Videos
|
International

ପକେଟରେ ପରିଚୟପତ୍ର ନଥିଲେ ଦେବାକୁ ପଡିବ ଜରିମାନା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ପକେଟରେ ପରିଚୟପତ୍ର ନଥିଲେ ଦେବାକୁ ପଡିବ ଜରିମାନା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରବାସୀ ନୀତିକୁ ନେଇ ଏବେ ଦ୍ବନ୍ଦରେ ଆମେରିକାରେ ବାସ କରୁଥିବା ପ୍ରବାସୀ। ଆମେରିକା ଏବେ ଏକ ନୂତନ ନିୟମ ଆଣିଛି, ଆମେରିକାରେ ରହିବାବୁ ହେଲେ ଫିଙ୍ଗରପ୍ରିଣ୍ଟ ସହ କରିବାକୁ ପଡିବ ପଞ୍ଜୀକରଣ। ବିଶେଷ କରି ଆଇନଗତ ଭାବେ ସେଠାରେ କାର୍ଯ୍ୟ କରୁଥିବା ଓ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଅଧିକ ଗୁରୁତ୍ବପୂର୍ଣ୍ଣ।


ଆମେରିକାର ଗୃହ ସୁରକ୍ଷା ବିଭାଗ ପକ୍ଷରୁ ଏହି ନିମୟ କରାଯାଇଛି। ନିୟମ ଅନୁସାରେ ଯେଉଁମାନେ ଆମେରିକାରେ ଅବୈଧ ଭାବରେ ରହୁଛନ୍ତି ସେମାନଙ୍କୁ ଆମେରିକା ପ୍ରଶାସନ ନିକଟରେ ନାମ ପଞ୍ଜୀକରଣ କରିବାକୁ ପଡିବ। ଏହା ସହିତ ୧୮ ବର୍ଷରୁ ତଦୁର୍ଦ୍ଧ୍ୱ ବୟସର ପ୍ରତ୍ୟେକ ଅଣନାଗରିକଙ୍କୁ ସବୁବେଳେ ନିଜ ପରିଚୟ ପତ୍ର ନିଜ ପାଖରେ ରଖିବାକୁ ପଡିବ। ଏହାକୁ ଉଲ୍ଲଘଂନ କଲେ ନିସ୍ତାର ନାହିଁ।


ସମସ୍ତ ଅଣନାଗରିକ ବ୍ୟକ୍ତି ଯେଉଁମାନେ ୧୪ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର, ଆଉ ଯଦି ସେମାନେ ୩୦ ଦିନରୁ ଅଧିକ ପାଇଁ ଆମେରିକାରେ ରହୁଛନ୍ତି ସେମାନଙ୍କୁ ଫର୍ମ G-325R କରି ପ୍ରଶାସନ ନିକଟରେ ନାମ ପଞ୍ଜୀକରଣ କରିବାକୁ ପଡିବ। ସେମାନେ ଫିଙ୍ଗରପ୍ରିଣ୍ଟ ଦେବେ। ନୂତନ ନିୟମଗୁଡ଼ିକ ମୁଖ୍ୟତଃ ସେହି ଲୋକଙ୍କ ପାଇଁ ପ୍ରଯୁଜ୍ୟ ଯାହାଙ୍କ ପାଖରେ ଆମେରିକାରେ ରହିବା ପାଇଁ ଆବଶ୍ୟକୀୟ କାଗଜପତ୍ର ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯେଉଁମାନେ ଏପ୍ରିଲ ୧୧ ପରେ ଆମେରିକା ଆସୁଛନ୍ତି, ସେମାନେ ୩୦ ଦିନ ମଧ୍ୟରେ ପଞ୍ଜୀକରଣ କରିବାକୁ ପଡିବ। ଏଥିସମେତ ଠିକଣା ପରିବର୍ତ୍ତନ କରିବାକୁ ହେଲେ ୧୦ ଦିନ ମଧ୍ୟରେ ନୂତନ ଠିକଣା ନେଇ ଡିଏଚଏସଙ୍କୁ ଜଣାଇବାକୁ ପଡିବ। ନଚେତ ଏଥିପାଇଁ ମୋଟାଅଙ୍କର ତଣ୍ଡ ଗଣିବାକୁ ପଡିପାରେ। ଯେଉଁମାନଙ୍କର ପୂର୍ବରୁ ବୈଧ ଭିସା ରହିଛି ସେମାନଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବ ନାହିଁ।


ବୈଧ ଭିସା କିମ୍ବା ଗ୍ରୀନ କାର୍ଡ ସହିତ ଆମେରିକାରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ନୂତନ ନିୟମ ଅନୁଯାୟୀ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ। ସେମାନ ସେମାନଙ୍କ ପରିଚୟପତୟ ସବୁବେଳେ ପାଖରେ ରଖିବାକୁ ପଡିବ। ୟୁଏସ ଡିପାର୍ଟମେଣ୍ଟ ଅଫ୍ ହୋମଲ୍ୟାଣ୍ଡ୍ ସିକ୍ୟୁରିଟି ତଥ୍ୟ ଅନୁସାରେ ୨୦୨୨ ସୁଦ୍ଧା ପ୍ରାୟ ୨.୨ ଲକ୍ଷ ଭାରତୀୟ ଅବୈଧଭାବେ ଆମେରିକାରେ ରହୁଥିଲେ। ଏବେ ଏହି ସଂଖ୍ୟା ୩.୭୫ ଲକ୍ଷ ଟପି ଯାଇଥାଇ ପାରେ ବୋଲି ଆକଳନ କରାଯାଉଛି।