Middle East ConflictSaudi Arabia News / ସାଉଦି ବିମାନବନ୍ଦରରେ ହୁତିର ବଡ଼ ଆକ୍ରମଣ : ଜଣେ ମୃତ, ୮ ଗୁରୁତର
·1 hour ago·2 min read

Key Points
ସାଉଦି ଆରବରେ ହୁତିର ଭୟଙ୍କର ଆକ୍ରମଣ
ବୁଧବାର ବିଳମ୍ବିତ ରାତ୍ରରେ କିଙ୍ଗ୍ ଫହଦ୍ ବିମାନବନ୍ଦରରେ ଆକ୍ରମଣ ହୋଇଛି

ସାଉଦି ଆରବରେ ହୁତିର ଭୟଙ୍କର ଆକ୍ରମଣ । ବୁଧବାର ବିଳମ୍ବିତ ରାତ୍ରରେ କିଙ୍ଗ୍ ଫହଦ୍ ବିମାନବନ୍ଦରରେ ଆକ୍ରମଣ ହୋଇଛି । ଏଥିରେ ସାଉଦିର ଜଣେ ନାଗରିକ ପ୍ରାଣ ହରାଇଥିବା ବେଳେ୮ଜଣ ଆହତ ହୋଇଛନ୍ତି । ସାଉଦି ସିଭିଲ ଆଭିଏସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହାସହ ଅନେକ ବିମାନ ଚଳାଚଳ ମଧ୍ୟ ବାତିଲ ହୋଇଛି ।
କିଙ୍ଗ୍ ଫହାଦ ବିମାନବନ୍ଦର ଗଲଫ୍ ନିକଟବର୍ତ୍ତୀ ଦମ୍ମାମ ଅଞ୍ଚଳରେ ରହିଛି । ଏବା ବାହାରୀନ୍ ଏବଂ କତାରଠୁ ବେଶି ଦୂର ନୁହେଁ । ଏହାପୂର୍ବରୁ ସାଉଦିର ଆଉ କିଛି ବିମାନବନ୍ଦରରେ ମଧ୍ୟ ହୁତି ଆକ୍ରମଣ କରିଥିଲା । ତେବେ ଘଟଣାକୁ ନେଇ ଇରାନ ସମର୍ଥିତ ହୁତି କୌଣସି ପ୍ରତିକ୍ରିୟା ଦେଇ ନାହିଁ । ଅନ୍ୟ ଦିଗରେ କିଛି ଡ୍ରୋନକୁ ଇଣ୍ଟରସେପ୍ଟ୍ କରାଯାଇଥିବା ସାଉଦି ମେଣ୍ଟ ପ୍ରକାଶ କରିଛି ।
ବିମାନବନ୍ଦରରେ ଆକ୍ରମଣ ପୂର୍ବରୁ ଦକ୍ଷିଣ ପୂର୍ବରେ ଥିବା ଆରାମକୋ ତୈଳ ରିଫାଇନାରୀରେ ଡ୍ରୋନର କିଛି ଭଗ୍ନବଶେଷ ପଡିବାରୁ ଦୁଇ ଜଣ ପ୍ରାଣ ହରାଇଥିଲେ । ଏହାସହ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ । ମୃତକ ଦ୍ୱୟ ନେପାଳ ଏବଂ ଫିଲିପାଇନ୍ସର ନାଗରିକ ରହିଥିଲେ । ଆହତଙ୍କ ମଧ୍ୟରେ ଭାରତ ଏବଂ ପାକିସ୍ତାନ ନାଗରିକ ରହିଥିଲେ ।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ହୁତି ପକ୍ଷରୁ ଆରାମକୋକୁ ଟାର୍ଗେଟ୍ କରାଯାଇଥିଲା । ଆରାମକୋର ଆଡମିନଷ୍ଟ୍ରେଟିଭ୍ ବ୍ଲକରେ ମିସାଇଲ ମାଡ ହୋଇଥିଲା । ଏହାସହ କିଛି ବିମାନବନ୍ଦରକୁ ମଧ୍ୟ ଆତଙ୍କବାଦୀଙ୍କ ପକ୍ଷରୁ ଟାର୍ଗେଟ୍ କରାଯାଇଥିଲା । ଏହାପରେ ସାଉଦି ମଧ୍ୟ ଜବାବ ଦେଇଥିଲା । ଯେଉଁଥିରେ ଅନେକ ବିଦ୍ରୋହୀ ପ୍ରାଣ ହରାଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପକ୍ଷେ ଭାରତୀୟ ନାଗରିକ ଥିବା ଜାହାଜ ଉପରେ ସାଉଦି ଆରବ ଆକ୍ରମଣ କରିଛି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଏଭଳି ଅଭିଯୋଗ ଆଣିଛି। ଏହି ଜାହାଜରେ ୧୪ ଭାରତୀୟ ନାଗରିକ ଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ହୁତିମାନେ ଉଦ୍ଧାର କରିଛନ୍ତି ବୋଲି ହୁତି ବିଦ୍ରୋହୀ ସଂଗଠନର ପ୍ରବକ୍ତା ବ୍ରିଗେଡିୟର ୟାହ୍ୟା ସାରୀ କହିଛନ୍ତି।
ସାରୀଙ୍କ କହିବା ଅନୁସାରେ, ଲୋହିତ ସାଗରରେ ଜୁକାର ଆଇସଲ୍ୟାଣ୍ଡ ନିକଟରେ ଭାରତୀୟ ନାଗରିକ ଥିବା ଏହି ବୋଟ୍ ଉପରେ ସାଉଦି ସେନା ଆକ୍ରମଣ କରିଥିଲା। ୟେମେନ ସେନା ଘଟଣା ସ୍ଥଳରେ ପହଞ୍ଚି ଭାରତୀୟଙ୍କୁ ଉଦ୍ଧାର କରିଛି ବୋଲି ହୁତି ପ୍ରବକ୍ତା କହିଛନ୍ତି।
ଅନ୍ତର୍ଜାତୀୟ ବାଣିଜ୍ୟ ପଥ ରୋକୁଛି ସାଉଦି !
ଖାଲି ଭାରତୀୟଙ୍କ ହତ୍ୟା ନୁହେଁ ଲୋହିତ ସାଗରରେ ଷ୍ଟ୍ରେଟ୍ ଅଫ୍ ହରମୁଜ ଦଳପଥକୁ ସାଉଦି ଅବରୋଧ କରୁଛି ବୋଲି ହୁତି ଅଭିଯୋଗ କରିଛି। ପ୍ରବକ୍ତା ସାରୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ ସାଉଦି ଶତ୍ରୁ ଦ୍ୱାରା ଏହାକୁ ଆକ୍ରମଣ କରିବା ଭଳି ବେପରୁଆ କାରନାମା ଲୋହିତ ସାଗରରେ ଅନ୍ତର୍ଜାତୀୟ ନୌବାଣିଜ୍ୟକୁ ପ୍ରଭାବିତ କରୁଛି। ତେଣୁ ଅନ୍ତର୍ଜାତୀୟ ସ୍ତରରେ ସାଉଦି ଶତ୍ରୁର ଏଭଳି ବେପରୁଆ କାର୍ଯ୍ୟକୁ ରୋକାଯିବ ଦରକାର।”
ରେଡ୍ ସିରେ ଏଭଳି ଆକ୍ରମଣ ଅନ୍ତର୍ଜାତୀୟ ନୌବାଣିଜ୍ୟକୁ ପ୍ରଭାବିତ କରୁଛି। ତେଣୁ ଅନ୍ତର୍ଜାତୀୟ ସମୁଦାୟ ଏହାକୁ ବିରୋଧ କରିବା ସହ ସାଉଦିକୁ ରୋକିବା ଦରକାର ବୋଲି ହୁତି ଆହ୍ୱାନ ଦେଇଛି। ତେବେ ୧୪ ଭାରତୀୟ ନାଗରିକ ଥିବା ନୌକା ଉପରେ ସାଉଦି ଆକ୍ରମଣ ଅଭିଯୋଗ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଯଦି ଏପରି ହୋଇଥାଏ ତେବେ ଭାରତ ସରକାର ଏହାର ନିଶ୍ଚିତ କଡ଼ା ଜବାବ ଦେବେ।

Related Topics
Explore more stories