Videos
|
International

Asteroid Impact / କେମିତି ମରିଲେ ଡାଇନୋସର ?

Arpita Mohanty
Browse all articles by Arpita Mohanty
·2 years ago·1 min read
କେମିତି ମରିଲେ ଡାଇନୋସର ?
Dinosaurs

Key Points

ପ୍ରାୟ ୬.୬ କୋଟି ବର୍ଷ ପୂର୍ବେ ଏକ ବିଶାଳ ଗ୍ରହାଣୁ ପୃଥିବୀ ସହ ଧକ୍କା ହେବା ପରେ ଡାଇନୋସରମାନଙ୍କ ବିଲୁପ୍ତି ଘଟିଥିବା ବୋଲି ବୈଜ୍ଞାନିକମାନେ ମନେ କରନ୍ତି। ଏହା ଫଳରେ ପୃଥିବୀର ଜଳବାୟୁରେ ବଡ଼ ପରିବର୍ତ୍ତନ ଆସିଥିଲା ଏବଂ ଅଧିକାଂଶ ଡାଇନୋସର ପ୍ରଜାତି ନଷ୍ଟ ହୋଇଯାଇଥିଲେ।

ଅର୍ଗସ ବ୍ୟୁରୋ: ଡାଇନୋସର ବିଷୟରେ ଆମେ ପିଲାବେଳୁ କାହାଣୀରେ ଶୁଣିଛେ ଆଉ କାର୍ଟୁନ ଏବଂ ଫିଲ୍ମ ମାଧ୍ୟମରେ ଦେଖିଛେ ବି। ଡାଇନୋସର ଦେଖିବାକୁ ବିଶାଳ ଆଉ ଭୟଙ୍କର। ୨୩୦ ନିୟୁତ ବର୍ଷ ପୂର୍ବେ ସେମାନେ ସବୁଠାରୁ ପ୍ରଭାବଶାଳୀ ସ୍ତଳଚର ପ୍ରାଣୀ ଥିଲେ ଆଉ ଏହି ଧରାପୁଷ୍ଠରେ ରାଜ୍ କରୁଥିଲେ କିନ୍ତୁ ପରେ ତାଙ୍କ ବଂଶ ପୁରା ନିପାତ ହୋଇଗଲା। ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥାଏ କିଭଳି ଡାଇନୋସରଙ୍କ ବଂଶ ଲୋପ ପାଇଲା? ଜାଣନ୍ତୁ ପୂରା ତଥ୍ୟ

ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ପୃଥିବୀ ପୁଷ୍ଠରେ ପାଣିପାଗ ପରିବର୍ତ୍ତନ କିମ୍ବା ଆଗ୍ନେୟଗିରି ଉଦଗିରଣ ହେତୁ ଡାଇନୋସରଙ୍କ ବଂଶ ବିଲୁପ୍ତ ହେଇଯାଇଥିଲା।

ବର୍ତ୍ତମାନ ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ଡାଇନୋସରଙ୍କର ମୃତ୍ୟୁ ଦୁଇଟି ବିଷାକ୍ତ ଗ୍ୟାସ ପାଇଁ ହୋଇଛି। ଆମେରିକାର ଡାର୍ଟମାଉଥ କଲେଜର ଦୁଇ ଭୁବିଜ୍ଞାନୀ ବ୍ରେନହିନ୍ କେଲର ଏବଂ ଆଲେକ୍ସଜାଣ୍ଡର କକ୍ସ କମ୍ପ୍ୟୁଟର ମଡେଲ ମାଧ୍ୟମରେ ଡାଇନୋସରର ମୃତ୍ୟୁର କାରଣ ଆବିଷ୍କାର କରିଥିବା ଦାବି କରିଛନ୍ତି। କେଲର ଏବଂ କକ୍ସ ସମୁଦ୍ର ତଳୁ ମିଳିଥିବା ବିଭିନ୍ନ ଧାତୁକୁ ପରୀକ୍ଷା କରିଥିଲେ।

ସେହି ସବୁ ଧାତୁ ଫୋରୋମିନାଇଫେରା ନାମକ ସୂକ୍ଷ୍ମଜିବରେ ପରିପୂର୍ଣ୍ଣ ଯାହା ସମୁଦ୍ରର ଅମ୍ଳତା ,କାର୍ବନ ଏବଂ ସଲଫର୍ ଡାଇଅକ୍ସାଇଡର ପରିମାଣ ବିଷୟରେ ସୂଚନା ପ୍ରଦାନ କରିଥାଏ। ଏହି ଦୁଇ ପ୍ରକାରର ଗ୍ୟାସ୍ ର ପରିମାଣ ବୃଦ୍ଧି ହୋଇଥିବାରୁ ଡାଇନୋସରଙ୍କର ମୃତ୍ୟୁ ହୋଇଥିବା ଗବେଷକଦଳ କହିଛନ୍ତି।

ତେବେ ଏବେ ବି ଏହି ତଥ୍ୟ ଉପରେ ଅଧିକ ଅନୁସନ୍ଧାନ ଜାରି ରହିଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories