Middle East War Impact / ସୁନ୍ଦର ସୁନ୍ଦର ସହର ପାଲଟିଗଲା ପାଉଁଶର ଗଦା

Key Points
ସହର ପାଲଟିଗଲା ପାଉଁଶର ଗଦା ଶୁଭୁଛି ବିକଟାଳ ଚିତ୍କାର
ସୁନ୍ଦର ସୁନ୍ଦର ସହର ପାଲଟିଗଲା ପାଉଁଶର ଗଦା
ସହର ମାନଙ୍କ ଭିତରୁ ଶୁଭୁଛି ବିକଟାଳ ଚିତ୍କାର
ଚାରିଆଡ଼େ ଖାଲି ନିର୍ଜନତା ଆଉ ବିଭୀଷିକାର ଅନ୍ଧକାର
ଯୁଆଡ଼େ ଦେଖ ଖାଲି ମାଳ ମାଳ ଭଙ୍ଗା କୋଠା । ମେଞ୍ଚା ମେଞ୍ଚା ଅସହାୟ ଜୀବନ । ପାଉଁଷ ମିଶା ଲୁହ ଆଉ କାନ୍ଦର କୋଳାହଳ । ଯୁଦ୍ଧ ଆଉ କ'ଣ କି । ଏ ତ ହେଉଛି ଯୁଦ୍ଧ । ମୋହ ଆଉ ଅହଂକାରର ଯୁଦ୍ଧ କେମିତି ତଳିତଳାନ୍ତ କରିଦିଏ ଏ ହେଉଛି ତାର ପାଉଁଶ ପାଲଟିଥିବା ପ୍ରମାଣ । ଯାହା ଉଡ଼ି ଉଡ଼ି ପ୍ରମାଣ କହୁଛି । ମୁଁ ଯୁଦ୍ଧ ସବୁ କିଛି କ୍ଷଣିକରେ ବୀଲିନ କରିଦିଏ।
ମର୍ତ୍ତ୍ୟର ନଗରୀକୁ ମୁଁ କ୍ଷଣିକରେ ମଶାଣିରେ ପରିଣତ କରିଦିଏ । ଯୁଦ୍ଧର ଜୁଇରେ ସବୁ କିଛି ପୋଡ଼ି ଜାଳି ଛାରଖାର କରିପକାଏ । ଯୁଦ୍ଧ କ'ଣ... ଯୁଦ୍ଧ ପରେ ସୁନ୍ଦର ସହର କେମିତି ଦେଖାଯାଏ । ଯୁଦ୍ଧର ପରିଣାମ କ'ଣ ହୋଇଥାଏ । ଯୁଦ୍ଧରୁ କିଏ ଲାଭ ପାଏ ଆଉ କିଏ କ୍ଷତି । ଦୁଃଖି କିଏ ହୁଏ ଖୁସି କାହାକୁ ମିଳେ ।
ସେ ଇସ୍ରାଏଲ ହେଉ କି ଇରାନ୍ । ଯୁଦ୍ଧ ଦେଖାଇ ଦେଇଛି ଦୁଇଜଣ ଯାକ ପରାସ୍ତ ହୋଇଛନ୍ତି । କେବଳ ଜିତିଛି ମୁଁ । ମୋ ଅଗ୍ନିର ଶିଖାରେ ତୁମେ ସବୁ ଅଙ୍ଗାର ପାଲଟି ଯାଇଛ । ତୁମ ଅହଂକାରର ଅଣ୍ଟାକୁ ମୁଁ ଭାଙ୍ଗିଛି । ତୁମ ମାନଙ୍କର ଶକ୍ତ ସାମର୍ଥ୍ୟକୁ ମୁଁ ପାଉଁଶରେ ସମାଧି ଦେଇଛି । ମୁଁ ଯୁଦ୍ଧ ମୋ ଠାରୁ କେହି ଜିତି ନାହଁନ୍ତି । ମୁଁ ମାଧ୍ୟମ ହୋଇଛି ତୁମ ମାନଙ୍କ ବିନାଶର ।
ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିଥିବା ଯୁଦ୍ଧରେ କିଏ ଜିତିଛି । ମଣିଷ ଜିତିଛି ନା ମଣିଷ ମାନଙ୍କ ମନରେ ସୃଷ୍ଟି ହୋଇଥିଲା ସେ ଅହଂକାରୀ ଯୁଦ୍ଧ ଜିତିଛି । କାରଣ ଯେଉଁ ତେହେରାନ ସହର ପୂର୍ବରୁ ଜନଗହଳିପୂର୍ଣ୍ଣ ଥିଲା । ସେହି ସହର ଆଜି ପାଉଁଶ ଏବଂ ଧ୍ୱଂସାବଶେଷରେ ପରିଣତ ହୋଇଛି ।
ଏଥିସହ ପଢ଼ନ୍ତୁ: ୧ ମାସ ଅସ୍ତ୍ରବିରତି, ପରମାଣୁ କାର୍ଯ୍ୟକ୍ରମ ବନ୍ଦ; ମାନିବ ତ ଇରାନ ?
ପ୍ରତ୍ୟେକ କୋଣ ଅନୁକୋଣରେ କେବଳ ନିଆଁ ଏବଂ କଳା ଧୂଆଁର ବାଦଲ ଦେଖିବାକୁ ମିଳୁଛି । ଇସ୍ରାଏଲର ସହର ତେଲ ଅଭାବର ମଧ୍ୟ ସମାନ ଦୃଶ୍ୟ । ସହରର ବଡ଼ ବଡ଼ ଆକାଶଛୁଆଁ ପ୍ରାସାଦ ଓ ସରକାରୀ କୋଠାଗୁଡ଼ିକ ମିସାଇଲ୍ ମାଡ଼ରେ ଧୂଳିସାତ୍ ହୋଇଯାଇଛି । ସ୍ଥିତି ଏମିତି ଯେ, ଅନେକ ସ୍ଥାନରେ ଚିହ୍ନିବା ମଧ୍ୟ କଷ୍ଟକର ହୋଇପଡ଼ିଛି ।
ଏଠାରେ ଛୋଟିଆ ପ୍ରଶ୍ନଟିଏ । ଏହି ଯୁଦ୍ଧରେ ଜିତିଲା କଏ ? ଏଇ କୁନି କୁନି ଛୁଆ । ଯିଏ ଯୁଦ୍ଧ କଣ ଜାଣି ନାହାଁନ୍ତି । ନା ନିଜକୁ ଶକ୍ତିଶାଳି ବୋଲାଉଥିବା ସରକାର। କାରଣ ଏ ପାଉଁଶ ମିଶା ଲୁହତ କରୁଛି ଜିତିଛି କେବଳ ଅହଂକାରୀ ଯୁଦ୍ଧ ।
ଏହି ଯୁଦ୍ଧରେ ହଜାର ହଜାର ସାଧାରଣ ନାଗରିକ ନିଜର ଘରଦ୍ୱାର ହରାଇଥିବା ବେଳେ ବହୁ ଲୋକଙ୍କର ମୃତ୍ୟୁ ହୋଇଛି । ଉଦ୍ଧାରକାରୀ ଦଳ ବଡ଼ ବଡ଼ ଅଟାଳିକା ତଳେ ଚାପି ହୋଇଥିବା ଲୋକଙ୍କୁ ବାହାର କରିବା ପାଇଁ ସଂଘର୍ଷ କରୁଛନ୍ତି । ଏହି ଘଟଣାକୁ ନେଇ ଜାତିସଂଘ ସମେତ ବିଶ୍ୱର ଅନେକ ଦେଶ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ।
ହେଲେ ଆମେରିକା ଓ ଇସ୍ରାଏଲ ଏହି ଯୁଦ୍ଧରେ ଇରାନକୁ ପରାସ୍ତା କରିଥିବା କହୁଥିବା ବେଳେ ଇରାନ କହୁଛି ସେ ଯୁଦ୍ଧରେ ପରାସ୍ତ ହୋଇନାହିଁ । ତେବେ ଆପଣ ମାନେ ସେସବୁ ଦୃଶ୍ୟକୁ ଦେଖି କୁହନ୍ତୁ ଧରାସାୟୀ କିଏ ଆଉ ବିଜୟୀ କିଏ । କିନ୍ତୁ ଦେଖିବାକୁ ଗଲେ ଏଠାରେ ଯୁଦ୍ଧ ଜିତିଛି ଆଉ ଶକ୍ତିଶାଳୀ ଅହଂକାରୀ ଭାବନା ପରାସ୍ତ ହୋଇଛି।
📱 Get Argus News App
✨Related Topics
Explore more stories