Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତ-ବାଂଲା ସୀମାରେ ହଜାର ହଜାର ଅନୁପ୍ରବେଶକାରୀ

International

ଭାରତ-ବାଂଲା ସୀମାରେ ହଜାର ହଜାର ଅନୁପ୍ରବେଶକାରୀ

Smruti Parija
Browse all articles by Smruti Parija
·1 year ago·2 min read
ଭାରତ-ବାଂଲା ସୀମାରେ ହଜାର ହଜାର ଅନୁପ୍ରବେଶକାରୀ

Key Points

  • ସକାଳୁ ଠକୁଛନ୍ତି, ସନ୍ଧ୍ୟାରେ ପସୁଛନ୍ତି
  • ସୀମା ପାର୍‌ ଅପେକ୍ଷାରେ ଶହଶହ ବାଂଲାଦେଶୀ

ଅର୍ଗସ ବ୍ୟୁରୋ: ଏ ଦୃଶ୍ୟ ହେଉଛି ଭାରତ- ବାଂଲାଦେଶ ସୀମାର । ଦିନରାତି ଏକ କରି କଡା ପଇଁତରା ମାରୁଛନ୍ତି ବିଏସଏଫ ଯବାନ । ଦୃଶ୍ୟ ହିଁ ବୟାନ କରୁଛି ସୀମାରେ କେମିତି ଆଲର୍ଟ ଅଛି ବିଏସ୍‌ଏଫ୍‌ । କାରଣ ବାଂଲାରେ ଅଶାନ୍ତ ଦେଖାଯିବା ପରେ ଶହଶହ ବାଂଲାଦେଶୀ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି । କେବଳ ଜନତା ନୁହେଁ ବରଂ ଆତଙ୍କୀ ବି ଛକିକି ସୀମା ପାର ପାଇଁ ଚେଷ୍ଟା କରୁଥିବା କୁହାଯାଉଛି । ଯାହା ପାଇଁ ଚିନ୍ତାରେ ଭାରତ ।

ବାଂଲାଦେଶ ସ୍ଥିତି ଦିନକୁ ଦିନ ଭୟଙ୍କର ହେବାକୁ ଲାଗିଥିବାବେଳେ ନିଜକୁ ଅସୁରକ୍ଷିତ ମନେ କରି ଏବେ ଭାରତରେ ଅନୁପ୍ରବେଶ ପାଇଁ ଭିଡ ଜମୁଛି । ଦେଖିଲେ ଲାଗୁଛି ଯେମିତି ଏଠି ମେଳା ଲାଗିଛି । ପଶ୍ଚିମବଙ୍ଗ କୁଚବେହାରରେ ଭାରତ-ବାଂଲାଦେଶ ସୀମାର ଏ ହେଉଛି ଦୃଶ୍ୟ । ସକାଳୁ ଭିଡ଼ ଜମୁଛି, ସଞ୍ଜ ନଇଁଲେ ଅନୁପ୍ରବେଶ ଉଦ୍ୟମ ହେଉଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଆଉ ଜଲପାଇଗୁଡିରେ ପ୍ରାୟ ୫ଶହ ବାଂଲାଦେଶୀଙ୍କୁ ବାଂଲାଦେଶକୁ ଫେରାଇ ଦେଇଛି ବିଏସ୍ଏଫ୍ । ସେମିତି ଝାପରଟୋଲା ଚେକପୋଷ୍ଟ ପାଖରେ ୩ଟି ପର୍ଯ୍ୟାୟରେ ଅବୈଧ ଉଦ୍ୟମ କରିବାକୁ ଚେଷ୍ଟା କରିଥିଲେ ବାଂଲାଦେଶୀ ।  ଏପଟେ ଓଡ଼ିଶା ସମୁଦ୍ରରେ ବି ହାଇଆଲର୍ଟ । ସ୍ଥଳପଥ ଅପେକ୍ଷା ଜଳପଥରେ ଅଧିକ ଅନୁପ୍ରବେଶ କାରୀଙ୍କ ପ୍ରବେଶ ଆଶଙ୍କା ରହିଛି । ଫଳରେ ଓଡିଶା ମେରାଇନ୍ ପୋଲିସ୍ ପକ୍ଷରୁ ପୁରୀ ଜିଲ୍ଲାର ଅରଖକୁଦା ମେରାଇନି ଥାନର ଗୋଟିଏ ଟିମ୍ ସମୁଦ୍ର ଓ ଚିଲିକାର ପ୍ରବେଶ ପଥ ଶିପକୁଦା ମୁହାଣରେ ପଇଁତରା ମାରିବା ସହ ବିସ୍ତିର୍ଣ୍ଣ ଚିଲିକାରେ ଯାଞ୍ଚ ପ୍ରକ୍ରିୟା କଡାକଡି କରିଛି । 

ତେବେ ଅନ୍ତର୍ଜାତୀୟ ସୀମାରେ ହାଇ ଆଲର୍ଟରେ ଅଛି ସୀମା ସୁରକ୍ଷା ବାହିନୀ । ବିଏସଏଫ୍ ପକ୍ଷରୁ ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି  । ବାଂଲାଦେଶୀଙ୍କୁ ଜିରୋ ପଏଣ୍ଟରେ ଅଟକାଇଛି ବିଏସ୍ଏଫ୍ । ଭାରତ ଓ ବାଂଲାଦେଶ ମଧ୍ୟରେ ଲମ୍ବିଛି ୪ ହଜାର ୯୬ କିଲୋମିଟର ଅନ୍ତର୍ଜାତୀୟ ସୀମାରେଖା। ତେଣୁ ବିଏସ୍ଏଫ୍‌କୁ ହାଇ-ଆଲର୍ଟରେ ରଖାଯାଇଛି। କେବଳ ସ୍ଥଳ ସୀମା ନୁହେଁ, ଜଳସୀମା ପଟେ ମଧ୍ୟ ବାଂଲାଦେଶୀଙ୍କ ଅନୁପ୍ରବେଶ ଆଶଙ୍କା ଥିବାରୁ ସମୁଦ୍ର ତଟ, ଓଡ଼ିଶା ଓ ପଶ୍ଚିମବଙ୍ଗ ତଟରେ ଆଲର୍ଟରେ ଅଛନ୍ତି ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ହିନ୍ଦୁଙ୍କ ଉପରେ ସାରା ଦେଶରେ ଅତ୍ୟାଚାର ହେଉଥିବାରୁ ଏହାର ବିରୋଧରେ ଢାକାରେ ବିଶାଳ ସଂଖ୍ୟାରେ ହିନ୍ଦୁ ସମ୍ପ୍ରଦାୟର ଲୋକେ ଏକତ୍ରିତ ହୋଇଛନ୍ତି । ଜାଗୋ ହିନ୍ଦୁ, ଜାଗୋ ହିନ୍ଦୁ ନାଁରେ ଥରଥର ହୋଇଛି ବାଂଲାଦେଶ । ହିନ୍ଦୁ ସଙ୍ଗଠନ ପକ୍ଷରୁ ହେଉଥିବା ହିଂସା ବିରୋଧରେ ହରେକୃଷ୍ଣ ହରେରାମର ନାରା ଲଗାଯାଇଛି । ହଜାରହଜାର ସଂଖ୍ୟାରେ ହିନ୍ଦୁ ଏକତ୍ରିତ ହୋଇଛନ୍ତି । ଲଗାତାର ଭାବେ ବାଂଲାଦେଶରେ ହିନ୍ଦୁମାନଙ୍କୁ ଟାର୍ଗେଟ୍ କରାଯାଉଛି । ମନ୍ଦିର ଉପରେ ଆକ୍ରମଣ ହେବା ସହ ଘରୁ ସେମାନଙ୍କୁ ଉଠାଇ ନିଆଯାଉଥିବାର ଖବର ମଧ୍ୟ ସାମ୍ନାକୁ ଆସୁଛି । ଦୋକାନ୍ ଲୁଟ୍ ହେଉଛି କେଉଁଠି ଘରେ ନିଆଁ ଲଗାଇ ଦିଆଯାଉଛି । ଏସବୁ ଆଉ ବରଦାସ୍ତ ନ କରି ଏଥର ରାଜରାସ୍ତାକୁ ଓହ୍ଲାଇଛନ୍ତି ହିନ୍ଦୁ ସଙ୍ଗଠନ । ଆରପାରର ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି ।

 

Sponsored
india-bangladesh-boarder-on-high-alert | Argus News