|
logo
Live

Argus News - ଆମେରିକାରେ ରହିବା ପାଇଁ ଟ୍ରମ୍ପଙ୍କ ନୂଆ ସ୍କିମ୍, 'ଗୋଲ୍ଡ କାର୍ଡ ନିଅ'

International

ଆମେରିକାରେ ରହିବା ପାଇଁ ଟ୍ରମ୍ପଙ୍କ ନୂଆ ସ୍କିମ୍, 'ଗୋଲ୍ଡ କାର୍ଡ ନିଅ'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଆମେରିକାରେ ରହିବା ପାଇଁ ଟ୍ରମ୍ପଙ୍କ ନୂଆ ସ୍କିମ୍, 'ଗୋଲ୍ଡ କାର୍ଡ ନିଅ'

ବହୁ ପ୍ରତୀକ୍ଷିତ ଗୋଲ୍ଡ କାର୍ଡ ଲଞ୍ଚ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସିଟିଜେନସିପ୍ ବାଏ ଇନଭେଷ୍ଟମେଣ୍ଟ ଯୋଜନାରେ ୪୪ କୋଟି ବିନିମୟରେ ମିଳିବ ଆମେରିକା ନାଗରିକତା । ଗ୍ରୀନ କାର୍ଡଠାରୁ ଅଧିକ ଆଡଭାନ୍ସ ଗୋଲ୍ଡ କାର୍ଡ ଦ୍ୱାରା ଧନୀ ବ୍ୟବସାୟୀଙ୍କୁ ନାଗରିକତା ଦେବାକୁ ଟ୍ରମ୍ପ ନୂଆ ଯୋଜନା କରିଥିବା କୁହାଯାଉଛି । ବିଶେଷ ଭାବେ ରୁଷୀୟ ବ୍ୟବସାୟୀ ଏହି ଯୋଜନାରେ ଲାଭବାନ ହେବେ ।

ଦେଖିବାକୁ ଗଲେ ଆମେରିକାର ନାଗରିକତା ହାସଲ କରିବା ଯେକୌଣସି ବିଦେଶୀ ଲୋକଙ୍କ ପାଇଁ ସ୍ୱପ୍ନ ଠାରୁ କମ ନୁହେଁ। ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ବିଦେଶୀ ଲୋକଙ୍କୁ ନାଗରିକତା ମିଳିବା କଷ୍ଟକର ହୋଇ ପଡ଼ିଛି। ସେହିପରି ଟ୍ରମ୍ପଙ୍କ କଠୋର ପ୍ରବାସୀ ନୀତି ଯୋଗୁ ବାହାର ଦେଶର ଲୋକଙ୍କୁ ଆମେରିକା ସ୍ୱପ୍ନ ଭାଙ୍ଗିବାରେ ଲାଗିଛି। ଆମେରିକାରେ ରହିବାକୁ ଲକ୍ଷ୍ୟ ରଖି ବେଆଇନ ଭାବେ ପ୍ରବେଶ କରିଥିବା ଲୋକଙ୍କୁ ଟ୍ରମ୍ପ ପ୍ରଶାସନ ଖୋଜିଖୋଜି ବାହାର କରୁଛି। ଏହାପରେ ସେମାନଙ୍କୁ ହାତ ଗୋଡ଼ ବାନ୍ଧି ନିଜ ନିଜ ଦେଶକୁ ପଠାଇ ଦେଉଛି।

ତେବେ ଅନୁପ୍ରବେଶକାରୀଙ୍କୁ ଖୋଜି ଖୋଜି ଦେଶରୁ ବାହାର କରାଯାଉଥିବା ବେଳେ ଧନୀଙ୍କୁ ଆମେରିକାରେ ରହିବାକୁ ନିମନ୍ତ୍ରଣ ଦେଉଛନ୍ତି ଟ୍ରମ୍ପ । ଗୋଲ୍ଡ କାର୍ଡର ମୂଲ୍ୟ ୫ ମିଲିୟନ ଡଲାର ରହିଛି । ଗ୍ରୀନ କାର୍ଡ ଅପେକ୍ଷା ଗୋଲ୍ଡ କାର୍ଡଧାରୀଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ଆମେରିକାରେ ସ୍ଥାୟୀ ନାଗରିକତା କାର୍ଡ ହେଉଛି ଗ୍ରୀନ୍ କାର୍ଡ। ଟ୍ରମ୍ପଙ୍କ ଏହି ଘୋଷଣା ପରେ ଆମେରିକାରେ ରୁଷୀୟ ନିବେଶ ବଢିବା ସମ୍ଭାବନା ଦେଖାଦେଇଛି ।


ଗ୍ରୀନ କାର୍ଡ ଓ ଗୋଲ୍ଡ କାର୍ଡ ମଧ୍ୟରେ ଫରକ କ’ଣ?

ଇବି-୫ ଭିସା ଜରିଆରେ ଜଣଙ୍କୁ ମାତ୍ର ୧ ମିଲୟନ ଡଲାର ଦେବାକୁ ପଡ଼ୁଥିଲା। ହେଲେ ଏବେ ଗୋଲ୍ଡ କାର୍ଡ ପାଇଁ ୫ ମିଲିୟନ ଡଲାର ଦେବାକୁ ପଡ଼ିବ ବା ନିବେଶ କରିବାକୁ ପଡ଼ିବ। ଏହି ଭିସା ସେହି ଧନୀ ପ୍ରବାସୀମାନେ ହାସଲ କରିପାରିବେ, ଯେଉଁମାନେ ଅଧିକ ନିବେଶ କରିବାକୁ ସକ୍ଷମ ହେବେ।
ଇବି-୫ ଭିସା କ’ଣ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗ୍ରୀନ କାର୍ଡ ଠାରୁ ଏହା କିପରି ଭିନ୍ନ?

ଏବେ ଇବି-୫ ଇମିଗ୍ରାଣ୍ଟ ଇନଭେଷ୍ଟର କାର୍ଯ୍ୟକ୍ରମ ବିଦେଶୀ ଲୋକଙ୍କୁ ଗ୍ରୀନ କାର୍ଡ ପ୍ରଦାନ କରୁଛି। ଯେଉଁ ବିଦେଶୀମାନେ ଆମେରିକାରେ ନିବେଶ କରିଛନ୍ତି କିମ୍ବା ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି କିମ୍ବା ଚାକିରିକୁ ନିଶ୍ଚିତ କରିଛନ୍ତି, ସେମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ଗ୍ରୀନ କାର୍ଡ ମିଳୁଛି। ଟ୍ରମ୍ପ ଏହି କାର୍ଯ୍ୟକ୍ରମକୁ ନୂଆ ଗୋର୍ଲ୍ଡ କାର୍ଡ ଦ୍ୱାରା ବଦଳାଇବାକୁ ଚାହୁଁଛନ୍ତି। ଏହା ଗ୍ରୀନ କାର୍ଡ ଭଳି ସ୍ଥାୟୀ ନାଗରିକତା ଅଧିକାର ପ୍ରଦାନ କରିବ। କିନ୍ତୁ ଏଥିରେ ଧନୀ ଲୋକମାନଙ୍କୁ ସିଧାସଳଖ କାର୍ଡ କିଣିବାର ସୁଯୋଗ ମିଳିବ। ଗ୍ରୀନ କାର୍ଡର ସୁବିଧା ସହ ଗୋଲ୍ଡ କାର୍ଡ ଆମେରିକାର ନାଗରିକତା ହାସଲ କରିବାରେ ମାଧ୍ୟମ ସାଜିବ।

ଇବି-୫ ଭିସା ପାଇଁ ଦେବାକୁ ପଡ଼ୁଛି ୧ ମିଲିୟନ ଡଲାର

ବର୍ତ୍ତମାନ ଆମେରିକାର ନାଗରିକତା ପାଇଁ ଇବି-୫ ଭିସା ସବୁଠାରୁ ସହଜ ବିକଳ୍ପ। ଏଥିପାଇଁ ୧ ମିଲିୟନ ଡଲାର ବା ୮.୭୫ କୋଟି ଦେବାକୁ ପଡ଼ିଥାଏ। ଟ୍ରମ୍ପ କହିଛନ୍ତି, ଗୋଲ୍ଡ କାର୍ଡ ଦ୍ୱାରା ଦେଶର ଋଣକୁ ଶୀଘ୍ର ପରିଶୋଧ କରାଯାଇ ପାରିବ।


୧- ଆମେରିକା ଭିସା ପାଇବା ପାଇଁ ଏବେ ଇବି-୫ ଭିସା ସହଜ ବିକଳ୍ପ।

୨- ଏଥିପାଇଁ ୧ ମିଲିୟନ ଡଲାର ବା ୮.୭୫ କୋଟି ଦେବାକୁ ପଡ଼ିଥାଏ।

୩- ଏହି ଭିସା ଜରିଆରେ ଜଣେ ଆମେରିକାର ସ୍ଥାୟୀ ନାଗରିକ ହୋଇପାରିବେ।

୪- ଏହା ଅଧୀନରେ ଆମେରିକା ବ୍ୟବସାୟରେ ନିବେଶ କରୁଥିବା ବିଦେଶୀଙ୍କୁ ଗ୍ରୀନ କାର୍ଡ ମିଳିଥାଏ।

୫- ଗ୍ରୀନ କାର୍ଡ ଧାରୀଙ୍କୁ ସ୍ଥାୟୀ ନାଗରିକତାର ମାନ୍ୟତା ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଏ।

୬- ଇବି-୫ ଭିସାର ପ୍ରଚଳନ ୧୯୯୦ରୁ ଆମେରିକାରେ ଚାଲିଛି।

୭- ବିଦେଶୀ ନିବେଶକାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଥିଲା

Sponsored
ଆମେରିକାରେ ରହିବା ପାଇଁ ଟ୍ରମ୍ପଙ୍କ ନୂଆ ସ୍କିମ୍, 'ଗୋଲ୍ଡ କାର୍ଡ ନିଅ' | Argus News