|
logo
Live

Argus News - ରେକର୍ଡ : ନିର୍ବାଚନ ଦିନକୁ ପୂର୍ବରୁ କୋଟି କୋଟି ଆମେରିକୀୟ ଦେଲେ ଭୋଟ୍‌

International

ରେକର୍ଡ : ନିର୍ବାଚନ ଦିନକୁ ପୂର୍ବରୁ କୋଟି କୋଟି ଆମେରିକୀୟ ଦେଲେ ଭୋଟ୍‌

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ରେକର୍ଡ : ନିର୍ବାଚନ ଦିନକୁ ପୂର୍ବରୁ କୋଟି କୋଟି ଆମେରିକୀୟ ଦେଲେ ଭୋଟ୍‌

Key Points

  • ରାତି ପାହିଲେ ଆମେରିକା ରାଷ୍ଟ୍ରପତି ନିର୍ବାଚନ
  • ଆଗୁଆ ଭୋଟ୍‌ ଦେଇ ରେକର୍ଡ କଲେ ଆମେରିକାବାସୀ

ଅର୍ଗସ ବ୍ୟୁରୋ: ଚର୍ଚ୍ଚାର ଅନ୍ତ ହେଲା, କାଲି ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲାଗି ପଡ଼ିବ ଭୋଟ୍‌ । ଦୁଇ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ କମଲ ହାରିସଙ୍କ ମଧ୍ୟରେ କଡା ଟକ୍କର ହେଉଛି । କିଏ ବିଜୟ ହେବ ତାହାକୁ ନେଇ ପୁରା ବିଶ୍ଵରେ ଚର୍ଚ୍ଚା ଚାଲିଥିବା ବେଳେ ନିର୍ବାଚନ ପୂର୍ବରୁ ଭୋଟ୍‌ ଦେଇ ଆମେରିକାବାସୀ ଯେଉଁ ରେକର୍ଡ କରିଛନ୍ତି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା । ଭୋଟର୍‌ଙ୍କ ବଦଳୁଥିବା ମନୋଭାବ ଏବଂ ଆଗୁଆ ମତଦାନ ପାଇଁ ଅହେତୁକ ଆଗ୍ରହ ଡେମୋକ୍ରାଟିକ୍‌ ଦଳ ପ୍ରାର୍ଥୀ କମଳା ହାରିସ ଏବଂ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ମହଲରେ ଦ୍ବନ୍ଦ୍ବ ବଢ଼ାଇ ଦେଇଛି । ନଭେମ୍ବର ୫ ତାରିଖ ନିର୍ବାଚନ ପୂର୍ବରୁ ପ୍ରାରମ୍ଭିକ ମତଦାନରେ ନ୍ୟୁୟର୍କ ଏକ ରେକର୍ଡ ସୃଷ୍ଟି କରିସାରିଛି ଏବଂ ଏହା ଏବେ ବି ଜାରି ରହିଛି ବୋଲି କୁହାଯାଇଛି ।

ନିର୍ବାଚନ ପୂର୍ବରୁ ଲକ୍ଷଲକ୍ଷ ଭୋଟର୍‌ ଆଗୁଆ ମତଦାନ କରୁଥିବା ଜଣାପଡ଼ିଛି । ୟୁନିଭର୍ସିଟି ଅଫ୍ ଫ୍ଲୋରିଡାର ଇଲେକ୍ସନ ଲ୍ୟାବ୍ ଟ୍ରାକର ତଥ୍ୟ ଅନୁଯାୟୀ, ୬୮ ନିୟୁତରୁ ଅଧିକ ଆମେରିକୀୟ ଏଯାବତ୍‌ ମତଦାନ କରିସାରିଲେଣି । ‘ମେଲ୍-ଇନ୍ ବାଲଟ୍’ ରେ ହେଉ କି ମତଦାନ କେନ୍ଦ୍ର ମାଧ୍ୟମରେ ହେଉ, ପୁରା ଦେଶରେ ଭୋଟରମାନେ ଆଗୁଆ ମତଦାନ ବିକଳ୍ପ ଦ୍ୱାରା ପ୍ରଦାନ କରାଯାଉଥିବା ସୁବିଧାର ଫାଇଦା ଉଠାଉଛନ୍ତି । ତେବେ ଆଗୁଆ ମତଦାନ ସୁବିଧା ଭୋଟରଙ୍କୁ ଖରାପ ପାଣିପାଗ, ଲମ୍ବା ଧାଡ଼ି କିମ୍ବା ନିର୍ବାଚନ ଦିନ ଅପ୍ରତ୍ୟାଶିତ ସମସ୍ୟାରୁ ଦୂରେଇ ରହିବାକୁ ସୁଯୋଗ ଦେଉଥିବା କୁହାଯାଉଛି ।

ଏଥର ଆମେରିକାର ନିର୍ବାଚନ ଐତିହାସିକ ହେବାକୁ ଯାଉଛି । କାରଣ ଦୁଇପ୍ରାର୍ଥୀ ହାରିସ ଓ ଟ୍ରମ୍ପଙ୍କ ମଧ୍ୟରେ ପ୍ରେସିଡେଣ୍ଟିସିଆଲ ଡିବେଟ୍‌ରେ ଯେଉଁପରି ଭାବରେ ଆରୋପ ଓ ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା କି ଏଥର ଲଢେଇ ଜୋରଦାର ହେବ । ଏହି ସମୟରେ ଉଭୟ ନେତା ଉଭୟଙ୍କୁ ସମାଲୋଚନା କରିବା ସହିତ ନିର୍ବାଚନରେ କିଏ ଜିତିଲେ କଣ ହେବ ସେନେଇ ବୟାନବାଜି ବି ଦେଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଠାରେ କହିରଖୁଛୁ କି, ୨୦୨୦ରେ ଆଗୁଆ ମତଦାନ ପାଇଁ ୧୦୦ରୁ କମ୍ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା । ଚଳିତବର୍ଷ ଏହି ସଂଖ୍ୟା ଏହାଠାରୁ ପ୍ରାୟ ୫୦ ପ୍ରତିଶତ ଅଧିକ ରହିଛି।    ମୁଖ୍ୟ ନିର୍ବାଚନ ଦିବସ ପୂର୍ବରୁ ଭୋଟର୍‌ଙ୍କ ମଧ୍ୟରେ ଏଭଳି ଉତ୍ସାହ ଚଳିତ ନିର୍ବାଚନରେ ମତଦାନ ହାରକୁ ଯଥେଷ୍ଟ ବୃଦ୍ଧି କରିବାରେ ସହାୟକ ହେବ ବୋଲି କୁହାଯାଉଛି । ପ୍ରାରମ୍ଭିକ ମତଦାନରେ ଏହି ଅଭିବୃଦ୍ଧି ଆମେରିକୀୟ ମତଦାନ ଆଚରଣରେ ଏକ ମୌଳିକ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି ଏବଂ ଭବିଷ୍ୟତ ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ଏହା ଅଧିକ ସୁଗମ କରବ ବୋଲି ନିର୍ବାଚନ ପରିଚାଳନା ଉପରେ ନଜର ରଖୁଥିବା ବିଶେଷଜ୍ଞମାନେ କହିଛନ୍ତି। କାରଣ ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ନିର୍ବାଚନ ଲ୍ୟାବ ଟ୍ରାକର ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୬ କୋଟି ୮୦ ଲକ୍ଷ ଲୋକ ଆମେରିକାରେ ଭୋଟ୍ ଦେଇ ସାରିଛନ୍ତି। 

ଆମେରିକାର ନିୟମ ଅନୁସାରେ, ନିର୍ବାଚନ ପାଇଁ ଧାର୍ଯ୍ୟ ତାରିଖ ପୂର୍ବରୁ ଭୋଟରଙ୍କୁ ଭୋଟ୍ ଦେବାର ଅଧିକାର ମିଳିଥାଏ । ଏହାକୁ ଏର୍ଲି ଭୋଟ୍ କୁହାଯାଇଥାଏ। ଏହି ନିୟମ ଅନୁଯାୟୀ, ଯେଉଁମାନେ ଆମେରିକାରେ ଭୋଟ୍ ଦେବା ପାଇଁ ବୈଧ, ସେମାନଙ୍କୁ ଭୋଟ୍ ଦେବା ଦିନ ପୂର୍ବରୁ ମଧ୍ୟ ଭୋଟ୍ ଦେବାର ଅଧିକାର ଦିଆଯାଇଥାଏ। ପଞ୍ଜିକୃତ ଇମେଲ ବ୍ୟବହାର କରି, ଭୋଟ୍ ପୋଷ୍ଟ କରି ଭୋଟ୍ ତାରିଖ ପୂର୍ବରୁ ଭୋଟ୍ କେନ୍ଦ୍ର ପରିଦର୍ଶନ କରି ସେମାନେ ଭୋଟ୍ କରିପାରିବେ। ୨୦୨୦ରେ ୧୦୦ରୁ କମ୍ ମତଦାନ କେନ୍ଦ୍ର ଏର୍ଲି ଭୋଟ୍ ପାଇଁ ସ୍ଥାପିତ ହୋଇଥିଲା। ଏଥର କେବଳ ନ୍ୟୁୟର୍କରେ ଏହି ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ରହିଛି । ଯାହାକୁ ନେଇ ଚର୍ଚ୍ଚା ଜୋରଦାର ହେଉଛି ।
 


 

Sponsored
ରେକର୍ଡ : ନିର୍ବାଚନ ଦିନକୁ ପୂର୍ବରୁ କୋଟି କୋଟି ଆମେରିକୀୟ ଦେଲେ ଭୋଟ୍‌ | Argus News