Viral Video / Human Watch ; ଘଣ୍ଟା ଭିତରେ କଣ୍ଟା ସଜାଡୁଛି ମଣିଷ

Key Points
ଏକ ଅଦ୍ଭୁତ ଘଣ୍ଟା ଯାହା ଆମଷ୍ଟାରଡମ୍ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଏହି ଏୟରପୋର୍ଟରେ ଥିବା ଘଣ୍ଟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆଉ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ମଣିଷ ଚଲାଉଛି ଘଣ୍ଟାକଣ୍ଟା । ଘଣ୍ଟା ଭିତରେ କଣ୍ଟା ସଜାଡୁଛି ମଣିଷ । ଏପରି ଏକ ଅଦ୍ଭୁତ ଘଣ୍ଟା ଯାହା ଆମଷ୍ଟାରଡମ୍ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଏହି ଏୟରପୋର୍ଟରେ ଥିବା ଘଣ୍ଟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆଉ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଇନଷ୍ଟାଗ୍ରାମର ଏକ ଭିଡିଓରେ ଏସ୍ .କେ ଅଲ୍ଲି ନାମକ ଜଣେ ୟୁଜର୍ସ ଏମିତି ଏକ ଭିଡିଓ ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଦେଖାଇଛନ୍ତି, ଘଣ୍ଟା ଭିତରେ ଜଣେ ବ୍ୟକ୍ତି ଏହି ଘଣ୍ଟାଙ୍କୁ ଆଙ୍କୁଛନ୍ତି । ପ୍ରଥମେ ସେହି ବ୍ୟକ୍ତି ଜଣକ ଘଣ୍ଟାରେ ୬.୧୦ କଣ୍ଟାକୁ ତିଆରି କରିଛନ୍ତି । ପରେ ପୁଣି ଘଣ୍ଟାକଣ୍ଟାକୁ ଲିଭାଇ ୬.୧୧ ସ୍ଥାନରେ ତିଆରି କରିଥିଲେ । ଯାହା ଆନିମେଟେଡ ଥିଲା, କିନ୍ତୁ ଖୁବ ଆକର୍ଷଣୀୟ ଦେଖାଯାଉଥିଲା । ସେଠାକୁ ଆସୁଥିବା ସମସ୍ତ ଯାତ୍ରୀମାନେ ସେହି ଘଣ୍ଟାର ଚିତ୍ର ଉତ୍ତୋଳନ କରୁଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା, ଘଣ୍ଟା ଭିତରେ ଚିତ୍ର କରୁଥିବା ସେହି ଆନିମେଟେଡ ବ୍ୟକ୍ତି ଜଣକ ପ୍ରତି ମିନିଟରେ କଣ୍ଟାଟିକୁ ଲିଭାଉଥିଲେ , ଆଉ ପୁଣି ସଠିକ ସମୟ ଉପରେ ମିନିଟ କଣ୍ଟା ତିଆରି କରୁଥିଲେ ।
ଏକ ସରଳ ଘଣ୍ଟାକୁ ଚମତ୍କାର ଢଙ୍ଗରେ ତିଆରି କରାଯାଇଥିଲା । ଏହାକୁ 'ହ୍ୟୁମାନ ୱାଚ୍' ବା 'ମଣିଷ ଘଣ୍ଟା' କୁହାଯାଉଛି । ଯାହା ସମୟ ଏବଂ କଳାର ମିଶ୍ରଣ ଅଟେ । ଆମଷ୍ଟାରଡ୍ୟାମରେ ଏୟରପୋର୍ଟରେ ଥିବା ଏହି ସ୍କିଫୋଲ୍ କ୍ଲକ୍କୁ ଜଣେ ଡଚ୍ ଆର୍ଟିଷ୍ଟ ତିଆରି କରିଥିଲେ ।
ସୋସିଆଲ ମିଡିଆରେ ଏହି ଭିଡିଓକୁ ୧.୨ ମିଲିୟନ ଲୋକେ ଦେଖିସାରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ଖୁବ ଭଲ ନିଆରା ଢଙ୍ଗରେ ତିଆରି କରାଯାଇଛି । ହେଲେ ପ୍ରତି ମିନିଟରେ ସେହି ବ୍ୟକ୍ତିଙ୍କର ପରିଶ୍ରମ ଦେଖି ଥକ୍କା ଲାଗୁଛି ।
📱 Get Argus News App
✨Related Topics
Explore more stories