Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Immigrant Truck Driver In US / ଆମେରିକାରେ ଆତଙ୍କ ଖେଳାଇଲେ ନିଶାସକ୍ତ ଭାରତୀୟ ଡ୍ରାଇଭର, ଦେଖନ୍ତୁ ଭିଡିଓ...

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଆମେରିକାରେ ଆତଙ୍କ ଖେଳାଇଲେ ନିଶାସକ୍ତ ଭାରତୀୟ ଡ୍ରାଇଭର, ଦେଖନ୍ତୁ ଭିଡିଓ...

Key Points

ଗୁରୁତରଙ୍କ ମଧ୍ୟରେ ଜସନପ୍ରୀତ ସିଂହ ମଧ୍ୟ ସାମିଲ ଅଛନ୍ତି ।
ଗୁରୁତରଙ୍କ ମଧ୍ୟରେ ଜଣେ ମେକାନିକ୍‌ଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଥିବା ରିପୋର୍ଟରେ କୁହାଯାଇଛି ।
ମେକାନିକ୍‌ ଜଣକ ଅନ୍ୟ ଏକ ଗାଡ଼ିର ଟାୟାର ବଦଳାଇବାରେ ସାହାଯ୍ୟ କରୁଥିଲେ ।

ଆମେରିକାରେ ଜଣେ ୨୧ ବର୍ଷୀୟ ଭାରତୀୟ ଡ୍ରାଇଭରଙ୍କ ବିରୋଧରେ ଏକ ଭୟଙ୍କର ଟ୍ରକ ଦୁର୍ଘଟଣା ଘଟାଇଥିବା ଅଭିଯୋଗ ହୋଇଛି । ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକା ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଶନପ୍ରୀତ ସିଂହ ନାମକ ଡ୍ରାଇଭର ଏହି କାଣ୍ଡ ଘଟାଇଛନ୍ତି । ସେ ଆମେରିକାର ଜଣେ ଅବୈଧ ପ୍ରବାସୀ ବୋଲି ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି । ଦକ୍ଷିଣ କାଲିଫର୍ନିଆର ସାନ ବର୍ନାର୍ଡିନୋ କାଉଣ୍ଟି ଫ୍ରିୱେରେ ଧିରେ ଧିରେ ଯାଉଥିବା ଟ୍ରାଫିକ୍‌ ମଧ୍ୟ ନିଜର ସେମି ଟ୍ରକ୍‌କୁ ନେଇ ଧସେଇ ପଶିଥିଲେ । ଲଗାତାର ଭାବେ ଅନେକ ଗାଡ଼ିକୁ ସେ ଧକ୍କା ଦେଇଥିଲେ । ଗାଡ଼ି ଗୁଡ଼ିକ ଛିନ୍‌ଛତ୍ର ହୋଇଯାଇଥିଲା । ଏହି ଦୁର୍ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହାସହ ପଢ଼ନ୍ତୁ:- ଫୁଲ ଦମ୍‌ରେ ପ୍ରଚାର ମୈଦାନରେ BJP, ଆଗକୁ ବଢ଼ିପାରୁନି ମହାଗଠବନ୍ଧନ !

ଜଶନପ୍ରୀତ ସିଂହ ୨୦୨୨ ମସିହାରେ ଦକ୍ଷିଣ ସୀମା ପାର କରି ଅବୈଧ ଭାବରେ ଆମେରିକାରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ମାର୍ଚ୍ଚ ୨୦୨୨ରେ କାଲିଫର୍ନିଆର ଏଲ୍ ସେଣ୍ଟ୍ରୋ ସେକ୍ଟରରେ ସୀମା ପାଟ୍ରୋଲ୍ ଏଜେଣ୍ଟମାନେ ଗିରଫ କରିଥିଲେ । କିନ୍ତୁ ସେତେବେଳର ବାଇଡେନ୍‌ ପ୍ରଶାସନର ନୀତି ଅନୁସାରେ ତାଙ୍କୁ ଛାଡ଼ି ଦିଆଯାଇଥିଲା ।

ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି

ଏହି ଭୟଙ୍କର ଦୁର୍ଘଟଣା ପୂରା ଭିଡିଓ ଜସନପ୍ରୀତ ସିଂହଙ୍କ ଟ୍ରକରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି । ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ ବଡ଼ ଟ୍ରକଟି ଏକ SUV ସହିତ ପ୍ରଥମେ ଧକ୍କା ହୋଇଥିଲା, ଯେଉଁଥିରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ଗାଡ଼ି ଗୁଡ଼ିକୁ ମଧ୍ୟ ତାଙ୍କ ଟ୍ରକ୍‌ ଧକ୍କା ଦେଇଛି । ଏଥିରେ ଏକାଧିକ ଗୁରୁତର ହୋଇଥିବା ଆଶଙ୍କା ରହିଛି । ତେବେ ୩ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ଗୁରୁତରଙ୍କ ମଧ୍ୟରେ ଜସନପ୍ରୀତ ସିଂହ ମଧ୍ୟ ସାମିଲ ଅଛନ୍ତି । ଗୁରୁତରଙ୍କ ମଧ୍ୟରେ ଜଣେ ମେକାନିକ୍‌ଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଥିବା ରିପୋର୍ଟରେ କୁହାଯାଇଛି । ମେକାନିକ୍‌ ଜଣକ ଅନ୍ୟ ଏକ ଗାଡ଼ିର ଟାୟାର ବଦଳାଇବାରେ ସାହାଯ୍ୟ କରୁଥିଲେ ।

ଏହାସହ ପଢ଼ନ୍ତୁ:- ଭାରତୀୟଙ୍କ ଜବରଦସ୍ତି ଯୁଦ୍ଧକୁ ନେଉଛି ଋଷ, ଚାକିରି ଦେବେ କହି ଫସାଉଛନ୍ତି ଏଜେଣ୍ଟ !

ପୋଲିସ କହିଛି ଯେ ଜସନପ୍ରୀତ ସିଂହ ଟ୍ରାଫିକ୍ ଜାମରେ ଫସିବା ପୂର୍ବରୁ ବିଲକୁଲ ବ୍ରେକ୍ ଲଗାଇ ନଥିଲେ। କାରଣ ସେ ନିଶାସକ୍ତ ଅବସ୍ଥାରେ ଥିଲେ । ପରୀକ୍ଷାରୁ ଜଣାପଡ଼ିଛି ଯେ ସେ ଡ୍ରଗ୍ସ ନିଶାରେ ଚୁର ଥିଲେ । ABC7 ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, CHP ଅଧିକାରୀ ରୋଡ୍ରିଗୋ ଜିମେନେଜ୍ ଏହି ସୂଚନା ଦେଇଛନ୍ତି ।

ଆମେରିକାର ଗୃହ ସୁରକ୍ଷା ବିଭାଗ ମଧ୍ୟ ନିଶ୍ଚିତ କରିଛି ଯେ ଜସନପ୍ରୀତ ସିଂହଙ୍କ ପାଖରେ ଆମେରିକାରେ ରହିବାର ଆଇନଗତ କୌଣସି କାଗଜପତ୍ର ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Immigrant Truck Driver In US | Illegal Indian Immigrant Truck Driver, High On Drugs, Kills 3 In US Crash | Argus News