Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆମେରିକାର ଫ୍ଲୋରିଡ଼ା ଆଡ଼କୁ ମାଡ଼ି ଆସୁଛି ହରିକେନ୍ ମିଲଟନ୍ 

Sangram Tripathy
Browse all articles by Sangram Tripathy
·1 year ago·1 min read
ଆମେରିକାର ଫ୍ଲୋରିଡ଼ା ଆଡ଼କୁ ମାଡ଼ି ଆସୁଛି ହରିକେନ୍ ମିଲଟନ୍ 

ଅର୍ଗସ ବ୍ୟୁରୋ:ଆମେରିକାର ଫ୍ଲୋରିଡ଼ା ଆଡ଼କୁ ମାଡ଼ି ଆସୁଛି ହରିକେନ୍ ମିଲଟନ। କ୍ୟାଟାଗୋରି-ଫାଇଭ୍ ବା ଅତି ଭୀଷଣ ରୂପ ନେଇଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼,ଆଜି କରିବ ଲ୍ୟାଣ୍ଡଫଲ୍। ଓଡିଶାର ୧୯୯୯ ମହାବାତ୍ୟା ଠାରୁ ବି ଭୟଙ୍କର ହୋଇପାରେ। ଏଥିଲାଗି ଫ୍ଲୋରିଡା ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଫ୍ଲୋରିଡ଼ାର ଜନସାଧାରଣଙ୍କୁ ତୁରନ୍ତ ସହର ଛାଡ଼ି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ନିବେଦନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ସମୁଦ୍ରରୁ ଭୂପୃଷ୍ଠ ଆଡ଼କୁ ମାଡ଼ି ଆସୁଛି ମିଲଟନ୍‌,ଏହାର ପ୍ରଭାବରେ ୧୦ ଫୁଟ୍ ଉଚ୍ଚ ସମୁଦ୍ର ଜୁଆର ଆସିପାରେ । ଫ୍ଲୋରିଡ଼ାର ଜନସାଧାରଣଙ୍କୁ ତୁରନ୍ତ ସହର ଛାଡ଼ି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ନିବେଦନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।


ଆମେରିକାର ଫ୍ଲୋରିଡ଼ା ଆଡ଼କୁ ମାଡ଼ି ଆସୁଛି ହରିକେନ୍ ମିଲଟନ୍ । ଏହି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଏବେ କ୍ୟାଟାଗୋରି-ଫାଇଭ୍ ଅର୍ଥାତ୍ ଅତି ଭୀଷଣ ରୂପ ନେଇ ଆଟଲାଣ୍ଟିକ ସମୁଦ୍ରରୁ ଭୂପୃଷ୍ଠ ଆଡ଼କୁ ମାଡ଼ି ଆସୁଛି । ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଅସ୍ବାଭାବିକ ଭାବେ ପଶ୍ଚିମରୁ ପୂର୍ବକୁ ମୁହାଁଇଛି ଏବଂ ଲ୍ୟାଣ୍ଡଫଲ ପୂର୍ବରୁ ଏହାର ତୀବ୍ରତା ସାମାନ୍ୟ ହ୍ରାସ ଘଟିପାରେ ବୋଲି ପୂର୍ବାନୁମାନ କରାଯାଇଛି ।ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ତଟବର୍ତ୍ତୀ ଅଞ୍ଚଳ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି, ଏଥିସହ ଜାରି ରହିଛି  ଉଦ୍ଧାର ପ୍ରକ୍ରିୟା 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hurricane Milton is approaching Florida, USA | Argus News