Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଇସ୍ରାଏଲର ଭୟଙ୍କର ଆକ୍ରମଣ : ଭାଙ୍ଗୁଛି ହିଜବୁଲ୍ଲାର ଅଣ୍ଟା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଇସ୍ରାଏଲର ଭୟଙ୍କର ଆକ୍ରମଣ : ଭାଙ୍ଗୁଛି ହିଜବୁଲ୍ଲାର ଅଣ୍ଟା

Key Points

  • ଇସ୍ରାଏଲ-ହେଜବୁଲ୍ଲା ଯୁଦ୍ଧର ଭୟଙ୍କର ସ୍ଥିତି
  • ବେରୁତ୍‌ରେ ଘନଘନ ବୋମା ମାଡ଼
  • ୨୪ ଘଂଟାରେ ୫୬୦ ଗଲାଣି ପ୍ରାଣ

ଅର୍ଗସ ବ୍ୟୁରୋ : ଭୟଙ୍କର ହେଲାଣି ଇସ୍ରାଏଲ-ହେଜବୁଲ୍ଲା ଯୁଦ୍ଧ । ଇସ୍ରାଏଲ ସାଙ୍ଘାତିକ ଆକ୍ରମଣରେ ଥରହର ଲେବାନନ୍‌ । ଏମିତି ରକେଟ୍‌ ଓ ବୋମା ବର୍ଷୁଛି ଯେ ମାତ୍ର ୨୪ ଘଂଟାରେ ୫୬୦ରୁ ଅଧିକ ଲୋକଙ୍କର ଜୀବନ ଗଲାଣି । ପାଖାପାଖି ୨ ହଜାରରୁ ଅଧିକ ସ୍ଥାନରେ ଇସ୍ରାଏଲ ସେନା ଟାର୍ଗେଟ୍‌ କରିଛି । ସେପଟେ ହେଜବୁଲ୍ଲା ଆକ୍ରମଣର ବି ଜବାବ ଦେଉଛି । ଇସ୍ରାଏଲର ୨ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ି କରିଛି । 

ଦିନ ଗଡୁଛି, ଯୁଦ୍ଧରେ ମୃତାହତଙ୍କ ସଂଖ୍ୟା ବି ବଢୁଛି । ଅକ୍ଟୋବର ୭ ତାରିଖରେ ଗାଜା ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ-ହେଜବୁଲ୍ଲା ମଧ୍ୟରେ ଚାଲିଥିବା ସଂଘର୍ଷ ଏହି ଅଞ୍ଚଳରେ ପୂର୍ଣ୍ଣାଙ୍ଗ ଯୁଦ୍ଧର ଅବସାନ ହେବ ବୋଲି କୁହାଯାଉଛି । ଇସ୍ରାଏଲ ସୀମାବର୍ତ୍ତୀ ସହରରେ ହେଜବୁଲ୍ଲା ପକ୍ଷରୁ ଶତାଧିକ ରକେଟ୍‌ ମାଡ଼ କରାଯାଇଥିବା ଜଣାପଡ଼ିଛି । ପ୍ରବଳ ମାତ୍ରାରେ ବୋମାବର୍ଷା ଯୋଗୁଁ ଏହାର ସୈନ୍ୟମାନେ ବେରୁତ ପଳାଇଛନ୍ତି । ତେଣୁ ବେରୁତ୍‌ ଉପରେ ଆକ୍ରମଣ କରୁଛି ଇସ୍ରାଏଲ । 

ସେପଟେ, ଯୁଦ୍ଧକୁ ନେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି , ଇସ୍ରାଏଲର ରକେଟ୍‌ ଆକ୍ରମଣ ଗତକାଲିଠାରୁ ଜାରି ରହିଛି ଏବଂ ଆଇରନ୍ ଡୋମ୍ ପ୍ରତିରକ୍ଷା ପ୍ରଣାଳୀ ଏହାର ସଫଳ ମୁକାବିଲା କରୁଥିବାରୁ କୌଣସି କ୍ଷୟକ୍ଷତି ହୋଇନାହିଁ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି  ଏବେ ଆଇଡିଏଫ୍‌ ଉତ୍ତର ସୀମାରେ ସୁରକ୍ଷା ରଣନୀତି ବଦଳାଇଛି । ଆବଶ୍ୟକସ୍ଥଳେ ଇସ୍ରାଏଲ ସେନା ଲେବାନନ୍‌ରେ ସ୍ଥଳ ଅପରେସନ ପାଇଁ ଅଭିଯାନ ଆରମ୍ଭ କରିବ । ସେପଟେ ଯୁଦ୍ଧର ଘମାଘୋଟ ଭିତରେ ଆମେରିକା ପ୍ରତିକ୍ରିୟା ରଖିଛି । କହିଛି, ୱାସିଂଟନ  ସହଯୋଗୀଙ୍କୁ ରକ୍ଷା କରିବାକୁ ପ୍ରସ୍ତୁତ ରହିଛି । ଦରକାର ପଡ଼ିଲେ ମଧ୍ୟପ୍ରାଚ୍ୟକୁ ଅଧିକ ସୈନ୍ୟ ପଠାଯିବ । କେବଳ ଆମେରିକା ନୁହେଁ ବରଂ ପ୍ରାନ୍ସ ଚିନ୍ତାବ୍ୟକ୍ତି କରିବା ସହିତ ଜାତିସଂଘ ସୁରକ୍ଷା ପରିଷଦ ଏଥିରେ ହସ୍ତକ୍ଷେପ କରିବାକୁ ଆହ୍ୱାନ ଦେଇଛି । ତୁର୍କୀ କହିଛି,  ଇସ୍ରାଏଲର ଆକ୍ରମଣ ସମଗ୍ର ଅଞ୍ଚଳକୁ ବିଶୃଙ୍ଖଳା ଭିତରକୁ ଟାଣିନେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ଭାଙ୍ଗୁଛି ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ଅଣ୍ଟା । ଘନ ଘନ ରକେଟ୍ ମାଡ଼ରେ ଜଳୁଛି ଲେବାନନ । ଜଣଙ୍କ ପରେ ଜଣେ ହିଜବୁଲ୍ଲା କମାଣ୍ଡରଙ୍କୁ ନିପାତ କରୁଛି ଇସ୍ରାଏଲ ସେନା । କିଛି ଘଣ୍ଟା ପୂର୍ବରୁ ଆଡିଏଫର ବୋମା ମାଡ଼ରେ ନିପାତ ହୋଇଛି ହିଜବୁଲ୍କାର  ସବୁଠାରୁ ପାୱାରଫୁଲ କମାଣ୍ଡର ଇବ୍ରାହିମ୍ କାବିସି । ବର୍ଷ ବର୍ଷ ଧରି ଇସ୍ରାଏଲ ସୀମାରେ ବାରମ୍ବାର ମିସାଇଲ ଆକ୍ରମଣ କରିବା ପଛର ମାଷ୍ଟର ମାଇଣ୍ଡ ଥିଲା କାବିସି । ଇସ୍ରାଏଲ ଓ ହିଜବୁଲ୍ଲାର ବିବାଦ ଭିତରେ ଚୀନ୍ ଲେବାନନକୁ ସମର୍ଥନ ଜଣାଇଥିବା ବେଳେ ଆମେରିକା ଦୁଇ ଦେଶ ରାଷ୍ଟ୍ର ମୁଖ୍ୟଙ୍କ ସହିତ ସମ୍ପର୍କ କରିଛି ବୋଲି ସୂଚନା ମିଳିଛି । ଅନ୍ୟପଟେ ଇରାନ୍, ଇଜିପ୍ଟ, ସିରିଆ, ଲେବାଲନ୍ ସମର୍ଥନରେ ଇସ୍ରାଏଲ୍  ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ।

 

Sponsored
Israel-Hezbollah war | Argus News