବିଲ୍ଡିଂରେ ନିଆଁ ଲାଗିଥିବା ବେଳେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି । ଓ୍ବାଙ୍ଗ ଫୁକ୍ କୋର୍ଟ ଆବାସିକ ଅଞ୍ଚଳରେ ମୋଟ ୨୦୦୦ ଆପାର୍ଟମେଣ୍ଟ ରହିଛି । ମିଳିଥିବା ସୂଚନା ଅନୁସାରେ, ଆପାର୍ଟମେଣ୍ଟ ବାହାରେ ଲାଗିଥିବା ବାଉଁଶରେ ନିଆଁ ଲାଗି ପୂରା ବିଲ୍ଡିଂକୁ ବ୍ୟାପିଯାଇଛି । ସେପଟେ କେତେକ ଆପାର୍ଟମେଣ୍ଟରେ ନବୀକରଣ କାର୍ଯ୍ୟ ଚାଲିଥିଲା ।
ତାଇ ପୋ ଜିଲାର ୱାଙ୍ଗ୍ ଫୁକ୍ କୋର୍ଟ ନାମକ ଏହି ହାଉସିଂ କମ୍ପ୍ଲେକ୍ସର ବାହାର ଅଂଶରେ ଲାଗିଥିବା ବାଉଁଶ ମାଚାଂ ଏବଂ ନିର୍ମାଣ ନେଟିଂ ଦେଇ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା।
ଅପରାହ୍ନରେ ଏହି ନିଆଁ ଲାଗିଥିଲା ଏବଂ ରାତି ହେବା ପରେ ଏହାକୁ ସର୍ବୋଚ୍ଚ ସ୍ତର ‘ଲେଭଲ୍ ୫’ର ବିପଦ ସଙ୍କେତକୁ ଉନ୍ନୀତ କରାଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ୧୨୮ଟି ଅଗ୍ନିଶମ ଗାଡ଼ି ଏବଂ ୫୭ଟି ଆମ୍ବୁଲାନ୍ସ ନିୟୋଜିତ କରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ।
ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଏବେ ବି କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଫସି ରହିଥିବା ଅଧିକାଂଶ ଲୋକ ବୃଦ୍ଧ ବୋଲି ଜିଲ୍ଲା ପରିଷଦ ସଦସ୍ୟ ଲୋ ହିଉ-ଫୁଙ୍ଗ ସ୍ଥାନୀୟ ଟିଭି ଚ୍ୟାନେଲକୁ କହିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories