ରାଷ୍ଟ୍ରପତିଙ୍କୁ ଧରାଇଦେଲେ ମିଳିବ ୪୩୮ କୋଟି ଟଙ୍କା ପୁରସ୍କାର

Key Points
ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଭାରତରେ ଜୋରଦାର ଚର୍ଚ୍ଚା। ଭାରତ ଉପରେ ଟାରିଫ୍ ଉପରେ ଟାରିଫ୍ କସି ସମ୍ପର୍କ ବିଗାଡିଥିବା ଟ୍ରମ୍ପଙ୍କୁ ଆମ ଦେଶରେ ପ୍ରବଳ ବିରୋଧ ମଧ୍ୟ ଦେଖିବାକୁ ମିଳୁଛି। ତେଣୁ ଆପଣ ହୁଏତ ଭାବୁଥିବେ ଏଭଳି ଏକ ଘୋଷଣା ହୁଏତ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ହୋଇଛି।
ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଭାରତରେ ଜୋରଦାର ଚର୍ଚ୍ଚା। ଭାରତ ଉପରେ ଟାରିଫ୍ ଉପରେ ଟାରିଫ୍ କସି ସମ୍ପର୍କ ବିଗାଡିଥିବା ଟ୍ରମ୍ପଙ୍କୁ ଆମ ଦେଶରେ ପ୍ରବଳ ବିରୋଧ ମଧ୍ୟ ଦେଖିବାକୁ ମିଳୁଛି। ତେଣୁ ଆପଣ ହୁଏତ ଭାବୁଥିବେ ଏଭଳି ଏକ ଘୋଷଣା ହୁଏତ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ହୋଇଛି। ଅର୍ଥାତ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧରାଇଦେଲେ ପୁରସ୍କାର ମିଳିବ ବୋଲି ହୁଏତ କେହି ଘୋଷଣା କରିଛି । କିନ୍ତୁ ନା, କଥା ସେଇଆ ନୁହେଁ। ବରଂ ଆମେରିକା ହିଁ ଏକ ଦେଶର ରାଷ୍ଟ୍ରପତିଙ୍କୁ ଧରାଇଦେବା ପାଇଁ ପୁରସ୍କାର ଘୋଷଣା କରିଛି। ପ୍ରକୃତରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ବିରୋଧରେ ଡ୍ରଗ୍ସ ଚୋରାଚାଲାଣ କରୁଥିବା ଅଭିଯୋଗ ଆଣିଛି ଆମେରିକାର ଟ୍ରମ୍ପ ପ୍ରଶାସନ। ଆମେରିକା କର୍ତ୍ତୃପକ୍ଷ ତାଙ୍କ ସହ ଜଡିତ ୩୦ ଟନ୍ ରୁ ଅଧିକ କୋକେନ୍ ଏବଂ ୭୦୦ ନିୟୁତ ଡଲାରରୁ ଅଧିକ ସମ୍ପତ୍ତି ଜବତ କରିଛନ୍ତି। ଆଉ ବିଶ୍ବର ଅନ୍ୟତମ ସବୁଠୁ ବଡ ଡ୍ରଗ୍ସ ମାଫିଆ ମୁଣ୍ଡ ଉପରେ ରଖିଛନ୍ତି ସର୍ବାଧିକ ପୁରସ୍କାର ରାଶି। ତେବେ ସେ କୌଣସି ସାଧାରର ଡ୍ରଗ୍ସ ମାଫିଆ ନୁହଁନ୍ତି, ସେ ହେଉଛନ୍ତି ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ। ତାଙ୍କ ଗିରଫଦାରୀ ପାଇଁ ୫ କୋଟି ଡଲାର ପୁରସ୍କାର ରାଶି ଘୋଷଣା କରିଛି ଟ୍ରମ୍ପ ପ୍ରଶାସନ। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୪୩୮ କୋଟି ଟଙ୍କା ।
ମାଦୁରୋ ବିଶ୍ବର ସବୁଠୁ ବଡ ଡ୍ରଗ୍ସ ଚୋରାଚାଲାଣକାରୀ ବୋଲି ଅଭିଯୋଗ କରିଛି ଆମେରିକା। ଏହା ସହ ଆମେରିକାକୁ ବ୍ୟାପକ ମାତ୍ରାର ଫେଣ୍ଟାନାଇଲ୍ ମିଶ୍ରିତ କୋକେନ୍ ଯୋଗାଇବା ପାଇଁ ଭେନେଜୁଏଲା ରାଷ୍ଟ୍ରପତି ବିଭିନ୍ନ ଅନ୍ତର୍ଜାତୀୟ ରାକେଟ ସହ ଜଡିତ ଥିବା ଅଭିଯୋଗ କରିଛି ଆମେରିକା। ଆମେରିକାର ଆଟର୍ଣ୍ଣି ଜେନେରାଲ ପାମ୍ ବଣ୍ଡି X ରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ମାହୁରୋଙ୍କ ଗିରଫ ପାଇଁ ଘୋଷଣା କରିଛନ୍ତି। ବଣ୍ଡି କହିଛନ୍ତି, ଭେନେଜୁଏଲାର ରାଷ୍ଟ୍ରପତି ମାରାତ୍ମକ ସିନ୍ଥେଟିକ୍ ଓପିଓଏଡ୍ ଫେଣ୍ଟାନିଲ୍ ସମେତ ଆମେରିକାକୁ ଅବୈଧ ନିଶା ଦ୍ରବ୍ୟ ଚାଲାଣ ପାଇଁ ସହଯୋଗୀ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ବ୍ୟବହାର କରୁଛନ୍ତି। ମାଦୁରୋ ଆମ ଦେଶରେ ବ୍ୟାପକ ହିଂସାକାଣ୍ଡ ଘଟାଇବା ପାଇଁ TdA (ଟ୍ରେନ୍ ଡି ଆରାଗୁଆ), ସିନାଲୋଆ ଏବଂ କାର୍ଟେଲ୍ ଅଫ୍ ଦି ସନ୍ସ ବା କାର୍ଟେଲ୍ ଡି ସୋଲ୍ସ ପରି ବିଦେଶୀ ଆତଙ୍କବାଦୀ ସଂଗଠନଗୁଡ଼ିକୁ ବ୍ୟବହାର କରୁଛନ୍ତି। ସେ ବିଶ୍ୱର ସବୁଠାରୁ ବଡ଼ ଡ୍ରଗ୍ସ-ଚାଲାଣକାରୀଙ୍କ ମଧ୍ୟରୁ ଜଣେ ଏବଂ ଆମର ଜାତୀୟ ସୁରକ୍ଷା ପାଇଁ ବିପଦ। ତାଙ୍କୁ ତାଙ୍କର ଘୃଣ୍ୟ ଅପରାଧ ପାଇଁ ଦାୟୀ କରାଯିବ। ଟ୍ରମ୍ପଙ୍କ ନେତୃତ୍ବାଧୀନ ପ୍ରଶାସନରେ ଦଣ୍ଡ ପାଇବାରୁ ମାଦୁରୋ ବର୍ତ୍ତି ପାରିବେ ନାହିଁ।
📱 Get Argus News App
✨ବଣ୍ଡି ଆହୁରି କହିଛନ୍ତି, ଆମେରିକା କର୍ତ୍ତୃପକ୍ଷ ତାଙ୍କ ସହ ଜଡିତ ୩୦ ଟନ୍ ରୁ ଅଧିକ କୋକେନ୍ ଏବଂ ୭୦୦ ନିୟୁତ ଡଲାରରୁ ଅଧିକ ସମ୍ପତ୍ତି ଜବତ କରିଛନ୍ତି। ଯେଉଁଥିରେ ତାଙ୍କ ସହିତ ଜଡିତ ବ୍ୟକ୍ତିଗତ ଜେଟ୍ ଏବଂ ଯାନବାହାନ ମଧ୍ୟ ସାମିଲ ଅଛି। ଜବତ କୋକେନ ମଧ୍ୟରୁ ୭ ଟନ୍ କେବଳ ମାଦୁରୋଙ୍କ ସହିତ ସିଧାସଳଖ ଜଡିତ। ୨୦୨୦ମସିହାରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଥିଲାବେଳେ ମାଦୁରୋଙ୍କ ବିରୋଧରେ ମାନହାଟନର ଏକ ଆମେରିକୀୟ ସଂଘୀୟ ଅଦାଲତରେ ପ୍ରଥମେ ଅଭିଯୋଗ ହୋଇଥିଲା। ତାଙ୍କର ନିକଟତମ ସହଯୋଗୀ ଗ୍ୟାଙ୍ଗ ବିରୋଧରେ ନାର୍କୋ-ଆତଙ୍କବାଦ ଏବଂ କୋକେନ୍ ଆମଦାନୀ ଷଡ଼ଯନ୍ତ୍ର ଅଭିଯୋଗ ହୋଇଥିଲା। ସେତେବେଳେ ଆମେରିକା ତାଙ୍କୁ ଧରିବା ପାଇଁ ୧.୫ କୋଟି ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା। ପରେ ବାଇଡେନ ପ୍ରଶାସନ ସମୟରେ ଏହି ରାଶିକୁ ୨.୫ କୋଟି ଡଲାରକୁ ବୃଦ୍ଧି କରାଯାଇଥିଲା। କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ଧରିବା ପାଇଁ ମଧ୍ୟ ଏହି ସମାନ ପରିମାଣର ପୁରସ୍କାର ରାଶି ଘୋଷଣା କରିଥିଲା ଆମେରିକା। ତେବେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଅନ୍ତର୍ଜାତୀୟ ସ୍ତରରେ କଡା ନିନ୍ଦା କରାଯାଉଥିବା ବେଳେ ବହିଷ୍କାର ପାଇଁ ମଧ୍ୟ ବାରମ୍ବାର ଦାବି ହୋଇ ଆସୁଛି। ଏହା ସତ୍ତ୍ୱେ, ମାଦୁରୋ କ୍ଷମତାରେ ରହି ଆସିଛନ୍ତି। ।