Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କେମିତି ହୋଇଥିଲା Michael Jacksonଙ୍କ ମୃତ୍ୟୁ ?

International

କେମିତି ହୋଇଥିଲା Michael Jacksonଙ୍କ ମୃତ୍ୟୁ ?

Arpita Mohanty
Browse all articles by Arpita Mohanty
·10 months ago·2 min read
କେମିତି ହୋଇଥିଲା Michael Jacksonଙ୍କ ମୃତ୍ୟୁ ?

Key Points

ମାଇକେଲଙ୍କ ମୃତ୍ୟୁ ଆଜି ବି ଏକ ରହସ୍ୟ

୨୫ ଜୁନକୁ ତାଙ୍କ ସହିତ ତାଙ୍କ ନିଜ ଘରେ କଣ ଘଟିଥିଲା ?

ଭୁଲ ମେଡିସିନ ନା ପ୍ଲାଷ୍ଟିକ ସର୍ଜରୀ କଣ ଥିଲା କାରଣ?

ନା ଥିଲା ଏକ ବଡ ଷଡଯନ୍ତ୍ର ?


ଆଜିକୁ ୧୬ ବର୍ଷ ତଳେ ୨୫ ଜୁନ ୨୦୦୯, ଦିନ ୧୨ଟା, ଲସ୍ ଆଞ୍ଜେଲସ୍‌ର ବେଡରୁମରୁ ଏକ ଶବ ମିଳେ। ତାହା କୌଣସି ସାଧାରଣ ବ୍ୟକ୍ତିଙ୍କର ଶବ ନଥିଲା। ବରଂ ଜଣେ ମହାନ କଳାକାର ଚିରଦିନ ପାଇଁ ଶୋଇପଡିଥିଲେ। ଏମିତି ଜଣେ କଳାକାର ଯିଏ ଅସାଧାରଣ ପ୍ରତିଭାରେ ପରିପୂର୍ଣ୍ଣ ଥିଲେ,ସଂଙ୍ଗୀତ ଦୁନିଆର ରାଜା ଥିଲେ ଆଉ ନିଜ ନାଚ ମାଧ୍ୟମରେ ପୂରା ବିଶ୍ବକୁ ନିଜ ହାତ ମୁଠାରେ ରଖିଥିଲେ। ତାଙ୍କ ମୁନୱାକ୍ ଦେଖିବା ପାଇଁ ପୂରା ଦୁନିଆ ପାଗଳ ହୋଇଯାଉଥିଲା । ତାଙ୍କୁ ସାମନାରେ ଦେଖିଲେ କିଏ ବେହୋସ ହୋଇଯାଉଥିଲା ତ କିଏ ଷ୍ଟେଜ ଉପରେ ଚଢି ତାଙ୍କୁ କୁଣ୍ଢାଇ ପକାଉଥିଲା । ସିଏ ଆଉ କେହି ନୁହେଁ ବରଂ କିଙ୍ଗ୍ ଅଫ୍ ପପ୍ ମାଇକେଲ ଜ୍ୟାକସନ।


ତାଙ୍କ ମୃତ୍ୟୁ ଆଜି ବି ରହସ୍ୟ ଘେରରେ । ପ୍ରତିଦିନ ନାଚୁଥିବା ଗାଉଥିବା ମଣିଷଟି ହଠାତ୍ କିପରି ନରୀବ ହୋଇଗଲା? ତାଙ୍କ ସହିତ ଏମିତି କଣ ହେଲା ? ୨୫ ଜୁନ ଦିନ ତାଙ୍କ ସହିତ ତାଙ୍କ ନିଜ ଘରେ କଣ ଘଟିଥିଲା ତାହା ଆଜି ବି ଏକ ପ୍ରଶ୍ନ । କିଏ କହେ ଭୁଲ ମେଡିସିନ ପାଇଁ ତାଙ୍କ ମୃତ୍ୟୁ ହେଇଛି ତ କିଏ କହେ ଅତ୍ୟଧିକ ସର୍ଜରୀ କରିବା ତାଙ୍କ ପାଇଁ କାଳ ହେଲା। ଆଉ ପୁଣି ଶୁଣିବାକୁ ମିଳେ କି ତାଙ୍କ ମୃତ୍ୟୁ ଏକ ଗଭୀର ଷଡ଼ଯନ୍ତ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଚାଲନ୍ତୁ ଆଜି ଆମେ ଦୁନିଆର ସବୁଠାରୁ ଲୋକପ୍ରିୟ ଡ୍ୟାନ୍ସର ମାଇକେଲ ଜ୍ୟାକସନଙ୍କ ଜୀବନ ଯାତ୍ରା ବିଷୟରେ ଜାଣିବା କି କିପରି ସିଏ ଏକ ଛୋଟ ସହରରୁ ଆରମ୍ଭ କରି ବିଶ୍ୱର ଏତେ ବଡ ଷ୍ଟାର ହୋଇଗଲେ ? କାହିଁକି ତାଙ୍କ ଜୀବନକୁ ନେଇ ଏତେ ବିବାଦ ଏତେ ଚର୍ଚ୍ଚା ? ମାଇକେଲ ଜ୍ୟାକସନଙ୍କ ଜୀବନଯାତ୍ରା ଏବଂ ମୃତ୍ୟୁ ରହସ୍ୟ ବିଷୟରେ ଜାଣିବା ପାଇଁ ଉପରେ ଦିଆଯାଇଥିବା ଭିଡିଓକୁ ଦେଖନ୍ତୁ।


Sponsored
It's been 16 years to Michael Jackson's mysterious death. Still it's a big question ? Know here. | Argus News