ଆମେରିକା ଓ ରୁଷିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା

Key Points
ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା
ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ପ୍ରାୟ ତିନି ଘଣ୍ଟା ଧରି ମାରାଥନ୍ ଆଲୋଚନା କରିଥିଲେ
ଆଲୋଚନା ଫଳପ୍ରଦ ହୋଇଛି, କିନ୍ତୁ ଏଥିରୁ କିଛି ନିଷ୍କର୍ଷ ବାହାରି ନଥିବା ଟ୍ରମ୍ପ କହିଛନ୍ତି
ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସଫଳ ହୋଇଛି । ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ପ୍ରାୟ ତିନି ଘଣ୍ଟା ଧରି ମାରାଥନ୍ ଆଲୋଚନା କରିଥିଲେ । ଆଲୋଚନା ଫଳପ୍ରଦ ହୋଇଛି, କିନ୍ତୁ ଏଥିରୁ କିଛି ନିଷ୍କର୍ଷ ବାହାରି ନଥିବା ଟ୍ରମ୍ପ କହିଛନ୍ତି । ଯେ କିଛି ପ୍ରସଙ୍ଗରେ ସହମତି ହୋଇନାହିଁ । ଏହାକୁ ସମାଧାନ କରିବାର ସୁବର୍ଣ୍ଣ ସୁଯୋଗ ଅଛି । ଅନେକ ପ୍ରସଙ୍ଗରେ ସହମତି ହୋଇଛି, କିନ୍ତୁ ୟୁକ୍ରେନ ଯୁଦ୍ଧ ସମେତ କିଛି ପ୍ରସଙ୍ଗରେ ସହମତି ହୋଇନାହିଁ । ଆମେ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଚାହୁଁ । ପୁଟିନଙ୍କ ସହ ସାକ୍ଷାତ ସକାରାତ୍ମକ ଥିଲା।
ପରବର୍ତ୍ତୀ ସମୟରେ ୟୁକ୍ରେନର ରାଷ୍ଟ୍ରପତି ଭଲଡୋମିର ଜେଲେନସ୍କିଙ୍କ ସହ ଏନେଇ ଆଲୋଚନା କରାଯିବ । ଏଥିସହ ପୁତିନଙ୍କ ସହ ପୁଣି ଆଲୋଚନା କରାଯିବ ବୋଲି ଟ୍ରମ୍ପ କହିଛନ୍ତି। ସେପଟେ ୟୁକ୍ରେନ୍ ସମସ୍ୟାର ସମାଧାନ ପାଇଁ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପୁତିନ୍ । ୟୁକ୍ରେନ୍ ଯୋଗୁଁ ରୁଷିଆର ସୁରକ୍ଷା ବ୍ୟବସ୍ଥା ପ୍ରତି ସୃଷ୍ଟି ହୋଇଛି ଚ୍ୟାଲେଂଜ। ବିବାଦର ମୂଳ କାରଣ ଗୁଡିକୁ ସମାଧାନ କରିବାକୁ ପଡିବ । ଏହା କେବଳ ଆଲୋଚନା ଦ୍ବାରା ସମ୍ଭବ । ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ପରବର୍ତ୍ତୀ ବୈଠକ ମସ୍କୋରେ କରିବାକୁ ପ୍ରସ୍ତାବ ଦେଇଛନ୍ତି ଭ୍ଲାଦିମିର ପୁତିନ୍ । ୨୦୨୨ ଫେବୃଆରୀ ମାସରୁ ଆରମ୍ଭ ହୋଇଥିବା ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆଲୋଚନା ପୂର୍ବରୁ ରୁଷିଆ ୟୁକ୍ରେନ୍ ଯୁଦ୍ଧ ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦାୟୀ କରିଥିଲେ ଟ୍ରମ୍ପ।