Videos
|
International

ମାତ୍ର ୯ ବର୍ଷରେ ବାହାହେବେ ଝିଅ

Arpita Mohanty
Browse all articles by Arpita Mohanty
·2 years ago·2 min read
ମାତ୍ର ୯ ବର୍ଷରେ ବାହାହେବେ ଝିଅ

ଅର୍ଗସ ବ୍ୟୁରୋ: ଇରାକ୍‌ରେ ବଡ଼ ହଲଚଲ । କାରଣ ସ୍ଥାନୀୟ ଅଂଚଳର ଯୁବତୀଙ୍କ ବିବାହର ବୟସ ହ୍ରାସ କରିବାକୁ ଯୋଜନା ହୋଇଛି । ସର୍ବନିମ୍ନ ୯ ବର୍ଷ ହୋଇଥିଲେ ଯୁବତୀ ବିବାହ କରିବେ ବୋଲି କୁହାଯାଉଛି । ଏମିତିକି ଆଗାମୀ ଦିନରେ ଆଇନ ସଂଶୋଧନ ହେବ ବୋଲି ସୂଚନା ରହିଛି । ଖାଲି ଯୁବତୀ କାହିଁକି ବରଂ ଯୁବକମାନେ ୧୫ ବର୍ଷ ହେଲେ ବିବାହ ପାଇଁ ଯୋଗ୍ୟ ବୋଲି କୁହାଯାଉଛି ।ଇରାକର ସଂସଦରେ ପ୍ରସ୍ତାବିତ ବିଲ୍ ଉପରେ ଆଲୋଚନା ହେଉଥିବା ବେଳେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି । ଇରାକ ନ୍ୟାୟ ମନ୍ତ୍ରଣାଳୟ ଦ୍ବାରା ପ୍ରବର୍ତ୍ତିତ ବିବାଦୀୟ ଆଇନ ଦେଶର ବ୍ୟକ୍ତିଗତ ସ୍ଥିତି ଆଇନରେ ସଂଶୋଧନ କରିବାକୁ ଲକ୍ଷ୍ୟ ରଖିଛି, ଯାହା ବର୍ତ୍ତମାନ ବିବାହର ସର୍ବନିମ୍ନ ବୟସ ୧୮ ରହିଛି।

 

ଏହି ବିଲ୍ ନାଗରିକମାନଙ୍କୁ ପାରିବାରିକ କାର୍ଯ୍ୟ ଉପରେ ନିଷ୍ପତ୍ତି ନେବାକୁ ଧାର୍ମିକ କର୍ତ୍ତୃପକ୍ଷ କିମ୍ବା ନାଗରିକ ନ୍ୟାୟପାଳିକା ମଧ୍ୟରେ ବାଛିବାକୁ ଅନୁମତି ଦେବ। କିନ୍ତୁ ଏହାକୁ ଦୃଢ ବିରୋଧ କରୁଛନ୍ତି ବିରୋଧୀ । ବାଲ୍ୟ ବିବାହ ଦ୍ବାରା ଘରୋଇ ହିଂସା ଏବଂ ଶୋଷଣ ବୃଦ୍ଧି ପାଇବ ଏବଂ ଆଜି ପର୍ଯ୍ୟନ୍ତ ମହିଳାଙ୍କୁ ସମାନ ଅଧିକାର ଦେବା ପାଇଁ ଯେଉଁ ପ୍ରଚେଷ୍ଟା ଜାରି ରହିଥିଲା ତାହା ବିଫଳ ହେବ। ମିଳିତ ଜାତିସଂଘର ଶିଶୁ ଏଜେନ୍ସି ଅନୁଯାୟୀ, ଇରାକର 28 ପ୍ରତିଶତ ବାଳିକା 18 ବର୍ଷ ବୟସ ପୂର୍ବରୁ ବିବାହ କରିସାରିଛନ୍ତି। ବିରୋଧୀଙ୍କ କହିବା ଅନୁଯାୟୀ ଏହି ଆଇନ ପ୍ରଣୟନ ହେବା ଦ୍ବାରା ଦେଶ ଆଗକୁ ନୁହେଁ ବରଂ ପଛକୁ ଯିବ।

ଅନ୍ୟପଟେ ଏହି ବିଲ୍‌ର ସମର୍ଥକମାନେ ଦାବି କରିଛନ୍ତି ଯେ ଏହା ଯୁବକ ଯୁବତୀଙ୍କୁ ବିବାହ ପୂର୍ବରୁ “ଅନୈତିକ ସମ୍ପର୍କ” ରଖିବାରୁ ରକ୍ଷା କରିବା। ବିରୋଧୀମାନେ ଏହି କାରଣକୁ ତ୍ରୁଟିପୂର୍ଣ୍ଣ କହିବା ସହିତ ଏହା ବାଲ୍ୟ ବିବାହର କଠୋର ବାସ୍ତବତାକୁ ଅଣଦେଖା କରିବ ବୋଲି ଜଣାଇଛନ୍ତି।ନଅ ବର୍ଷ ବୟସରୁ ଝିଅମାନଙ୍କର ବିବାହ କରିବା ଦ୍ବାରା ଅସଂଖ୍ୟ ଝିଅମାନଙ୍କର ଭବିଷ୍ୟତ ନଷ୍ଟ ହେବ। ଏହି ବୟସରେ ଝିଅ ମାନେ ଖେଳ ପଡିଆରେ ଏବଂ ସ୍କୁଲରେ ଭଲ ଲାଗନ୍ତି ନାଁ କି ବିବାହ ପୋଷାକରେ ବୋଲି କହିଛନ୍ତି ବିରୋଧୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଆଇନ ବଦଳାଇବାକୁ ଯାଇ ପୂର୍ବରୁ ଏହି ଭଳି ଅନେକ ବିଲ୍ ବିଫଳ ହୋଇଥିବାବେଳେ ଏହି ବିଲ୍ ସଫଳ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।