Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

କେତେ ସମ୍ପତ୍ତିର ମାଲିକ ଟ୍ରମ୍ପ ? ଟ୍ରମ୍ପ ହେଉଛନ୍ତି ଆମେରିକାର ବସ୍‌

Banajyotshna Ray
Browse all articles by Banajyotshna Ray
·1 year ago·2 min read
କେତେ ସମ୍ପତ୍ତିର ମାଲିକ ଟ୍ରମ୍ପ ? ଟ୍ରମ୍ପ ହେଉଛନ୍ତି ଆମେରିକାର ବସ୍‌

ଅର୍ଗସ ବ୍ୟୁରୋ:  ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେଲେ ଡୋନାଲ୍ଡ ଟ୍ରମ୍ପ । ଦେଶର ୪୭ ତମ ରାଷ୍ଟ୍ରପତି ହେବା ପରେ ସେ ଆମେରିକାର ସବୁଠାରୁ ଧନୀ ରାଜନେତାଙ୍କ ମଧ୍ୟରେ ଗଣତି ହୋଇଥାଏ । ୪ ବର୍ଷ ପରେ ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସକୁ ଫେରିବାକୁ ଯାଉଛନ୍ତି। ସେ ୨୦୨୪ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ତେବେ ଆପଣ ଜାଣନ୍ତି କି ଟ୍ରମ୍ପଙ୍କର କେତେ ସମ୍ପତ୍ତି ରହିଛି।

ଟ୍ରମ୍ପଙ୍କ ମୋଟ ସମ୍ପତ୍ତି ବିଷୟରେ ଯଦି ଚର୍ଚ୍ଚା କରାଯାଏ, ତେବେ ତାଙ୍କ ସମ୍ପତ୍ତିକୁ ନେଇ କୌଣସି ସ୍ପଷ୍ଟ ତଥ୍ୟ ନାହିଁ । କୁହାଯାଏ ସେ ୬.୬ ଅରବ ରୁ ୭.୭ ଅରବ ଡଲାରର ମାଲିକ । ଫୋବର୍ସ ବିଲିୟନର୍ସ ତଥ୍ୟ ମୁତାବକ ଟ୍ରମ୍ପ ୬.୬ ଅରବ ଡଲାର ବା ୫୫,୫୮୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ କୁହାଯାଇଥିବା ବେଳେ ବ୍ଲୁମବର୍ଗ ଇଣ୍ଡେକ୍ସର ୨୦୨୪ ନଭେମ୍ବର ରିପୋର୍ଟ କହୁଛି କି, ତାଙ୍କ ପାଖରେ ରହିଛି ୭.୭ ଅରବ ଡଲାର ବା ୬୪,୮୫୫ କୋଟି ଟଙ୍କା ।

ତେବେ ୨୦୧୬ ନିର୍ବାଚନ କାଳରେ ଟ୍ରମ୍ପ ସତ୍ୟପାଠରେ କହିଥିଲେ କି, ସେ ୪.୫ ଅରବ ଡଲାରରୁ ଅଧିକର ମାଲିକ । ସେତେବେଳେ ସେ ରାଷ୍ଟ୍ରପତି ହେବା ପରେ ତାଙ୍କ ସମ୍ପତ୍ତି ଅନେକ ହ୍ରାସ ପାଇଥିଲା । ୨୦୨୦ ଫୋବର୍ସ ରିପୋର୍ଟରେ ସେ ୨.୧ ଅରବ ଡଲାରକୁ ଖସିଯାଇଥିବା ଦର୍ଶା ଯାଇଥିଲା । କାର୍ଯ୍ୟକାଳ ସରିବା ପରେ ପୁଣି ସମ୍ପତ୍ତି ବଢିଥିଲା ଓ ୨୦୨୨ରେ ଏହା ୩ ଅରବରୁ ବୃଦ୍ଧି ପାଇ ୨୦୨୪ରେ ୭ ଅରବ ଡଲାର ହୋଇଛି ।

ଟ୍ରମ୍ପଙ୍କ ସମ୍ପତ୍ତିର ସିଂହଭାଗ ତାଙ୍କ ସୋସିଆଲ ମିଡିଆ କମ୍ପାନୀ ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜି ଗ୍ରୁପର ରହିଛି, ଏହା ୫.୬ ଅରବ ଡଲାର । ୨୦୨୪ରେ ଟ୍ରମ୍ପଙ୍କ ନିକଟରେ ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜିର ୧୧ଦ୪,୭୫ ମିଲିୟନ ସେୟାର ଓ ୩୬ ମିଲିୟନ ଅର୍ନଆଉଟ ସେୟାର ଥିଲା । ତାଙ୍କର ଫ୍ଲୋରିଡାରେ ଏକ କୋଟି ଡଲାରର ପାମ ବିଚ କୂଳରେ ଆକର୍ଷଣୀୟ ବଙ୍ଗଳା ରହିଛି । ଏହା ୨୦ ଏକର ଜାଗା ଉପରେ ରହିଛି । ଏଥିରେ ୫୮ ବେଡରୁମ, ୧୨ ଫାୟରପ୍ଲେସ, ଗୋଟିଏ ସ୍ପା, ସ୍ୱିମିଂପୁଲ, ଟେନିସ କୋର୍ଟ, ଗଲ୍ଫ କୋର୍ସ ମଧ୍ୟ ରହିଛି ।ଟ୍ରମ୍ପଙ୍କର ବିଶ୍ୱବ୍ୟାପୀ ବ୍ୟବସାୟ ରହିଛି । ମିଡିଆରୁ ଆରମ୍ଭ କରି ରିଅଲିଷ୍ଟେଟ, ସବୁଥିରେ ରହିଛି ଟ୍ରମ୍ପଙ୍କ ଇନଭେଷ୍ଟମେଣ୍ଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜାନୁଆରୀ ୨୦୨୫ରେ ସେ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଭୋଟରଙ୍କୁ ତାଙ୍କର ଶେଷ ସମ୍ବୋଧନରେ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ତାଙ୍କର ପ୍ରଥମ ପଦକ୍ଷେପ କ’ଣ ହେବ ବୋଲି ସୂଚାଇ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି,ତାଙ୍କ ପ୍ରଶାସନରେ ପବ୍ଲିକ୍‌ ହେଲ୍‌ଥ ସହ ଜଡିତ ୨ ମାମଲାରେ ରବର୍ଟ ଏଫ କେନେଡି ଜୁନିୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

 

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Sponsored