Gaza / ଭୟଙ୍କର ପରିସ୍ଥିତି ,୪୮ ଘଣ୍ଟାରେ ଚାଲିଯିବ ୧୪ ହଜାର ଶିଶୁଙ୍କ ଜୀବନ

Key Points
ଆଗାମୀ ୪୮ ଘଣ୍ଟାରେ ମରିଯିବେ ୧୪ହଜାର ଶିଶୁ
ରିଲିଫ ନପହଞ୍ଚିଲେ ଚାଲିଯିବ ଜୀବନ
ଖାଦ୍ୟ , ପାନୀୟ ବିନା ଛଟପଟ ହେଉଛନ୍ତି ଶିଶୁ
ମାତ୍ର ୪୮ ଘଣ୍ଟାରେ ଚାଲିଯିବ ୧୪ ହଜାର ନୀରିହ ଶିଶୁଙ୍କ ଜୀବନ । ଗାଜାରେ ଦେଖାଦେଲାଣି ଭୟଙ୍କର ପରିସ୍ଥିତି । ଇସ୍ରାଏଲ ପାଲେଷ୍ଟାଇନ ଯୁଦ୍ଧରେ ବଳି ପଡିଛନ୍ତି ୧୪ ହଜାର ପିଲା । ଯେଉଁମାନଙ୍କ ପରିସ୍ଥିତି ଦିନକୁ ଦିନ ଆହୁରି ବିଗିଡିବାରେ ଲାଗିଛି । ଯଦି ସେମାନଙ୍କ ପାଖରେ ସଠିକ ସମୟରେ ଆବଶ୍ୟକୀୟ ଖାଦ୍ୟ ପହଞ୍ଚି ନପାରେ ତେବେ ମାତ୍ର ୪୮ ଘଣ୍ଟା ଭିତରେ ହିଁ ୧୪ ହଜାର ପିଲା ନିଜ ଜୀବନ ହରାଇବେ । କାରଣ ଇସ୍ରାଏଲ ମାତ୍ର ସ୍ଵଳ୍ପ ପରିମାଣର ଖାଦ୍ୟ ବର୍ଡର ପାର କରାଇବା ପାଇଁ ଅନୁମତି ଦେଇଛି । ଯାହାକୁ ନେଇ ମିଳିତ ରାଷ୍ଟ୍ରଗୁଡିକ ପକ୍ଷରୁ ଇସ୍ରାଏଲକୁ ଏହା ପ୍ରତି ଦୃଷ୍ଟି ଦେବାକୁ କଡା ଚେତାବନୀ ଦିଆଯାଇଛି । ନଚେତ ଖୁବଶୀଘ୍ର ମାନବିକ ବିପର୍ଯ୍ୟୟ ଦେଖାଯିବ ।
୭ ଅକ୍ଟୋବର ୨୦୨୩ରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଗାଜାକୁ ପୁରା ଅକ୍ତିଆର କରିବାକୁ ଇସ୍ରାଏଲ ତାର ସମସ୍ତ ପ୍ରୟାସ କରିଥିଲା । ଏଥିସହ ଧିରେଧିରେ ଗାଜାକୁ ଯାଉଥିବା ମାନବିକ ସହାୟତାକୁ ବନ୍ଦ କରିବାରେ ଲାଗିଥିଲା । ଯାହାଦ୍ଵାରା ଖାଦ୍ୟ, ପାଣି, ଡାକ୍ତରଖାନା ପାଇଁ ଇନ୍ଧନ , ଶିଶୁଙ୍କ ଆବଶ୍ୟକୀୟ ଖାଦ୍ୟ, ଆବଶ୍ୟକୀୟ ଡାକ୍ତରଖାନା ସାମଗ୍ରୀ ସ୍ଵଳ୍ପ ପରିମାଣରେ ହିଁ ଗାଜା ମଧ୍ୟକୁ ଯିବାର ଅନୁମତି ଥିଲା । ଏମିତି ପରିସ୍ଥିତିରେ ଗାଜାରେ ୮୦ ପ୍ରତିଶତ ମେଡିକାଲ ମଧ୍ୟ ବନ୍ଦ ହୋଇଗଲା । ୯୩ ପ୍ରତିଶତରୁ ଅଧିକ ଶିଶୁ ପୃଷ୍ଟିକର ଜାତୀୟ ଖାଦ୍ୟରୁ ବଞ୍ଚିତ ହେଉଛନ୍ତି । ଯେଉଁ କାରଣରୁ ସେମାନଙ୍କ ଶରୀର ତଥା ଓଜନରେ ଆବଶ୍ୟକୀୟ ପରିମାଣର ବୃଦ୍ଧି ହୋଇ ପାରୁନାହିଁ ।
ୟୁନାଇଟେଡ ନେସନର ହ୍ୟୁମାନିଟାରିଆନ ମୁଖ୍ୟ ଟମ୍ କ୍ଲେଚର କହିଛନ୍ତି, ଆମ ପକ୍ଷରୁ ସେହି ୧୪ ହଜାର ଶିଶୁଙ୍କୁ ବଞ୍ଚାଇବା ପାଇଁ ପୁରା ପ୍ରୟାସ କରାଯାଉଛି । ହଜାର ହଜାର ଖାଦ୍ୟ ପାନୀୟ ଟ୍ରକ ଇସ୍ରାଏଲ ବର୍ଡର ନିକଟରେ ଅଟକିଛି । ଇସ୍ରାଏଲ ଅନୁମତି ଦେବାମାତ୍ରେ ସମସ୍ତ ଆବଶ୍ୟକୀୟ ଜିନିଷ ପିଲାଙ୍କ ନିକଟରେ ଗାଜାରେ ପହଞ୍ଚି ପାରିବ ।
ଏପରି ପରିସ୍ଥିତିରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ସେ ଚାହୁଁଛନ୍ତି ହମାସ୍ ନିକଟରେ ନିଜକୁ ସରେଣ୍ଡର କରିବା ପାଇଁ । ଏବଂ ଖୁବଶୀଘ୍ର ଯୁଦ୍ଧ ବନ୍ଦ କରିବା ପାଇଁ । ଏଥିସହ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଗାଜା ଭିତରକୁ ଛାଡିବା ପାଇଁ ଅନୁମତି ଦେବେ ବୋଲି ସେ କହିଛନ୍ତି । କିନ୍ତୁ ଏବେ ଯାଏଁ ସମସ୍ତ ସାମଗ୍ରୀକୁ ଗାଜା ଭିତରକୁ ଯିବା ଇସ୍ରାଏଲ ପକ୍ଷରୁ ଅନୁମତି ମିଳିନଥିବା କହିଛି ୟୁନାଇଟେଡ ନେସନ ଏଜେନ୍ସି । ସେହପରି ଅନ୍ୟ ଦେଶଗୁଡିକ ଇସ୍ରାଏଲକୁ ଖାଦ୍ୟ ପାନୀର ଅନୁମତି ଦେବାପାଇଁ ଚାପ ପକାଇଛନ୍ତି ।
ତେବେ ଯଦି ୪୮ ଘଣ୍ଟା ମଧ୍ୟରେ ଆବଶ୍ୟକୀୟ ଖାଦ୍ୟ ପାନୀୟ ନପହଞ୍ଚେ ତେବେ ଗାଜାର ଶିଶୁ ମାତ୍ର ୪୮ ଘଣ୍ଟା ମଧ୍ୟରେ ଚାଲିଯିବେ ବୋଲି ୟୁନାଇଟେଡ ନେସନ୍ ଏଜେନ୍ସି ପକ୍ଷରୁ କୁହାଯାଇଛି ।
📱 Get Argus News App
✨Related Topics
Explore more stories