Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତ-ପାକ୍ ଯୁଦ୍ଧ ଘନଘଟା ଭିତରେ ପାକିସ୍ତାନକୁ ଋଣ ଦେବାକୁ ନିଷ୍ପତ୍ତି ନେଇଛି IMF

International

ଭାରତ-ପାକ୍ ଯୁଦ୍ଧ ଘନଘଟା ଭିତରେ ପାକିସ୍ତାନକୁ ଋଣ ଦେବାକୁ ନିଷ୍ପତ୍ତି ନେଇଛି IMF

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଭାରତ-ପାକ୍ ଯୁଦ୍ଧ ଘନଘଟା ଭିତରେ ପାକିସ୍ତାନକୁ ଋଣ ଦେବାକୁ ନିଷ୍ପତ୍ତି ନେଇଛି IMF

Key Points

ଭାରତ-ପାକ୍ ଯୁଦ୍ଧ ଘନଘଟା ଭିତରେ ପାକିସ୍ତାନକୁ ଋଣ ଦେବାକୁ ନିଷ୍ପତ୍ତି ନେଇଛି IMF
ଅଭିଯୋଗ, IMF ଠାରୁ ଟଙ୍କା ଆଣି ଆତଙ୍କବାଦୀଙ୍କ ଉପରେ ଖର୍ଚ୍ଚ କରୁଛି ପାକିସ୍ତାନ
ଭାରତର ଚାପ ପ୍ରୟୋଗ ପରେ IMF ପାକିସ୍ତାନ ଆଗରେ ରଖିଛି 11ଟି ନୂଆ ସର୍ତ୍ତ
ସେପଟେ ବାଂଲାଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ କଟକଣା ଲଗାଇଲା ଭାରତ

ଅପରେସନ ସିନ୍ଦୁର ପରେ ଆର୍ଥିକ ଅନଟନ ସ୍ଥିତିରେ ପାକିସ୍ତାନ । ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି IMF ଆଗରେ ହାତ ପତାଇଲା ପାକିସ୍ତାନ । ଏପରିକି IMF ମଧ୍ୟ ଆର୍ଥିକ ସହାୟତା ଦେବାକୁ ରାଜି ହେଲା । କିନ୍ତୁ IMF ଠାରୁ ଟଙ୍କା ଆଣି ପାକିସ୍ତାନ କେଉଁ ଦିଗରେ ଖର୍ଚ୍ଚ କରୁଛି ତାହା ହିଁ ଗୁରୁତ୍ବପୂର୍ଣ୍ଣ ଦିଗ । ଅପରେସନ ସିନ୍ଦୁରରେ ଛିନଛତର ହୋଇଯାଇଥିବା ଆତଙ୍କବାଦୀଙ୍କ ଭିତ୍ତିଭୂମି ସଜାଡିବାରେ ପାକିସ୍ତାନ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି । ଏପରିକି ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ପରିବାରକୁ 1 କୋଟି ଟଙ୍କା ଦେବା ବୋଲି ଘୋଷଣା କରିଛି । IMFରୁ ଟଙ୍କା ଆସିଲେ ଆତଙ୍କବାଦ ଉପରେ ଖର୍ଚ୍ଚ କରିବ ପାକିସ୍ତାନ । ଏପରି ଅଭିଯୋଗ ଆସିବା ପରେ ଚାପରେ ଆସି IMF ପାକିସ୍ତାନ ଆଗରେ 11 ସର୍ତ୍ତ ରଖିଛି ।
ସେହି ସର୍ତ୍ତ ଗୁଡିକ ହେଲା

17.6 ଟ୍ରିଲିୟନ ଟଙ୍କାର ସଂଘୀୟ ବଜେଟ ସଂସଦରେ ଜୁନ 2025 ସୁଦ୍ଧା ସଂସଦ ଦ୍ବାରା ଅନୁମୋଦନ ଆବଶ୍ୟକ
ଜୁଲାଇ 2025 ଏବଂ ଫେବ୍ରୁଆରୀ 2026 ସୁଦ୍ଧା ବିଦ୍ୟୁତ ଓ ଗ୍ୟାସ ଶୁଳ୍କ ଉତ୍ପାଦନ ମୂଲ୍ୟ ସହ ସମତୁଲ କରିବାକୁ ପଡିବ ।
ରୁଣ ସେବା କର ସୀମା ଜୁନ ଶେଷ ସୁଦ୍ଧା ହଟାଇ ଦିଆଯିବ ।
ମେ ଶେଷ ସୁଦ୍ଧା ଥାର୍ଡ ପାର୍ଟି ଠାରୁ ବିଦ୍ୟୁତ ସେବା ନେଉଥିବା ଲୋକଙ୍କ ଉପରେ ଦର ସ୍ଥାୟୀ କରିବା ପାଇଁ ଆଇନ ।
ସମସ୍ତ 4 ପ୍ରଦେଶରେ ନୂତନ କୃଷି ଆୟକର ଆଇନ
IMFର ସୁପାରିଶ ଆଧାରିତ ଶାସନ କାର୍ଯ୍ୟ ଯୋଜନା
2027 ପରବର୍ତ୍ତି ଆର୍ଥିକ କ୍ଷେତ୍ର ରଣନୀତି ପ୍ରକାଶିତ ହେବା
2035 ସୁଦ୍ଧା ସ୍ବତନ୍ତ୍ର ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଏବଂ ଶିଳ୍ପ ପାର୍କ ପାଇଁ ପ୍ରୋତ୍ସାହନ ବନ୍ଦ କରିବା
ଆମଦାନୀ କଟକଣାରେ ଛାଡ-ଜୁଲାଇ 2025 ସୁଦ୍ଧା 5ବର୍ଷ ପର୍ଯ୍ୟନ୍ତ ପୁରୁଣା ବ୍ୟବହୃତ କାରଗୁଡିକୁ
ଅନୁମତି ଦେବା।
ଶକ୍ତି କ୍ଷେତ୍ରରେ ତାରିଫ ନିର୍ଦ୍ଧାରଣ , ବିତରଣରେ ସୁଧାର, ଆର୍ଥିକ ପାରଦର୍ଶିତା
ସେପଟେ ବାଂଲାଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ କଟକଣା ଲଗାଇଲା ଭାରତ । ଏହି କଟକଣା ଯୋଗୁ ବାଂଲାଦେଶର ଆର୍ଥିକ ଓ ବାଣିଜ୍ୟିକ ସ୍ଥିତ ବିଗିଡ଼ିଯିବ । ବାଂଲାଦେଶରୁ ରେଡିମେଡ୍ ପୋଷାକ, ପ୍ରକ୍ରିୟାକୃତ ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଆମଦାନୀ ଉପରେ ବନ୍ଦର କଟକଣା ଲାଗୁ କରିଛି ଭାରତ । ବାଣିଜ୍ୟ ମନ୍ତ୍ରଣାଳୟର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି।...
ଏବେ ପାକିସ୍ତାନକୁ IMFର ଋଣ ଜନିତ ସର୍ତ୍ତ ସଂଖ୍ୟା ବଢି 50ରେ ପହଞ୍ଚିଛି । କେବଳ ସେତିକି ନୁହେଁ ପାକିସ୍ତାନକୁ ବଡ଼ ଚେତାବନୀ ଜାରି କରିଛି IMF । ସମସ୍ତ ସର୍ତ୍ତ ପୂରଣ ନହେଲେ ପରବର୍ତ୍ତୀ କିସ୍ତି ନଦେବାକୁ ଚେତାବନୀ ଦେଇଛି IMF ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IMF decides to provide loan to Pakistan amid Indo-Pak war | Argus News