Videos
|
International

ଜମି ଲୋଭରେ ୧୪ ବର୍ଷ ଜେଲ୍‌

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
 ଜମି ଲୋଭରେ ୧୪ ବର୍ଷ ଜେଲ୍‌

Key Points


କ'ଣ ରହିଛି ମାମଲା ?


କିଏ ଆଉ ଆଉ କେବେ ଋଜୁ କରିଥିଲା ମାମଲା


ଅର୍ଗସ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଖାନଙ୍କୁ ୧୪ ବର୍ଷ ଜେଲ। ଜେଲରେ ଥିବା ବେଳେ ତାଙ୍କୁ ପାକିସ୍ତାନର ଏକ କୋର୍ଟ ୧୪ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଅଲକାଦିର ୟୁନିଭର୍ସିଟି ପ୍ରୋଜେକ୍ଟ ଟ୍ରଷ୍ଟ ସହ ଜଡିତ ଏକ ମାମଲାରେ ଇମ୍ରାନ ଖାନ ଓ ତାଙ୍କ ପତ୍ନୀଙ୍କୁ ଦଣ୍ଡିତ କରିଛନ୍ତି କୋର୍ଟ। ଇମ୍ରାନଙ୍କୁ ୧୪ ବର୍ଷ ଓ ତାଙ୍କ ପତ୍ନୀଙ୍କୁ ୭ ବର୍ଷ ଜେଲ ଦଣ୍ଡ ସହ ତାଙ୍କ ଉପରେ ୧୦ ଲକ୍ଷ ଓ ୫ ଲକ୍ଷ ଜରିମାନା ଲାଗିଛି । ନିଜ ସୁବିଧା ପାଇଁ ନିଜ ଟ୍ରଷ୍ଟ ନାମରେ ଟଙ୍କା ଆଣି ନିଜର ଫାଇଦା ପାଇଁ ଉପେଯାଗ କରିଥିଲେ। ଇମ୍ରାନଙ୍କ ପତ୍ନୀ ବୁଶରା ବିବି ଓ ଇମ୍ରାନ ଖାନଙ୍କ ଦ୍ବାରା ସ୍ଥାପିତ ହୋଇଥିବା ଏକ ୟୁନିଭର୍ସିଟି ଜମି ଅଧିଗ୍ରହଣ ପାଇଁ ଏହି ଟଙ୍କା ବ୍ୟବହାର କରିଥିଲେ ଇମ୍ରାନ ଓ ତାଙ୍କ ପତ୍ନୀ। ୨୦୨୩ ମସିହାରେ ଇମ୍ରାନ ଖାନ ସରକାରୀ ଉପହାର ବିକ୍ରି, ସରକାରୀ ତଥ୍ୟ ଲିକ୍ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି


କ'ଣ ରହିଛି ମାମଲା ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇମ୍ରାନ ଏବଂ ତାଙ୍କ ପତ୍ନୀଙ୍କ ବ୍ୟତୀତ ଅନ୍ୟ ୬ ହାଇେପ୍ରାଫାଇଲ୍ ବ୍ୟକ୍ତିଙ୍କ ନାମରେ ମଧ୍ୟ ଅଭିଯୋଗ ରହିଛି। ଏହି ଘୋଟାଲାରେ ପାକିସ୍ତାନ ସରକାରଙ୍କ ୧୯୦ ମିଲିୟନ ପାଉଣ୍ଡ କ୍ଷତି ହୋଇଛି। କାରଣ ଯେଉଁ ଟ୍ରଷ୍ଟ ଅଲକାଦିର ନାମରେ ଭ୍ରଷ୍ଟାଚାର ଅଭିଯୋଗ ଆସିଛି ସେ ଟ୍ରଷ୍ଟର ଟ୍ରଷ୍ଟିଥିଲେ ନିଜେ ଇମ୍ରାନ୍ ଖାନଙ୍କ ପତ୍ନୀ ବୁଶରା ବିବି। ଏହି ଟ୍ରଷ୍ଟ ମାଧ୍ୟମରେ ୪୫୮ ଏକର କେନାଲ ଜମି ଅଧିଗ୍ରହଣ କରାଯାଇଥିଲା। ଏହି ଜମିକୁ ବିଶ୍ବବିଦ୍ୟାଳୟ ନିର୍ମାଣ କରିବା ପାଇଁ ବ୍ୟବହାର କରାଯାଇଥିଲା। ପିଏମ କାର୍ଯ୍ୟାଳୟ ମାଧ୍ୟମରେ ଏହି ଦେଣନେଣ ହୋଇଥିଲା


କିଏ ଆଉ ଆଉ କେବେ ଋଜୁ କରିଥିଲା ମାମଲା


ଇମ୍ରାନଙ୍କ ବିରୋଧରେ ଏହି ମାମଲା ୨୦୨୩ ମସିହାରେ ଆରମ୍ଭ ହୋଇଥିଲା। ପାକିସ୍ତାନର ତଦନ୍ତକାରୀ ସସ୍ଥା ଏନଏବି ଇମ୍ରାନ, ତାଙ୍କ ପତ୍ନୀ ଓ ଅଲକାଦିର ୟୁନିଭର୍ସିଟି ବିରୋଧରେ ମାମଲା ରୁଜୁ କରିଥିଲା। ଇମ୍ରାନ ଓ ତାଙ୍କ ପତ୍ନୀ ବାହାରିଆ ଟାଉନ ଲିମିଟେଡ୍ ଠାରୁ କୋଟିକୋଟି ଟଙ୍କା ଏବଂ ଶହଶହ ଏକର ଜମି ଅଧିଗ୍ରହଣ କରିଥିଲେ।

Imran Khan jailed for 14 years for land | Argus News