|
logo
Live

Argus News - ଭୁଲ୍ କରିଛନ୍ତି ଭୋଗିବେ!

International

ଭୁଲ୍ କରିଛନ୍ତି ଭୋଗିବେ!

Sangram Tripathy
Browse all articles by Sangram Tripathy
·1 year ago·2 min read
ଭୁଲ୍ କରିଛନ୍ତି ଭୋଗିବେ!


ଅର୍ଗସ ବ୍ୟୁରୋ:ପାକିସ୍ତାନ-ଚୀନ୍ ଖେଳ ବାଂଲାକୁ କାଳ।ପରଦା ପଛରେ ରହି ଏମିତି ଖେଳ କଲେ ଯେ ଗାଦି ଛାଡିବାକୁ ହସିନା ବାଧ୍ୟ ହେଲେ। ଚାକିରିରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଅଶାନ୍ତ ହୋଇପଡିଥିଲା ବାଂଲାଦେଶ। ସ୍ଥିତି ଏମିତି ହୋଇଥିଲା ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ ଶେଖ୍ ହସିନା। ତାଙ୍କୁ କୁଆଡେ କ୍ଷମତାରୁ ହଟାଇବାକୁ ଚକ୍ରବ୍ୟହୁ ରଚିଥିଲେ ପାକିସ୍ତାନ-ଚୀନ୍ । ଗୋଟିଏ ଗୁଳିରେ କରିଥିଲେ ଦୁଇଟି ଶିକାର। ଦେଶରେ ସଂରକ୍ଷଣ ତାତି ନାଁରେ ଯୁବବର୍ଗକୁ ହାତକରି ଏମିତି ଅରାଜକତା ସୃଷ୍ଟି କଲେ ଯେ, ଦୀର୍ଘଦିନ ଶାସନରେ ରହିଥିବା ହସିନା ସରକାର,ଜନ ବିରୋଧି ହୋଇଗଲେ,ଏହାର ଫାଇଦା ନେଲା ପାକିସ୍ତାନ-ଚୀନ୍ ସମଥିତ ବିଏନପି ଦଳ

ସରକାର ବଦଳାଇବା ଲାଗି ଲଣ୍ଡନରୁ ହୋଇଥିଲା ଯୋଜନା, ପାଣ୍ଠି ଯୋଗାଇଥିଲା ଚୀନ ସଂସ୍ଥ। ହସିନା ସରକାରଙ୍କୁ ବଦନାମ କରି କ୍ଷମତାରୁ ହଟାଇବା ଲାଗି ବିରୋଧିଙ୍କ ସହ ପାକିସ୍ତାନର ଗୁଇନ୍ଦା ଆଇଏସଆଇ,ଚୀନ କୁଆଡେ ରଚିଥିଲେ ଷଡଯନ୍ତ୍ର ବୋଲି ଚର୍ଚ୍ଚା ଲାଗିରହିଛି। ଅନ୍ୟପଟେ ପାକିସ୍ତାନ ସେନା ଆଇଏସଆଇ ହସିନାଙ୍କ ସରକାରଙ୍କୁ ସଙ୍କଟରେ ପକାଇ ବିରୋଧୀ ବିଏନପିକୁ ସରକାରକୁ ଆଣିବା ଲକ୍ଷ୍ୟରେ ଷଡଯନ୍ତ୍ର କରିଥିବା କୁହାଯାଉଛି। ସେ ଷଡଯନ୍ତ୍ରରେ ପାକ୍ ସଫଳ ହୋଇଛି ବୋଲି କୁହାଯାଉଛି,ସେଇଥି ପାଇଁ ମୁରୁକି ହସୁଛି ପାକିସ୍ତାନ।ଅନ୍ୟପଟେ ଦେଖିବାକୁ ଗଲେ ବିଏନପି ହେଉଛି ପାକିସ୍ତାନ,ଚୀନର ସମର୍ଥକ। ବିଏନପିର ଅଧ୍ୟକ୍ଷା ଖାଲିଦା ଜୟା ମଧ୍ୟ ଜେଲରୁ ମୁକୁଳିଛନ୍ତି ଯାହା ପୂର୍ବରୁ ଛାତ୍ରସଂଙ୍ଗଠନ ଦାବି କରିଆସୁଥିଲେ।

ଏବେ କିନ୍ତୁ ଶାନ୍ତି ଫେରୁଛି,ବାଂଲାଦେଶରେ ନୂଆ ସରକାର ଗଠନ ହୋଇଛି । ମହମ୍ମଦ ୟୁନୁସ ଅନ୍ତରୀଣ ସରକାରର ନୂଆ ମୁଖ୍ୟ ଭାବେ ଦାୟିତ୍ଵ ନେଇଛନ୍ତି,ନାଗରିକଙ୍କ ସୁରକ୍ଷା ଅନ୍ତରୀଣ ସରକାରର ସବୁଠାରୁ ବଡ଼ ପ୍ରାଥମିକତା ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ୟୁନୁସ। କିନ୍ତୁ ଏ ପ୍ରତିଶ୍ରୁତି କେତେ ପାଳନ ହେବ ବାଂଲାଦେଶରେ,ଆଗକୁ କଣ ହେବ ବାଂଲାଦେଶରେ ପରିସ୍ଥିତି,ପୁଣି ହିଂସାର ଚିତ୍ର ଦେଖିବାକୁ ମିଳିବନି ବାଂଲାଦେଶରେ,ଏମିତି ଅନେକ ପ୍ରଶ୍ନ ଉଙ୍କିମାରୁଛି ଜନସାଧାରଣଙ୍କ ମନରେ। ଦେଖିବାକୁ ଗଲେ ବାଂଲାଦେଶରେ ନିର୍ବାଚନ ହେଲେ  ବିଏନପି  ଏବଂ ଆୱାମୀ ଲିଗ ମଧ୍ୟରେ କଢା ଟକ୍କର ଦେଖିବାକୁ ମିଳିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିଏ ଜିତିବ ବାଜି କାହାର ହେବ ବାଂଲାଦେଶ,ଅନ୍ୟପଟେ ଯଦି ଚର୍ଚ୍ଚା ସତ ହୋଇଥାଏ,ବାଂଲାଦେଶରେ ହିଂସା,ଅରାଜକତା ସୃଷ୍ଟି କରି ପାକିସ୍ତାନ ଏବଂ ଚୀନକୁ ମିଳୁଛି କଣ,ନାଁ ନିଜର ପ୍ରଭାବ ଦେଖାଇବା ଲାଗି ଏମିତି କରୁଛନ୍ତି କି ଦୁଇଦେଶ। କେବେ ସୁଧୁରିବେ ପାକିସ୍ତାନ ଓ ଚୀନ୍।

Sponsored
ଭୁଲ୍ କରିଛନ୍ତି ଭୋଗିବେ! | Argus News