Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

IT Employee / ବାବୁଙ୍କ ଦିମାଗ୍‌ ମାନିବାକୁ ପଡ଼ିବ ! ୧୫ ବର୍ଷ ହେଲାଣି ଛୁଟିରେ ତଥାପି ଦରମା ଆସୁଛି

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·3 min read
ବାବୁଙ୍କ ଦିମାଗ୍‌ ମାନିବାକୁ ପଡ଼ିବ ! ୧୫ ବର୍ଷ ହେଲାଣି ଛୁଟିରେ ତଥାପି ଦରମା ଆସୁଛି
IT Employee

Key Points

ପ୍ରତ୍ୟେକ ମାସରେ ଉକ୍ତ ସଂସ୍ଥା ତାଙ୍କୁ ଦରମା ଦେଉଛି।
ସେ ଦେହ ଖରାପ କହି ଏତେ ଦିନ ହେଲା ଛୁଟିରେ ଅଛନ୍ତି ।

ଏମିତି ଚାକିରି ସମସ୍ତଙ୍କୁ ମିଳୁ । ନାଁକୁ ମାତ୍ର ଚାକିରି । କାମ କର ନକର, ମାସ ଶେଷରେ ଦରମା ଆକାଉଣ୍ଟକୁ ଆସୁଥିବ । ହେଲେ ସତରେ କ'ଣ ଏମିତି ଚାକିରି ଥାଏ ? ଏହା କେବଳ ଦିବା ସ୍ୱପ୍ନ । କାରଣ ଚାକିରି କଲେ କେତେ ଯେ କଷ୍ଟ ହୁଏ, ଆଉ ରୋଜଗାର କେତେ କଷ୍ଟରେ ହୁଏ । ତାହା କେବେଳ ସେଇ ଭୁକ୍ତଭୋଗୀ ହିଁ ଜାଣନ୍ତି ।

ଆମେ ଆଜି ଆପଣଙ୍କୁ ଏମିତି ଏକ କାହାଣୀ କହିବୁ, ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ । ଜଣେ ବ୍ୟକ୍ତି ଦିନେ କି ଦୁଇ ଦିନ ନୁହେଁ । କିମ୍ବା ମାସେ କି ଦୁଇ ମାସ ନୁହେଁ । ଏକାଥରକେ ୧୫ ବର୍ଷ ହେବ ଚାକିରିରୁ ଛୁଟିରେ ଅଛି । ହେଲେ ଦରମା କିନ୍ତୁ ତାଙ୍କର ଏଯାଏଁ ବନ୍ଦ ହୋଇନି । ପ୍ରତ୍ୟେକ ମାସରେ ଉକ୍ତ ସଂସ୍ଥା ତାଙ୍କୁ ଦରମା ଦେଉଛି। ସବୁଠାରୁ ବଡ଼ କଥା ହେଲା, ସେ ଦେହ ଖରାପ କହି ଏତେ ଦିନ ହେଲା ଛୁଟିରେ ଅଛନ୍ତି ।

ଏକଥା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏପରି ଏକ ଘଟଣାସାମ୍ନାକୁ ଆସିଛି ଲଣ୍ଡନରୁ । ଏଠାରେ ଜଣେ ବ୍ୟକ୍ତି ଦେହ ଖରାପ ନାଁରେ ୧୫ ବର୍ଷ ଧରି ଛୁଟି ନେଇଛନ୍ତି । ଦେହ ଖରାପ ବୋଲି ସେ ଦର୍ଶାଇବାରୁ ତାଙ୍କୁ ତାଙ୍କ ସମ୍ପୂର୍ଣ୍ଣ ଦରମାର ତିନି ଚତୁର୍ଥାଂଶ ବି ମିଳୁଛି । ଉକ୍ତ ବ୍ୟକ୍ତିଙ୍କ ଏହି ତିନି ଚତୁର୍ଥାଂଶ ଦରମାର ମୂଲ୍ୟ ଏତେ ଅଧିକ ଯେ କୌଣସି ଦରମାଠାରୁ ବି କମ୍‌ ନୁହେଁ ।

ରିପୋର୍ଟ ଅନୁସାରେ, ଲଣ୍ଡନରେ ରୁହନ୍ତି ଇଆନ୍ କ୍ଲିଫର୍ଡ୍ । ସେ IBMରେ କାମ କରନ୍ତି । ୨୦୦୮ ରେ ମାନସିକ ସ୍ୱାସ୍ଥ୍ୟ ଜନିତ ଚିକିତ୍ସା ପାଇଁ ଛୁଟି ନେଇଥିଲେ । ଏହା ପରେ ୨୦୧୩ ରେ ସେ ପୁଣି କମ୍ପାନୀରେ ଯୋଗ ଦେଇଥିଲେ । ଏହି ୫ ବର୍ଷ ସେ ଆଦୌ କାମ କରିନଥିଲେ । ଏହାପରେ କିନ୍ତୁ କ୍ଲିଫର୍ଡ୍ ଏପରି କିଛି ପଦକ୍ଷେପ ନେଇଥିଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା। ସେ ଆଇବିଏମ ବିରୋଧରେ ଅଭିଯୋଗ କରିଥିଲେ । ଏହି ୫ବ ର୍ଷ ତାଙ୍କୁ ଦରମା ମିଳିନଥିବା କିମ୍ବା ଦରମା ବଢ଼ିନଥିବା ନେଇ ସେ ଅଭିଯୋଗରେ ଦର୍ଶାଇଥିଲେ ।

ତେବେ ୨୦୧୩ ରେ କ୍ଲିଫର୍ଡ୍ ଏବଂ ଆଇବିଏମ ମଧ୍ୟରେ ଏକ ବୁଝାମଣା ହୋଇଥିଲା । ଏହି ବୁଝାମଣା ଅନୁସାରେ, ଆଇବିଏମ୍ ପକ୍ଷରୁ କ୍ଲିଫର୍ଡଙ୍କୁ କମ୍ପାନୀର ସ୍ୱାସ୍ଥ୍ୟ ବୀମା ଅନୁସାରେ ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା । ଏପରିକି ତାଙ୍କୁ ୬୫ ବର୍ଷ ହେଲା ଯାଏଁ ଦରମାର ୭୫ ପ୍ରତିଶତ ମିଳିବ ବୋଲି ସ୍ଥିର ହୋଇଥିଲା । ୨୦୦୮ରେ ତାଙ୍କୁ ବାର୍ଷିକ ୫୪ ଲକ୍ଷ ଟଙ୍କା ଦରମା ମିଳୁଥିଲା । ସେହି ହିସାବରେ କ୍ଲିଫର୍ଡ ୬୫ ବର୍ଷ ଯାଏଁ ଅଫିସରେ କାମ ନକରି ବର୍ଷକୁ ୧.୫ ମିଲିୟନ ୟୁରୋ ଦରମା ପାଇବେ । ଏହା ସହ ଛୁଟି ଦିନକୁ ଆଧାର କରି ମଧ୍ୟ ତାଙ୍କୁ ଅତିରିକ୍ତ ଦରମା ମିଳିବ ।

ତେବେ ଏତିକିରେ ସନ୍ତୁଷ୍ଟ ହୋଇନଥିଲେ କ୍ଲିଫର୍ଡ । ସେ ପୁଣି ଆଇବିଏମ ବିରୋଧରେ ବାଛବିଚାର କରାଯାଉଥିବା ଅଭିଯୋଗ ଆଣିଥିଲେ । ତାଙ୍କ କହିବାନୁସାରେ,୨୦୧୩ପରଠୁ ତାଙ୍କ ଦରମା ବଢିନି । ଦେଶରେ ଦରଦାମ ବୃଦ୍ଧି ପାଉଛି । କିନ୍ତୁ ଥରୁଟିଏ ହେଲେ ତାଙ୍କ ଦରମାକୁ ବୃଦ୍ଧି କରାଯାଇ ନାହିଁ । ତେବେ ଏହି ଅଭିଯୋଗକୁ ସ୍ଥାନୀୟ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ ।

କୋର୍ଟ କହିଥିଲେ ଯେ, କ୍ଲିଫର୍ଡଙ୍କୁ ଅଧିକ ଦରମା ଦେବାର ଆବଶ୍ୟକତା ନାହିଁ । ତାଙ୍କ ସହ କୌଣସି ଭେଦଭାବ ହୋଇନାହିଁ । କାରଣ ତାଙ୍କୁ ସ୍ୱତନ୍ତ୍ର ସେବା ପ୍ରଦାନ କରାଯାଉଛି । ଯାହା ଅନ୍ୟ କୌଣସି କର୍ମଚାରୀଙ୍କୁ ମିଳୁନାହିଁ । ତେବେ ବ୍ରିଟେନର ଏହି ଖବର ଏବେ ସବୁଠି ଚର୍ଚ୍ଚାରେ । ଗୋଟିଏ ଦିଗରେ ଭାରତରେ କୌଣସି ଆଇଟି କମ୍ପାନୀରେ ଏପରି ଘଟଣା ଘଟିବା ଅସମ୍ଭବ । କିନ୍ତୁ ୟୁକେରେ୧୫ବର୍ଷ ଧରି କାମ ନକରି ଦରମା ପାଉଥିବା ଖବର ନିଶ୍ଚୟ ବିରଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IT Employee | IBM Employee On Sick Leave For 15 Years Sues Company For No Pay Rise | Argus News