Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Family Legal Conflict / ଯକୃତ ଦାନ ପାଇଁ ମନା କରିବାରୁ କୋର୍ଟଙ୍କ ଦ୍ବାରସ୍ଥ ହେଲେ ସ୍ବାମୀ

Ritu Das
Browse all articles by Ritu Das
·6 months ago·2 min read
ଯକୃତ ଦାନ ପାଇଁ ମନା କରିବାରୁ କୋର୍ଟଙ୍କ ଦ୍ବାରସ୍ଥ ହେଲେ ସ୍ବାମୀ
india

Key Points

ଦକ୍ଷିଣ କୋରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ସେଠାରେ ଜଣେ ମହିଳା ତାଙ୍କ ପତିଙ୍କ ଜୀବନ ବଞ୍ଚାଇବା ଲାଗି ନିଜ ଯକୃତର କିଛି ଅଂଶ ଦାନ କରିବାକୁ ମନା କରିବାରୁ ବ୍ୟକ୍ତିଜଣଙ୍କ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଦକ୍ଷିଣ କୋରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ସେଠାରେ ଜଣେ ମହିଳା ତାଙ୍କ ପତିଙ୍କ ଜୀବନ ବଞ୍ଚାଇବା ଲାଗି ନିଜ ଯକୃତର କିଛି ଅଂଶ ଦାନ କରିବାକୁ ମନା କରିବାରୁ ବ୍ୟକ୍ତିଜଣଙ୍କ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ନିକଟରେ ମାମଲାର ବିଚାର କରି କୋର୍ଟ ଅଙ୍ଗଦାନ ସ୍ବେଚ୍ଛାକୃତ ନିଷ୍ପତ୍ତି ହୋଇଥିବା ଦର୍ଶାଇ ମହିଳାଙ୍କ ପକ୍ଷ ନେଇଛନ୍ତି।

ମାମଲାଟି ଏହିପରି। ସେଠାକାର ଏକ ଯୁବ ଦମ୍ପତି ୫ବର୍ଷ ତଳେ ବିବାହ କରିଥିଲେ। ସେମାନଙ୍କର ଦୁଇଜଣ ସନ୍ତାନ ଅଛନ୍ତି। ତେବେ ଗତବର୍ଷ ଶେଷଆଡ଼କୁ ବ୍ୟକ୍ତିଜଣଙ୍କୁ ଏକ ବିରଳ ଯକୃତ ରୋଗ ହୋଇଥିବା ଜଣାପଡ଼ିବା ପରେ ଦମ୍ପତିଙ୍କ ଜୀବନ ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଗଲା। ଯକୃତ ପ୍ରତିରୋପଣ ବିନା ବ୍ୟକ୍ତିଜଣକ ଅତି ବେଶୀରେ ମାତ୍ର ବର୍ଷେ ବଞ୍ଚିବେ ବୋଲି ଡାକ୍ତର କହିଲେ। ଏହାପରେ ପ୍ରତିରୋପଣ ଲାଗି ଉଦ୍ଦିଷ୍ଟ ସରକାରୀ ତାଲିକାରେ ବ୍ୟକ୍ତିଙ୍କ ନାମକୁ ସ୍ଥାନୀତ କରାଗଲା। ଇତିମଧ୍ୟରେ ତାଙ୍କ ପତ୍ନୀ ଜଣେ ଉପଯୁକ୍ତ ଡୋନର ହୋଇପାରିବେ ବୋଲି ମେଡିକାଲ ପରୀକ୍ଷାରୁ ଜଣାପଡ଼ିଲା। ଏକଥା ଶୁଣି ସେ ଆଶ୍ବସ୍ତିର ନିଃଶ୍ବାସ ମାରିଲେ। ତେବେ ପତ୍ନୀ କିନ୍ତୁ ତାଙ୍କୁ ଯକଅତ ଦାନ କରିବାକୁ ବିଲକୁଲ ରାଜି ହେଲେ ନାହିଁ। ଧାରୁଆ ଅସ୍ତ୍ରକୁ ଡରୁଥିବାରୁ ଅସ୍ତ୍ରୋପଚାର ମାଧ୍ୟମରେ ସ୍ବାମୀଙ୍କୁ ତାଙ୍କ ଯକୃତର କିଛି ଅଂଶ ଦେବାକୁ ମହିଳା ସ୍ପଷ୍ଟ ମନା କଲେ। ଏପରିକି ତାଙ୍କୁ ବୁଝାଇବା ଲାଗି ପରିବାରର ସମସ୍ତ ଉଦ୍ୟମ ଫେଲ ମାରିଲା। ଶେଷରେ ଜଣେ ବ୍ରେନ ଡେଡ ରୋଗୀଙ୍କ ସନ୍ଧାନ ମିଳିଲା। ତାଙ୍କର ଯକୃତକୁ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଗଲା।

ଏହାସହ ପଢ଼ନ୍ତୁ: ଆମେରିକାର ଆପାର୍ଟମେଣ୍ଟରୁ ମିଳିଲା ଭାରତୀୟ ଯୁବତୀଙ୍କ ମୃତ ଦେହ, ବୟଫ୍ରେଣ୍ଡ ଗାଏବ…

କାହାଣୀ କିନ୍ତୁ ଏଇଠି ସରିଲାନି। ସୁସ୍ଥ ହେବାପରେ ବ୍ୟକ୍ତିଜଣକ ତାଙ୍କ ପତ୍ନୀଙ୍କର ଧାରୁଆ ଅସ୍ତ୍ରପ୍ରତି ଥିବା ଭୟ ନେଇ ଅନୁସନ୍ଧାନ ଆରମ୍ଭ କଲେ। ସେଥିରୁ ତାଙ୍କ ସ୍ତ୍ରୀଙ୍କର କେବେ ଏଭଳି ଭୟ ନ ଥିବା ଜଣାପଡ଼ିଲା। ରାଗିଯାଇ ପତ୍ନୀଙ୍କୁ ସେ ପ୍ରକୃତ ଘଟଣା କଣ ବୋଲି ପଚାରିଲେ। ଏହାପରେ ମହିଳା କହିଲେ ଯେ, ଅସ୍ତ୍ରୋପଚାର ସମୟରେ ଯଦି ତାଙ୍କର କିଛି ହୋଇଯାଇଥାଆନ୍ତା ତେବେ ତାଙ୍କ ପିଲାମାନେ ମା'କୁ ବି ହରାଇଥାନ୍ତେ। ସେହି ଭୟରେ ସେ ଯକୃତ ଦେବାକୁ ମନା କରିଥିଲେ। ଏହି ଉତ୍ତର କିନ୍ତୁ ତାଙ୍କ ସ୍ବାମୀଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ। ସେ ନିଜ ପତ୍ନୀଙ୍କ ବିରୋଧରେ କୋର୍ଟର ଦ୍ବରସ୍ଥ ହେଲେ। ନିକଟରେ ମାମଲାର ଶୁଣାଣି ସମୟରେ କୋର୍ଟ ମହିଳାଙ୍କ ପକ୍ଷ ନେଇଛନ୍ତି। ଏହି ସମୟରେ କୋର୍ଟ କହିଛନ୍ତି, ଅଙ୍ଗଦାନ ହେଉଛି ବ୍ୟକ୍ତିଗତ ଇଚ୍ଛାର କଥା। ଏଥିଲାଗି କାହାକୁ ବାଧ୍ୟ କରାଯାଇପାରିବ ନାହିଁ। କୋର୍ଟଙ୍କ ଏହି ରାୟ ପରେ ଦମ୍ପତି ଛାଡ଼ପତ୍ର ଲାଗି ସହମତ ହୋଇଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Husband Moves Court After Wife Refuses Liver Donation | Argus News