Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁରକ୍ଷା ଚିନ୍ତା ବଢ଼ିଲା: ଚୀନ CCTV ଉପରେ ଭାରତର କଡା ଆକ୍ସନ୍: ଏପ୍ରିଲ୍ ୧ରୁ ନୂଆ ନିୟମ ଲାଗୁ

International

CCTV Ban / ସୁରକ୍ଷା ଚିନ୍ତା ବଢ଼ିଲା: ଚୀନ CCTV ଉପରେ ଭାରତର କଡା ଆକ୍ସନ୍: ଏପ୍ରିଲ୍ ୧ରୁ ନୂଆ ନିୟମ ଲାଗୁ

Sudeshna Mishra
Browse all articles by Sudeshna Mishra
·1 month ago·2 min read

Key Points

  • ଏପ୍ରିଲ୍ ୧ରୁ ଚୀନ CCTV ଉପରେ କଡା ନିୟନ୍ତ୍ରଣ
  • ସୁରକ୍ଷା ଓ ସାଇବର୍ ରିସ୍କ ନେଇ ସରକାରଙ୍କ ବଡ଼ ପଦକ୍ଷେପ
  • ନୂଆ ସର୍ଟିଫିକେସନ୍ ବିନା ବଜାରକୁ ଆସିପାରିବ ନାହିଁ ସର୍ଭେଲାନ୍ସ ଡିଭାଇସ୍
  • ଦେଶୀ କମ୍ପାନୀମାନଙ୍କ ପାଇଁ ବଢ଼ିପାରେ ବଡ଼ ସୁଯୋଗ
  • ଏପ୍ରିଲ୍ ୧ ରୁ ଭାରତର ସର୍ଭେଲାନ୍ସ ମାର୍କେଟ୍‌ କିମ୍ବା ଇଲେକ୍ଟ୍ରୋନିକ ସିକ୍ୟୋରିଟି ଓ ସର୍ଭେଲାନ୍ସ ଇଣ୍ଡଷ୍ଟ୍ରିରେ ଆସୁଛି ବଡ଼ ପରିବର୍ତ୍ତନ। ୨୦୨୬ ଆରମ୍ଭରୁ, ସୁରକ୍ଷା ମାନଦଣ୍ଡ ଓ ସାଇବର ସିକ୍ୟୁରିଟି ସମ୍ପର୍କିତ ଭାରତ ସରକାରଙ୍କ କଡା ନିୟମାବଳୀ କାରଣରୁ ବଜାରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି, ବିଶେଷକରି ଚାଇନା ବ୍ରାଣ୍ଡମାନଙ୍କୁ ଲକ୍ଷ୍ୟ କରି ଏହି ପରିବର୍ତ୍ତନ ହେଉଛି।
    ସୁରକ୍ଷା ଦୃଷ୍ଟିରୁ ସରକାର ଚୀନ ନିର୍ମିତ କିଛି CCTV କ୍ୟାମେରା ଓ ଭିଡିଓ ସର୍ଭେଲାନ୍ସ ପ୍ରଡକ୍ଟ୍‌ର ବିକ୍ରୟ ଉପରେ ନିୟନ୍ତ୍ରଣ ଲାଗୁ କରିବାକୁ ଯାଉଛନ୍ତି। ଏହି ନିଷ୍ପତ୍ତି ଦେଶର ଦୁ୍ତ ଗତିରେ ବଢ଼ୁଥିବା ଭିଡିଓ ସର୍ଭେଲାନ୍ସ ମାର୍କେଟକୁ ପ୍ରଭାବିତ କରିପାରେ ଏବଂ ଦେଶର କମ୍ପାନୀମାନଙ୍କ ପାଇଁ ନୂଆ ସୁଯୋଗ ଆଣିଦେଇପାରେ।

    ରିପୋର୍ଟ ଅନୁସାରେ, ହିକଭିଜନ୍, ଦାହୁଆ ଟେକ୍ନୋଲୋଜି ଓ ଟିପି-ଲିଙ୍କ ଭଳି ଚୀନର ବଡ଼ ସର୍ଭେଲାନ୍ସ କମ୍ପାନୀମାନଙ୍କର ଇଣ୍ଟରନେଟ୍‌ କନେକ୍ଟେଡ୍ CCTV କ୍ୟାମେରା ଭାରତରେ ବିକ୍ରୟ ଉପରେ ନୂଆ ସର୍ଟିଫିକେସନ୍ ନିୟମ ଲାଗୁ ହେବା ଉପରେ ଲାଗିପାରେ ରୋକ। ଏଣିକି ଯେକୌଣସି ସର୍ଭେଲାନ୍ସ ଡିଭାଇସ୍ ବଜାରକୁ ଆସିବା ପୂର୍ବରୁ ସରକାରଙ୍କ ନିର୍ଦ୍ଧାରିତ ସୁରକ୍ଷା ପରୀକ୍ଷା ଓ ସର୍ଟିଫିକେସନ୍ ପାଇବା ଆବଶ୍ୟକ ହେବ।




    ଚୀନର କମ୍ୟୁନିଷ୍ଟ ପାର୍ଟି ସହ ଆଂଶିକ ଭାବେ ସଂପୃକ୍ତ ବୋଲି ଅଭିଯୋଗ ଥିବା ସର୍ଭେଲାନ୍ସ କମ୍ପାନୀମାନେ, ଯେମିତି Hikvision ଓ Dahua, ଦୁନିଆର ଅନେକ ଦେଶରେ ସୁରକ୍ଷାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି କମ୍ପାନୀମାନଙ୍କର CCTV ଓ ଭିଡିଓ ସର୍ଭେଲାନ୍ସ ସିଷ୍ଟମ୍ ଅନେକ ଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ସରକାରୀ କାର୍ଯ୍ୟାଳୟ ଓ ସୁରକ୍ଷା ସଂପର୍କିତ ଅଞ୍ଚଳରେ ବ୍ୟବହୃତ ହୋଇଆସୁଛି।

    ଭାରତ ସହିତ କିଛି ଦେଶ ଏହି କମ୍ପାନୀମାନଙ୍କ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି, କାରଣ ଏହି ସର୍ଭେଲାନ୍ସ ଉପକରଣମାନେ ବଡ଼ ପରିମାଣରେ ଡାଟା ସଂଗ୍ରହ କରନ୍ତି। ସୁରକ୍ଷା ବିଶେଷଜ୍ଞଙ୍କ ମତରେ, ଯଦି ଏହି ଡିଭାଇସ୍‌ରେ କୌଣସି ଗୁପ୍ତ “ବ୍ୟାକଡୋର୍” କିମ୍ବା ସାଇବର୍ ଦୁର୍ବଳତା ଥାଏ, ତେବେ ସେଥିରୁ ସେନସିଟିଭ୍ ସୂଚନା ବାହାରକୁ ଯାଇପାରେ।

    CCTV କ୍ୟାମେରା ବର୍ତ୍ତମାନ ଏୟାରପୋର୍ଟ, ରେଳ ଷ୍ଟେସନ୍, ସରକାରୀ କାର୍ଯ୍ୟାଳୟ ଓ ପବ୍ଲିକ୍ ସ୍ପେସ୍‌ରେ ବ୍ୟାପକ ଭାବରେ ବ୍ୟବହୃତ ହେଉଛି। ଏହି ସିଷ୍ଟମ୍‌ ବହୁତ ସେନସିଟିଭ୍ ଡାଟା ସଂଗ୍ରହ କରନ୍ତି। ସେଥିପାଇଁ ବିଦେଶରେ ଉତ୍ପାଦିତ ସର୍ଭେଲାନ୍ସ ଉପକରଣରୁ ଡାଟା ଲିକ୍, ଅନଅଥରାଇଜ୍ଡ ଆକ୍ସେସ୍ କିମ୍ବା ବାହାର ଦେଶର ନିୟନ୍ତ୍ରଣ ନେଇ ସରକାର ଚିନ୍ତା ବ୍ୟକ୍ତ କରୁଛନ୍ତି।

    ୨୦୨୪ ଏପ୍ରିଲ୍‌ରେ ମିନିଷ୍ଟ୍ରି ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି CCTV ପାଇଁ Essential Requirements ନିୟମ ଆଣିଥିଲେ। ଯାହା ଅନୁଯାୟୀ, କମ୍ପାନୀମାନେ ତାଙ୍କ ପ୍ରଡକ୍ଟରେ ବ୍ୟବହାର ହେଉଥିବା ମୁଖ୍ୟ କମ୍ପୋନେଣ୍ଟ୍‌ର ଉତ୍ସ ବିଷୟରେ ଦେଶକୁ ସୂଚନା ଦେବାକୁ ପଡିବ। ଏହା ସହିତ ଡିଭାଇସ୍‌ମାନଙ୍କର ଆକ୍ରେଡିଟେଡ୍ ଲ୍ୟାବରେ ସୁରକ୍ଷାକୁ ନେଇ ପରୀକ୍ଷା କରାଯିବ। ଏପର୍ଯ୍ୟନ୍ତ ୫୦୭ଟି CCTV ମଡେଲ୍ ସରକାରୀ ସର୍ଟିଫିକେସନ୍ ପାଇସାରିଛି।

    ଏହି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, କେବଳ ଚାଇନିଜ୍ କମ୍ପାନୀମାନଙ୍କୁ ବ୍ୟାନ୍ କରିଦେଲେ ଭାରତର ସାଇବର୍ ସୁରକ୍ଷା ସୁନିଶ୍ଚିତ ହୋଇପାରିବ କି? ନା ସରକାରଙ୍କୁ ଆଉ ଅଧିକ କଠୋର ସାଇବର୍ ସୁରକ୍ଷା ନୀତି, ଟେକ୍ନୋଲୋଜି ଡେଭେଲପମେଣ୍ଟ ଓ ସ୍ବଦେଶୀ ମାନୁଫାକ୍ଚରିଂକୁ ବଳ ଦେବା ଆବଶ୍ୟକ?

    ବିଶେଷଜ୍ଞଙ୍କ କହିବା କଥା, ଭାରତର ସାଇବର୍ ସିକ୍ୟୁରିଟି ମଜବୁତ କରିବା ପାଇଁ ସ୍ଟ୍ରିକ୍ଟ ସର୍ଟିଫିକେସନ୍ ସିଷ୍ଟମ୍, ଡାଟା ସୁରକ୍ଷା ନୀତି ଓ ନିୟମିତ ଟେକ୍ନିକାଲ୍ ଅଡିଟ୍‌ ଉପରେ ମଧ୍ୟ ଜୋର ଦେବା ଦରକାର। ସେହିପରି, ସାଇବର୍ ଆଟାକ୍ ର ଅନେକ ଖବର ମଧ୍ୟରେ ଭାରତ ପାଇଁ ଟେକ୍ନୋଲୋଜିକାଲ୍ ସ୍ୱାଧୀନତା ଓ ଡିଜିଟାଲ୍ ସୁରକ୍ଷା ବି ବେଶ ଗୁରୁତ୍ୱପୂର୍ଣ୍ଣ।



    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    Sponsored
    India Tightens Rules on Chinese CCTV from April 1 Amid Security Concerns | Argus News