Videos
|
International

Social Media Ban / ଛୋଟ ପିଲା ସୋସିଆଲ ମିଡିଆ ବ୍ୟବହାର କଲେ ବଡ଼ ଜରିମାନା !

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଛୋଟ ପିଲା ସୋସିଆଲ ମିଡିଆ ବ୍ୟବହାର କଲେ ବଡ଼ ଜରିମାନା !
Social Media Ban

Key Points

ନିର୍ଦ୍ଦେଶ ଦିଆଯାଇଛି ଯେ ନିୟମ ନମାନିଲେ କମ୍ପାନୀକୁ ୩୩ ମିଲିୟନ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।

ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍ । ଆଜିଠୁ ଲାଗୁ ହୋଇଛି ନୂଆ ନିୟମ । ୧୬ ବର୍ଷରୁ କମ୍ ବୟସର ପିଲାଙ୍କର ଫେସବୁକ୍, ଇନ୍‌ଷ୍ଟାଗ୍ରାମ୍, ୟୁଟ୍ୟୁବ୍‌ରେ ଆକାଉଣ୍ଟ ଥିଲେ ୩୩ ମିଲିୟନ ଡଲାର ପର୍ଯ୍ୟନ୍ତ ଦେବାକୁ ପଡିବ ଜରିମାନା । ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ନେଇ ନୂଆ ନିୟମ ଆଣିବାରେ ପ୍ରଥମ ହୋଇଛି ଅଷ୍ଟ୍ରେଲିଆ ।

ନୂଆ ଆଇନ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍। ଏହାକୁ ‘ପ୍ରାଇଡ୍ ଡେ’ କହିବା ସହ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ପିଲାମାନଙ୍କୁ ସେମାନଙ୍କର ଶୈଶବ ସୁନିଶ୍ଚିତ କରିବା ସହ ମାନସିକ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବ ବୋଲି ପିଏମ ଆଶା ପ୍ରକାଶ କରିଛନ୍ତି । ନୂଆ ଆଇନ୍ ଅନୁଯାୟୀ, ଟିକଟକ୍, ଆଲଫାବେଟ୍ ଇନକର୍ପୋରେଟେଡ୍‌ର ୟୁଟ୍ୟୁବ୍, ମେଟାର ଇନଷ୍ଟାଗ୍ରାମ୍ ଏବଂ ଫେସବୁକ୍ ସମେତ ୧୦ଟି ବୃହତ୍ତମ ପ୍ଲାଟଫର୍ମ ଉପରେ ପିଲାମାନଙ୍କ ପାଇଁ କଟକଣା ଲାଗିଛି।

ନିର୍ଦ୍ଦେଶ ଦିଆଯାଇଛି ଯେ ନିୟମ ନମାନିଲେ କମ୍ପାନୀକୁ ୩୩ ମିଲିୟନ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ପ୍ରମୁଖ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଏବଂ ବାକ୍ ସ୍ୱାଧୀନତା ଅଧିକାର କର୍ମୀ ଏହି ଆଇନକୁ ସମାଲୋଚନା କରିଛନ୍ତି। କିନ୍ତୁ ପିତାମାତା ଏବଂ ଶିଶୁ ଅଧିକାର ପ୍ରବକ୍ତାମାନେ ଏହାକୁ ସ୍ୱାଗତ କରିଛନ୍ତି । ଅନଲାଇନରେ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଅନ୍ୟ ଦେଶ ଗମ୍ଭୀରତାର ସହିତ ସମାନ ପଦକ୍ଷେପ ବିଷୟରେ ବିଚାର କରୁଛନ୍ତି ବୋଲି ଆଇନକୁ ସମର୍ଥନ କରୁଥିବା ଅନେକ ବ୍ୟକ୍ତି କହିଛନ୍ତି ।

ଅନ୍ୟପଟେ କେହି କେହି ଆଇନର ପ୍ରଶଂସା କରୁଥିବା ବେଳେ ସିଡନୀର ୧୫ ବର୍ଷୀୟ ନାୟା ଜୋନ୍ସ ଏବଂ ମାଇସି ନେଲାଣ୍ଡ ଏହି ଆଇନକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସେମାନେ ଯୁକ୍ତି ବାଢିଛନ୍ତି କି, ଏହି ନିୟମ ଦେଶର ପ୍ରାୟ ୨.୬ ନିୟୁତ କିଶୋରଙ୍କ ମତାମତ ସ୍ୱାଧୀନତାକୁ ସୀମିତ କରୁଛି । ତଥାପି, ସରକାର ଦାବି କରୁଛନ୍ତି ଯେ, ଅଧିକାଂଶ ପିତାମାତା ଇଣ୍ଟରନେଟ୍ ଗଣମାଧ୍ୟମର କ୍ଷତିକାରକ ପ୍ରଭାବରୁ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପକୁ ସମର୍ଥନ କରିଛନ୍ତି ।

ଏସବୁ ଭିତରେ ସୋସିଆଲ ମିଡିଆରେ #seeyouwhenim16 ଟ୍ରେଣ୍ଡ୍ କରୁଛି । ଏହାର ଅର୍ଥ କିଶୋର କିଶୋରୀମାନେ ୧୬ ବର୍ଷ ବୟସ ହେବା ପରେ ବାରଣ ହୋଇଥିବା ଓ୍ୱେବ୍ ପ୍ଲାଟଫର୍ମକୁ ବ୍ୟବହାର କରିପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Social Media Ban | How will Australia implement its social media ban for children under 16 years | Argus News