Videos
|
International

ରାୱଲପିଣ୍ଡିରେ ଇମ୍ରାନ ଖାନଙ୍କ ଭଉଣୀଙ୍କ ଉପରେ ଅଣ୍ଡା ମାଡ଼, ଭାଇରାଲ୍ ହେଲା ଭିଡିଓ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ରାୱଲପିଣ୍ଡିରେ ଇମ୍ରାନ ଖାନଙ୍କ ଭଉଣୀଙ୍କ ଉପରେ ଅଣ୍ଡା ମାଡ଼, ଭାଇରାଲ୍ ହେଲା ଭିଡିଓ

Key Points

ଇମ୍ରାନ ଖାନଙ୍କ ଭଉଣୀଙ୍କୁ ଅଣ୍ଡା ମାଡ଼ର ଭିଡିଓ ଭାଇରାଲ୍ । ରାୱଲପିଣ୍ଡିର ଅଦିଅଲା ଜେଲ୍ ବାହାରେ ଇମ୍ରାନଙ୍କ ଭଉଣୀ ଅଲୀମା ଖାନୁମଙ୍କ ଉପରେ ଅଣ୍ଡା ମାଡ଼ ହୋଇଛି ।

ନୂଆଦିଲ୍ଲୀ: ଜେଲ୍ ବାହାରେ ଅଣ୍ଡାମାଡ଼ । ଇମ୍ରାନ ଖାନଙ୍କ ଭଉଣୀଙ୍କୁ ଅଣ୍ଡା ମାଡ଼ର ଭିଡିଓ ଭାଇରାଲ୍ । ରାୱଲପିଣ୍ଡିର ଅଦିଅଲା ଜେଲ୍ ବାହାରେ ଇମ୍ରାନଙ୍କ ଭଉଣୀ ଅଲୀମା ଖାନୁମଙ୍କ ଉପରେ ଅଣ୍ଡା ମାଡ଼ ହୋଇଛି । ଇମ୍ରାନ୍ ଖାନ ସେହି ଜେଲ୍‌ରେ କଏଦୀ ଥିବାବେଳେ ତାଙ୍କ ଭଉଣୀଙ୍କ ଉପରେ ଅଣ୍ଡାମାଡ଼ର ଭିଡିଓ ଭାଇରାଲ୍ ହେଉଛି ।


ଇମ୍ରାନ ଖାନ ଅଭିଯୁକ୍ତ ଥିବା ତୋଷଖାନା ମାମଲାର ଶୁଣାଣିରେ ଅଂଶଗ୍ରହଣ କରି ଅଲୀମା ମିଡିଆକୁ ସମ୍ବୋଧିତ କରୁଥିଲେ । ଜେଲ୍ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ବେଳେ ଅଲୀମା ଖାନୁମଙ୍କ ଉପରକୁ କେହି ଅଣ୍ଡା ଫିଙ୍ଗିଥିଲା । ଅଲୀମାଙ୍କ ବେକରେ ଅଣ୍ଡା ବାଜି ପୋଷାକ ସାରା ପଡ଼ିଥିବା ଭିଡିଓରେ ଦେଖା ଯାଉଛି ।


ତେବେ କିଏ ଅଣ୍ଡା ମାଡ଼ କରିଥିଲା ଜଣାପଡ଼ିନି । ଅଣ୍ଡା ମାଡ଼ ପରେ ମଧ୍ୟ ଅଲୀମା ବ୍ୟତିବ୍ୟସ୍ତ ହୋଇ ନଥିଲେ । ବରଂ 'କିଛି କଥା ନାହିଁ, ଯିବାକୁ ଦିଅନ୍ତୁ' ବୋଲି ଅଲୀମା କହିଥିବା ଭାଇରାଲ୍ ଭିଡିଓରେ ଶୁଣିବାକୁ ମିଳୁଛି । ଘଟଣା ପରେ ରାୱଲପିଣ୍ଡି ପୋଲିସ ଆକ୍ସନକୁ ଆସି ଅଣ୍ଡା ଫିଙ୍ଗିଥିବା ୨ ଜଣ ମହିଳାଙ୍କୁ ଗିରଫ କରିଛି ।


ପୋଲିସ ଅନୁସାରେ, ଗିରଫ ମହିଳା ଦ୍ଵୟ ଇମ୍ରାନଙ୍କ ଦଳ ପିଟିଆଇର ସମର୍ଥକ ଏବଂ ସାମ୍ବାଦିକ ପଚାରିଥିବା ଏକ ପ୍ରଶ୍ନକୁ ଅଲୀମା ଏଡ଼ାଇଯିବାରୁ ଅଣ୍ଡା ମାଡ଼ କରିଛନ୍ତି । ତେବେ ଅଲୀମାଙ୍କ ଉପରେ ହୋଇଥିବା ଆକ୍ରମଣକୁ ପିଟିଆଇ ସମର୍ଥକ ନିନ୍ଦା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: