ପ୍ରଧାନମନ୍ତ୍ରୀଙ୍କୁ ଯୁଦ୍ଧ ରୋକିବାକୁ ଅପିଲ୍ କଲେ ପ୍ରବାସୀ ଭାରତୀୟ

ଅଗର୍ସ ବ୍ୟୁରୋ: ମିଡିଲ୍ ଇଷ୍ଟରେ ଯୁଦ୍ଧର ଜ୍ଵାଲାମୁଖୀ ବର୍ଷି ଚାଲିଛି । ଇସ୍ରାଏଲ୍ ର ଫୋର୍ ପ୍ରଣ୍ଟ ଲଢାଇ ଆହୁରି ତେଜୁଛି ଆହୁରି ବଢୁଛି । ଏହାରି ଭିତରେ ଆମେରିକା ଏବଂ ସାଉଦି ଦେଶ ସିଜ୍ ଫାଯାରକୁ ନେଇ ବାକ୍ ଡୋର୍ ବୈଠକ କରିବାର ସୂଚନା ମିଳିଛି । ଏପରିକି ଇରାନ୍ ସହିତ ଇସ୍ରାଏଲ୍ ର ବିବାଦକୁ ଥମିବାକୁ ପ୍ରୟାସ ଆରମ୍ଭ ହୋଇପାରେ । ଅନ୍ୟପଟେ ହିଜବୁଲ୍ଲାର ଡେପୁଟି ଲିଡର୍ ନଇମ୍ କାସିମ୍ ହମାସକୁ ପୁରାପୁରି ସମର୍ଥନ କରିବ ଏବଂ ଇସ୍ରାଏଲ ବିରୋଧରେ ଯୁଦ୍ଧ ଜାରୀ ରହିବ ବୋଲି କହିଛନ୍ତି । ହିଜବୁଲ୍ଲା ଅଣ୍ଡରଗ୍ରାଉଣ୍ଡ କମାଣ୍ଡ ସେଣ୍ଟରକୁ ଇସ୍ରାଏଲର ଟାର୍ଗେଟ୍ । ମିସାଇଲ ମାଡ଼ରେ ହିଜବୁଲ୍ଲାର 50 ଆତଙ୍କବାଦୀ ନିପାତ ହୋଇଥିବା ଦାବି କରିଛି IDF । ହିଜବୁଲ୍ଲା ଆତଙ୍କବାଦୀଙ୍କ ବଙ୍କର ଉପରେ ଜୋରଦାର ମିସାଇଲ ମାଡ଼ ଜାରି ରଖିଛି ଇସ୍ରାଏଲ । ଏହାରି ଭିତରେ ମିଡିଲ୍ ଇଷ୍ଟର ଯୁଦ୍ଧ କୁ ରୋକିବାକୁ ମୋଦିଙ୍କୁ ଅପିଲ୍ କରିଛନ୍ତି ଇସ୍ରାଏଲ୍ ରେ ଥିବା ଭାରତୀୟ ।
