Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ଲାଷ୍ଟିକରୁ ତିଆରି ଆଇସକ୍ରିମ

International

ପ୍ଲାଷ୍ଟିକରୁ ତିଆରି ଆଇସକ୍ରିମ

Arpita Mohanty
Browse all articles by Arpita Mohanty
·2 years ago·1 min read
ପ୍ଲାଷ୍ଟିକରୁ ତିଆରି ଆଇସକ୍ରିମ

ଅର୍ଗସ ବ୍ୟୁରୋ : ଆଇସକ୍ରିମ ନାଁ ଶୁଣିଲେ ହିଁ ପାଟିରେ ପାଣି ପଳେଇଆସେ। ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଆଇସକ୍ରିମ ଖାଇବାକୁ ଭଲଲାଗେ। ଭିନ୍ନ ଭିନ୍ନ ଖାଦ୍ୟ ପଦାର୍ଥରୁ ଆଇସକ୍ରିମ ତିଆରି ହୋଇଥାଏ କିନ୍ତୁ କେବେ ଶୁଣିଛନ୍ତି ପ୍ଲାଷ୍ଟିକରୁ ଆଇସକ୍ରିମ ତିଆରି ହେବାର? ୟୁକେର ଜଣେ ଡିଜାଇନର ଛାତ୍ରୀ ପ୍ରଥମ ଥର ପାଇଁ ପ୍ରୋସେସଡ୍ ପ୍ଲାଷ୍ଟିକ ବା ପ୍ରକ୍ରୀୟକୃତ ପ୍ଲାଷ୍ଟିକରୁ ଭାନିଲା ଫ୍ଲେଭରର ଆଇସକ୍ରିମ ତିଆରି କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେ ଆଇସକ୍ରିମର ନା ରଖିଛନ୍ତି ଗିଲଟି ଫ୍ଲେଭରସ୍ । ଆଉ ସେ ଦାବି କରିଛନ୍ତି ଯେ ଏହି ଆଇସକ୍ରିମ ଅବିକଳ ଭାନିଲା ଫ୍ଲେଭରର ସ୍ଵାଦ ଦେବ।

ୟୁକେର ସେଣ୍ଟ୍ରାଲ ସେଣ୍ଟ ମାରଟିନସ୍ ସ୍କୁଲର ଶେଷ ବର୍ଷର ଛାତ୍ରୀ ହେଉଛନ୍ତି ଇଲିଓନୋରା ଓର୍ଟୋଲାନି । କିଛି ଦିନ ତଳେ ସେ ଜାଣିବାକୁ ପାଇଥିଲେ ଯେ ଏକପ୍ରକାର ଅଣୁଜୀବ ଅଛି ଯାହା ପ୍ଲାଷ୍ଟିକ ମୁଣିକୁ ହଜମ କରିପାରୁଛି। ତେଣୁ ମଣିଷ ବି ପ୍ଲାଷ୍ଟିକକୁ ହଜମ କରିପାରିବ ତାହା ଭାବି ସେ ଏହି ଆଇସକ୍ରୀମକୁ ତିଆରି କରିଥିଲେ। ଲଣ୍ଡନର ବାୟୋଟେକ୍ନୋଲୋଜିଷ୍ଟ ଯୋଆନା ସାଡଲରଙ୍କ ସହିତ ମିଶି ଏହି ଆଇସକ୍ରିମ ପ୍ରସ୍ତୁତ କରିଛନ୍ତି। ସେମାନେ ପ୍ଲାଷ୍ଟିକକୁ ରାସାୟନିକ ପଦ୍ଧତିରେ ଭାଙ୍ଗି ସେଥିରୁ ସିନ୍ଥେଟିକ୍ ଭ୍ୟାନିଲିନ ନାମକ ଏକ ପଦାର୍ଥ ବାହାର କରିଥିଲେ ଯାହାର ବାସ୍ନା ପୁରା ଭାନିଲା ଭଳି ଆଉ ଯାହା ମଣିଷ ହଜମ କରିପାରିବ।

ଏପର୍ଯ୍ୟନ୍ତ କେହି ଆଇସକ୍ରିମକୁ ଚାଖି ନାହାନ୍ତି। ପ୍ରଥମେ ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ଦ୍ୱାରା ଏହା ସମ୍ପୂର୍ଣ୍ଣ ଭାବରେ ପରୀକ୍ଷା କରାଯିବ ତାପରେ ଏହା ଖାଇବା ଉପଯୋଗୀ କି ନୁହେଁ ତାହା ଘୋଷଣା କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର

Argus Whatsapp Channel Mobile Top
Sponsored
Vanilla ice cream | Argus News