`ଅପରେସନ ସିନ୍ଦୂର'ରେ ପାକ୍ ଏୟାରବେସ୍ ଧ୍ବଂସ

Key Points
ଶେଷରେ ସତ ମାନିଲା ପାକିସ୍ତାନ
`ଅପରେସନ ସିନ୍ଦୂର'ରେ ପାକ୍ ଏୟାରବେସ୍ ଧ୍ବଂସ
ଲଗାତାର ମିଛ ପ୍ରଚାର ପରେ ସତ ମାନିଲେ ପାକ ପିଏମ ଶେହବାଜ୍ ସରିଫ୍
ପହଲଗାମ ହମଲାର ପ୍ରତିଶୋଧରେ ଛାରଖାର ପାକିସ୍ତାନର ନୁର ଖାନ୍ ଏୟାରବେସ୍
ଭାରତର ମିସାଇଲ ମାଡ଼ରେ ଧୂଳିସାତ୍ ପାକିସ୍ତାନର ଆତଙ୍କୀ ଆଡ୍ଡା
ରାତି ସାଢ଼େ ୨ଟାରେ ପିଏମଙ୍କୁ ଫୋନ୍ କରି ଜଣାଇଥିଲେ ସେନାମୁଖ୍ୟ ଅସିମ ମୁନୀର
ସତ ଉପରେ ପରଦା ଢ଼ାଙ୍କିବାର ହୀନ କୌଶଳ ଫେଲ୍ । ସର୍ବସମ୍ମୁଖରେ ସତ ମାନିଲେ ପିଏମ ଶେହବାଜ ସରିଫ । ଖୋଲିଲା ଲଗାତାର ମିଛ କହି କ୍ଷତ ଲୁଚାଇବାକୁ ପ୍ରୟାସ କରୁଥିବା ପାକିସ୍ତାନର ଅସଲ ମୁଖା । ଅପରେସନ ସିନ୍ଦୁରରେ ରକ୍ତ ଝରିଛି, ଆତଙ୍କୀ ଅଣ୍ଟା ଭାଙ୍ଗିଛି । ଧୂଳିସାତ ହୋଇଛି ପାକିସ୍ତାନର ଏକାଧିକ ବାୟୁସେନା ଘାଟି ଓ ଆତଙ୍କୀ ଆଡ୍ଡା । ଛାରଖାର ହୋଇଥିଲା ପାକିସ୍ତାନର ଭିଭିଆଇପି ଓ ଉଚ୍ଚସ୍ତରୀୟ ସାମରିକ ବିମାନ ଚଳାଚଳର କେନ୍ଦ୍ରବିନ୍ଦୁ ନୁର ଏୟାରବେସ । ମେ 9-10 ରାତି ପ୍ରାୟ 2ଟା 30 ମିନିଟରେ ଭାରତର ପ୍ରଚଣ୍ଡ ଆକ୍ରମଣ ବିଷୟରେ ପିଏମ ଶେହବାଜଙ୍କୁ ଫୋନ କରି ଜଣାଇଥିଲେ ଖୋଦ ପାକ୍ ସେନାମୁଖ୍ୟ ଅସୀମ ମୁନୀର। ନିଜ ମୁହଁରେ ଏକଥା ସ୍ବୀକାର କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । କାଲି ପର୍ଯ୍ୟନ୍ତ ମିଛ କହି ପାକିସ୍ତାନୀଙ୍କୁ ମୁର୍ଖ ବନାଇ ବିଜୟ ଉତ୍ସବ ପାଳନ କରୁଥିବା ପାକିସ୍ତାନର ଅସଲ ଚେହାରା ଉପରୁ ପରଦା ହଟିଛି । ଶେହବାଜ ସରିଫ୍ ସତ ସ୍ବୀକାର କରିଥିବା ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ଭାରତର ଅପରେସନ ସିନ୍ଦୁରକୁ ନେଇ ଲଗାତାର ମିଛ ପ୍ରଚାର କରିଆସୁଥିଲା ପାକିସ୍ତାନ । ଭାରତ ଆକ୍ରମଣରେ ମୃତ ଆତଙ୍କୀଙ୍କ ପାଇଁ କଲାମ ପଢୁଥିବା ପାକିସ୍ତାନ ନେତା ଓ ପାକ୍ ସେନାର ଦୋମୁହାଁ ଚରିତ୍ର ପର୍ଦ୍ଦାଫାସ ହୋଇଥିଲା । ଭାରତର ଭୁଜ, ଆଦମପୁର ଏୟରବେସକୁ କ୍ଷତି ପହଞ୍ଚାଇଥିବା ଦାବି କରିବା ସହ ଡ୍ରୋନ ଆକ୍ରମଣରେ ଭାରତର ବ୍ୟାପକ କ୍ଷତି ହୋଇଥିବା ପ୍ରଚାର କରିଥିଲା ପାକିସ୍ତାନ । ଆଦମ୍ ପୁର ଏୟର ବେସ୍ ଯାଇ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନର ମିଛ ଉପରୁ ଉଠାଇଥିଲେ ପରଦା। ଶୁକ୍ରବାର ଭୁଜ ଏୟାରବେସରେ ପହଞ୍ଚି ପାକିସ୍ତାନର ଅସଲ ମୁଖା ଖୋଲିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କାଗଜର ପୋଷାକ ପିନ୍ଧି ଜ୍ବଳନ୍ତା ଦୀପର ସହରରେ ଚାଲିବା ବେଳେ ସମ୍ଭାଳି ଚାଲିବାକୁ ନିଶାଗ୍ରସ୍ତ ପାକିସ୍ତାନକୁ ପରାମର୍ଶ ଦେଇଥିଲେ ରାଜନାଥ ।
ଲୁଚାଇଲେ ବି ଲୁଚୁନଥିଲା ସତ । ଭାରତଠାରୁ ଶୋଚନୀୟ ପରାସ୍ତ ପରେ ପାକିସ୍ତାନ ଜନତାଙ୍କ କ୍ରୋଧରୁ ବର୍ତ୍ତିବାକୁ ମିଛର ଭଣ୍ଡାର ଖୋଲିଦେଇଥିଲେ ପାକିସ୍ତାନର ସେନାଠୁ ଆରମ୍ଭ କରି ସରକାର । ତେବେ ତଥ୍ୟ ପ୍ରମାଣ ସହ ଭାରତ ଦୁନିଆ ଆଗରେ ପାକିସ୍ତାନକୁ ଏକ୍ସପୋଜ କରିବା ପରେ ଏବେ ଧୀରେ ଧୀରେ ସତ ସ୍ବୀକାର କରବା ଆରମ୍ଭ କରିଛି ଆତଙ୍କିସ୍ତାନ। ଆଗକୁ ନିଜର ଆଉ କେଉଁ କେଉଁ ମିଛ ଉପରୁ ପାକିସ୍ତାନ ଉଠାଇବ ପରଦା ତାହ ଦେଖିବା ବାକି ରହିଲା।