Videos
|
International

କାମ କରୁନି X, ଚିନ୍ତାରେ ମସ୍କ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କାମ କରୁନି X, ଚିନ୍ତାରେ ମସ୍କ

Key Points

ପୁଣି ଚର୍ଚ୍ଚାରେ ଏଲନ ମସ୍କ

୨୪ ଘଣ୍ଟା ହେବ କାମ କରୁଛନ୍ତି

ପୁଣି ଚର୍ଚ୍ଚାରେ ଏଲନ ମସ୍କ। ଏଲନ ମସ୍କଙ୍କ ସୋସିଆଲ ମିଡିଆ ସାଇଟ X ପୁଣି ଥରେ ଡାଉନ ହୋଇଯାଇଛି। ଏକ୍ସର ଇଞ୍ଜିନିୟରିଂ ଟିମ୍‌ ପକ୍ଷରୁ କୁହାଯାଇଛି ଯେ, ସେମାନେ ଏହି ସମସ୍ୟାର ସମାଧାନ ପାଇଁ ୨୪ ଘଣ୍ଟା ହେବ କାମ କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସବୁକିଛି ସ୍ବାଭାବିକ ହୋଇନାହିଁ।ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଅସୁବିଧା ପରିଲକ୍ଷିତ ହେଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

ଅନେକ ଦେଶର ୟୁଜର୍ସ ଏନେଇ ଅଭିଯୋଗ ଆଣିଛନ୍ତି।ଏଥିପାଇଁ ୟୁଜର୍ସଙ୍କୁ ଲଗଇନ ଏବଂ ସାଇନ ଆଉଟ୍‌ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କେବଳ ଏତିକି ନୁହେଁ, ଏକ୍ସ ପ୍ରିମିୟମ ସେବାଗୁଡ଼ିକ ଠିକ ଭାବରେ କାମ କରୁନାହିଁ। ଗତକାଲି ରାତିରେ ମଧ୍ୟ ଏଭଳି ଅସୁବିଧା ଦେଖାଯାଇଥିଲା। ଏହା ଆଜି ମଧ୍ୟ ଜାରି ରହିଛି। କମ୍ପାନୀର ଇଞ୍ଜିନିୟରିଂ ଟିମ୍‌ କହିଛି ଯେ, ଏକ ବଡ଼ ଡାଟା ସେଣ୍ଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅନେକ ସେବା ଏପର୍ଯ୍ୟନ୍ତ ଠିକ ଭାବରେ କାମ କରୁନାହିଁ। ଏବେ କାମ ଚାଲିଛି।

ଏହି ସମସ୍ୟା ଯୋଗୁ ଅନେକ ଗୁରୁତ୍ୱପୂର୍ଣ୍ଣ ଫିଚର ଠିକ ଭାବରେ କାମ କରୁନାହିଁ। କିଛି ସ୍ଥାନରେ ଧୀରେ ଧୀରେ ଚାଲୁଛି ଏବଂ କିଛି ସ୍ଥାନରେ ହ୍ୟାଙ୍ଗ୍‌ ହୋଇ ରହିଯାଉଛି। ଏହା ବ୍ୟତୀତ, କିଛି ଡିଭାଇସରେ ଏକ୍ସ ଫିଚରଟି ଖୋଲି ପାରୁନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
in-the-past-two-days-the-social-media-platform-x-formerly-twitter-has-experienced-multiple-outages-causing-significant-disruptions-for-users-worldwide | Argus News