Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ସ୍କୁଲ କଲେଜ ଛାତ୍ରୀ ଗର୍ଭବତୀ ହେଲେ ମିଳିବ ଲକ୍ଷେ ଟଙ୍କା ପୁରସ୍କାର

Ritu Das
Browse all articles by Ritu Das
·11 months ago·2 min read
ସ୍କୁଲ କଲେଜ ଛାତ୍ରୀ ଗର୍ଭବତୀ ହେଲେ ମିଳିବ ଲକ୍ଷେ ଟଙ୍କା ପୁରସ୍କାର

Key Points

ସ୍କୁଲ କଲେଜ ଛାତ୍ରୀ ଗର୍ଭବତୀ ହେଲେ ମିଳିବ ଲକ୍ଷେ ଟଙ୍କା ପୁରସ୍କାର

ଜନସଂଖ୍ୟା ବୃଦ୍ଧି ପାଇଁ ପୁଟିନଙ୍କ ବଡ଼ ଘୋଷଣା

ମହିଳାମାନଙ୍କୁ ଶୀଘ୍ର ବିବାହ କରିବା ଏବଂ ସନ୍ତାନ ଜନ୍ମ କରିବା ପାଇଁ ସରକାର ଉତ୍ସାହିତ କରୁଛନ୍ତି

ଗତ ୩ବର୍ଷ ହେଲା ରୁଷ-ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି। ଲକ୍ଷ ଲକ୍ଷ ଋଷ ନାଗରିକ ଏହି ଯୁଦ୍ଧରେ ପ୍ରାଣ ହରାଇଛନ୍ତି। ରୁଷରେ ସେମିତି ବି ଜନସଂଖ୍ୟା କମିବା କଥା ସବୁବେଳେ ଚର୍ଚ୍ଚା ହୋଇଥାଏ। ରୁଷିଆରେ ଜନସଂଖ୍ୟା ହ୍ରାସ ଏବେ ଚିନ୍ତାର କାରଣ ପାଲଟିଛି। ଗର୍ଭବତୀ ହେଲେ ସ୍କୁଲ କଲେଜ ଛାତ୍ରୀମାନେ ୧ ଲକ୍ଷ ଟଙ୍କା ପାଇବେ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସରକାର ଘୋଷଣ‌ା କରିଛନ୍ତି। ସନ୍ତାନ ଜନ୍ମ କରିବା ପାଇଁ ଯୁବତୀମାନଙ୍କୁ ନଗଦ ବୋନସ୍ ମିଳୁଛି। ଦେଶରେ କ୍ରମାଗତ ହ୍ରାସ ପାଉଥିବା ଜନ୍ମହାର, ୟୁକ୍ରେନ ଯୁଦ୍ଧରେ ହଜାର ହଜାର ଯୁବକଙ୍କ ମୃତ୍ୟୁ ଏହି ସଙ୍କଟକୁ ଆହୁରି ଗମ୍ଭୀର କରୁଛି। ଜନସଂଖ୍ୟାର ହ୍ରାସ ଗତିକୁ ରୋକିବା ପାଇଁ, ଋଷିଆ ସରକାର ନେଇଥିବା ପଦକ୍ଷେପକୁ ନେଇ ସାରା ବିଶ୍ୱରେ ଏବେ ଆଲୋଚନା ହେଉଛି। ଏବେ ରୁଷିଆର କିଛି ଅଞ୍ଚଳରେ, ସ୍କୁଲ ଏବଂ କଲେଜ ଛାତ୍ରୀମାନେ ଗର୍ଭବତୀ ହେଲେ ସେମାନଙ୍କୁ ସିଧାସଳଖ ନଗଦ ବୋନସ୍ ଦିଆଯାଉଛି।


କେମେରୋଭୋ, କାରେଲିଆ, ଟୋମସ୍କ ଭଳି ଅଞ୍ଚଳରେ, ଯଦି ଜଣେ ଛାତ୍ରୀ ଅତି କମରେ ୨୨ ସପ୍ତାହର ଗର୍ଭବତୀ ଏବଂ ସରକାରୀ ପ୍ରସୂତି କ୍ଲିନିକରେ ପଞ୍ଜିକୃତ ହୋଇଛନ୍ତି, ତେବେ ତାଙ୍କୁ ୧ ଲକ୍ଷ ଟଙ୍କାର ଏକକାଳୀନ ନଗଦ ପ୍ରୋତ୍ସାହନ ଦିଆଯାଉଛି। ସରକାର ଏହି ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ମହିଳାମାନେ ଯେତେ ଶୀଘ୍ର ସନ୍ତାନ ଜନ୍ମ ଦେବେ, ସେତେ ଭଲ ବୋଲି ସରକାର ଚିନ୍ତା କରୁଛନ୍ତି। ମସ୍କୋ ଟାଇମ୍ସ ଏବଂ ଫର୍ଚ୍ୟୁନ୍ ରିପୋର୍ଟ ଅନୁସାରେ ୨୦୨୪ର ପ୍ରଥମାର୍ଦ୍ଧରେ ରୁଷିଆରେ କେବଳ୫.୯୯ ଲକ୍ଷ ଶିଶୁ ଜନ୍ମ ହୋଇଥିଲେ, ଯାହା ଗତ ୨୫ ବର୍ଷ ମଧ୍ୟରେ ସବୁଠାରୁ କମ୍ ସଂଖ୍ୟକ। ପ୍ରଥମ ଥର ପାଇଁ ମାସିକ ଜନ୍ମହାର ୧ ଲକ୍ଷ ତଳକୁ ଖସିଯାଇଛି, ଯାହା ଦେଶର ଭବିଷ୍ୟତ ପାଇଁ ଏକ ଚେତାବନୀ।


ଏହି କାରଣରୁ ସ୍କୁଲ-କଲେଜ ଛାତ୍ରୀମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି। ରୁଷିଆ ସରକାର ପୂର୍ବରୁ ଅନେକ ପ୍ରକାରର ଯୋଜନା ଚଲାଉଛି।

ମାତୃତ୍ୱ ପୁଞ୍ଜି କାର୍ଯ୍ୟକ୍ରମରେ ଦ୍ୱିତୀୟ ଏବଂ ତୃତୀୟ ସନ୍ତାନ ପାଇଁ ଲକ୍ଷାଧିକ ଟଙ୍କା ସହାୟତା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୃହ ସବସିଡି ଏବଂ ମାଗଣା ଜମି।

ମାସିକ ଶିଶୁ ଭତ୍ତା ଏବଂ ୩ ବର୍ଷର ପ୍ରସୂତି ଛୁଟି।

ଟିକସ ରିହାତି ଏବଂ ସାମାଜିକ ସମ୍ମାନ ମଧ୍ୟ ପ୍ରଦାନ କରାଯାଉଛି।


ରୁଷିଆ ସରକାର ସ୍ପଷ୍ଟ କରିଛନ୍ତି ଯେ, ଯଦି ଏହି ଜନସଂଖ୍ୟା ହ୍ରାସ ବନ୍ଦ ନହୁଏ, ତେବେ ୨୧୦୦ ସୁଦ୍ଧା ରୁଷିଆର ଜନସଂଖ୍ୟା ୧୪୬ ନିୟୁତରୁ ୭୪ ନିୟୁତକୁ ହ୍ରାସ ପାଇବ। ଏହି କାରଣରୁ ଏହା ଏବେ କେବଳ ଏକ ସାମାଜିକ ନୁହେଁ ବରଂ ଏକ ଜାତୀୟ ପ୍ରାଥମିକତା ପାଲଟିଛି। କିନ୍ତୁ ରୁଷ ସରକାରଙ୍କର ଏହି ନିଷ୍ପତ୍ତିକୁ ସେଠାରେ ରହୁଥିବା ୪୩ ପ୍ରତିଶତ ରୁଷୀୟ ନାଗରିକ ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି। ଅନ୍ୟପକ୍ଷରେ ଆଲୋଚକ ମାନେ ମତ ଦେଇଛନ୍ତୁ କିଶୋରୀ ଅବସ୍ଥାରେ ଗର୍ଭଧାରଣ କରିବାକୁ ପ୍ରୋତ୍ସାହନ ଦେବା ହେଉଛି ନୈତିକ ଚିନ୍ତାଧାରାକୁ ବିକଶିତ କରିଥାଏ। କିଛି ସମର୍ଥକ କହିଛନ୍ତି ଦେଶର ସୁରକ୍ଷା ପାଇଁ ଏହି ଘୋଷଣା ନିହାତି ସ୍ବାଗତଯୋଗ୍ୟ ପଦକ୍ଷେପ।

Sponsored
if-a-school-or-college-student-gets-pregnant-she-will-get-a-reward-of-rs-1-lakh | Argus News