Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଭୟଙ୍କର ଦୃଶ୍ୟ ; ଗାଜାରେ ମୃତ୍ୟୁସଂଖ୍ୟା ୫୪ ହଜାର ଟପିଲା, ଅଳିଆ ଗଦାରୁ ଖାଦ୍ୟ ଖାଉଛନ୍ତି ଲୋକେ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଭୟଙ୍କର ଦୃଶ୍ୟ ; ଗାଜାରେ ମୃତ୍ୟୁସଂଖ୍ୟା ୫୪ ହଜାର ଟପିଲା, ଅଳିଆ ଗଦାରୁ ଖାଦ୍ୟ ଖାଉଛନ୍ତି ଲୋକେ

Key Points

ଗାଜାରେ ମୃତ୍ୟୁସଂଖ୍ୟା ୫୪ ହଜାର ଟପିଛି । କେବଳ ବୋମା କିମ୍ବା ମିସାଇଲ୍‌ରେ ଲୋକଙ୍କର ମୃତ୍ୟୁ ହୋଇନି , ବରଂ ଅନେକ ଛୋଟ ଛୋଟ ନୀରିହ ଛୁଆ ଭୋକ , ଉପାସ, ଜ୍ଵରରେ ପୀଡିତ ହୋଇ ମୃତ୍ୟୁମୁଖରେ ପଡିଛନ୍ତି ।

ଗାଜାରେ ମୃତ୍ୟୁସଂଖ୍ୟା ୫୪ ହଜାର ଟପିଛି । କେବଳ ବୋମା କିମ୍ବା ମିସାଇଲ୍‌ରେ ଲୋକଙ୍କର ମୃତ୍ୟୁ ହୋଇନି , ବରଂ ଅନେକ ଛୋଟ ଛୋଟ ନୀରିହ ଛୁଆ ଭୋକ , ଉପାସ, ଜ୍ଵରରେ ପୀଡିତ ହୋଇ ମୃତ୍ୟୁମୁଖରେ ପଡିଛନ୍ତି । ଗାଜାର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ମୁତାବକ, ଇସ୍ରାଏଲ ଆକ୍ରମଣର ମିସାଇଲ ମାଡ, ବୋମା ବିସ୍ଫୋରଣ ଆଦିରେ ପାଖାପାଖି ୫୪ ହଜାରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।

ରିପୋର୍ଟ ମୁତାବକ , ହମାସ ଏବଂ ଆମେରିକା ଅଧିକାରୀଙ୍କ ମଧ୍ୟରେ ଯୁଦ୍ଧବିରାମକୁ ନେଇ ପରସ୍ପର ବିରୋଧୀ ସନ୍ଦେଶ ସାମ୍ନାକୁ ଆସିଥିଲା । ହମାସ ଆମେରିକାର ପ୍ରସ୍ତାବରେ ରାଜି ହୋଇ ଯାଇଥିଲା । କିନ୍ତୁ ଆମେରିକା ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହି ଭ୍ରମ ଏବଂ ଅନିଶ୍ଚିତତା ଗାଜା ପାଇଁ ଏକ ଦୁଃଖର ବିଷୟ ପାଲଟିଛି ।

ଗାଜାର ପରିସ୍ଥିତି ଭୟଙ୍କରରୁ ଭୟଙ୍କର ସ୍ଥରରେ ପହଞ୍ଚିଛି । ସେଠାରେ ଲୋକେ ଅଳିଆଗଦାରୁ ଖାଦ୍ୟ ଖାଇ ବଞ୍ଚୁଥିବା ଦେଖିବାକୁ ମିଳିଛି । ସେଠାରେ ଜଣେ ୪୦ ବର୍ଷର ମହିଳା ଅବୁ ତାଇମା ଏକ ଶିକ୍ଷିତ ମହିଳା ଅଟନ୍ତି । ସେ ଅଲ୍ କୁଦ୍‌ସ ଓପନ ୟୁନିଭରସିଟିରେ ଇଂରାଜୀରେ ଗ୍ରାଜୁଏସନ କରିଛନ୍ତି । କିନ୍ତୁ ତାଙ୍କର ଏବଂ ତାଙ୍କ ୫ ଜଣ ଛୁଆଙ୍କ ଜୀବନ ଅଳିଆଗଦାରେ ପଡିଥିବା ଖାଦ୍ୟରୁ ଖାଇ ବଞ୍ଚୁଛି । ତାଙ୍କ ଭଳି ପାଖାପାଖି ୨୦ ଲକ୍ଷ ଲୋକ ଏପରି ବଞ୍ଚୁଛନ୍ତି । ୨ ମାର୍ଚ୍ଚରେ ଇସ୍ରାଏଲ ଗାଜାକୁ ସମ୍ପୁର୍ଣ୍ଣ ନାକାବନ୍ଦୀ ଲାଗୁ କରିଥିଲା । ଯାହାଦ୍ଵାରା ସମସ୍ତ ଖାଦ୍ୟ, ପାନୀୟ, ଇନ୍ଧନ, ଔଷଧ ସାମଗ୍ରୀ ଉପରେ ଗାଜା ନିକଟକୁ ଆସିବାକୁ ରୋକ ଲାଗିଥିଲା । ଏପରି କରିବା ଦ୍ଵାରା ଗାଜାରେ ଭୋକ ଉପାସରେ ପିଲାମାନଙ୍କର ମୃତ୍ୟୁ ହେବା ଆରମ୍ଭ ହୋଇଥିଲା । ଯଦି ଖୁବଶୀଘ୍ର ସେମାନଙ୍କ ପାଖରେ ଖାଦ୍ୟ ନପହଞ୍ଚେ ତେବେ ସେଠାରେ ମାନବୀୟ ସଂକଟର ମହାବିନାଶ ଦେଖିବାକୁ ମିଳିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Horrific scene; Gaza death toll passes 54,000, people eating food from garbage dumps | Argus News