Videos
|
International

ଭାରତକୁ ଆଖି ଦେଖାଉଥିଲା କାନାଡ଼ା, ଭାରତ ଦେଲା କଡା ଜବାବ୍‌

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଭାରତକୁ ଆଖି ଦେଖାଉଥିଲା କାନାଡ଼ା, ଭାରତ ଦେଲା କଡା ଜବାବ୍‌

Key Points

  • କାନାଡାକୁ ଭାରତର କଡ଼ା ଜବାବ୍‌
  • ଜଷ୍ଟିନ ଟ୍ରୁଡୋଙ୍କ ଆଭିମୁଖ୍ୟ ପାଇଁ ବଢୁଛି ବିବାଦ
  • ବିଦେଶ ମନ୍ତ୍ରଣାଳୟ ରଖିଲା ପ୍ରତିକ୍ରିୟା

ଅର୍ଗସ ବ୍ୟୁରୋ: କାହିଁକି କାନାଡା ଭାରତ ମଧ୍ୟରେ ବଢୁଛି ତିକ୍ତତା ? ଏନେଇ ସ୍ପଷ୍ଟୀକରଣ ରଖିଛି ବୈଦେଶିକ ମନ୍ତ୍ରଣାଳୟ । ସିଧାସିଧା କହିଛି, କାନାଡ଼ାର ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ନୀତି ଯୋଗୁଁ ଦୁଇଦେଶ ମଧ୍ୟରେ ସମ୍ପର୍କ ତିକ୍ତତା ହେଉଛି । ଏଥିପାଇଁ ଭାରତ ସିଧାସଳଖ ପିଏମ ଟ୍ରୁଡୋଙ୍କୁ ଦାୟୀ କରିଛି ।

ଅଯଥାରେ ଭାରତକୁ ବଦନାମ କରୁଛି କାନାଡା । ବିନା କୌଣସି ତଥ୍ୟ ଓ ପ୍ରମାଣରେ ଦେଶ ବିରୋଧୀ ମନ୍ତବ୍ୟ ଦେଉଛି । କାନାଡ଼ାରେ ହୋଇଥିବା ହିଂସା ଓ ହତ୍ୟାକାଣ୍ଡ ପଛରେ ଭାରତ ଓ ଭାରତୀୟ ଦୂତାବାସ ଅଧିକାରୀଙ୍କ ହାତ ଥିବା ନେଇ ବଡ଼ ଅଭିଯୋଗ ଆଣିଥିଲେ କାନାଡ଼ା ପିଏମ । ତଦନ୍ତ କମିଶନ ଆଗରେ କାନାଡ଼ା ପିଏମ କହିଛନ୍ତି, ଆମେ କେବଳ ଗୁଇନ୍ଦା ତଥ୍ୟ ଆଧାରରେ ସନ୍ଦେହ କରୁଛୁ, କିନ୍ତୁ ଆମ ପାଖରେ କୌଣସି ଠୋସ୍ ପ୍ରମାଣ ନାହିଁ । ଗତବର୍ଷ ହୋଇଥିବା ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାର ହତ୍ୟା ଘଟଣାକୁ ନେଇ ଭାରତକୁ ଦୋଷ ଦେଉଛି କାନାଡ଼ା । ହେଲେ ଏଥିରେ କୌଣସି ପ୍ରକାର ଭୂମିକା ଭାରତର ନାହିଁ । 

ଭାରତ କାନାଡା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଜାରି ରହିଛି । ଦୁଇ‌ ଦେଶ ମଧ୍ୟରେ ରାଜନୈତିକ ତିକ୍ତତା ବି ଚରମସୀମାରେ ପହଞ୍ଚିଲାଣି । କାନାଡାର ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛନ୍ତି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛି ଭାରତ ।  ଗତବର୍ଷ ସେପ୍ଟେମ୍ବରରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପ୍ରଥମେ ଖଲିସ୍ତାନୀ ନେତାଙ୍କ ହତ୍ୟା ପ୍ରସଙ୍ଗରେ ଭାରତ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ସେତେବେଳେ ମଧ୍ୟ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ତିକ୍ତ ହୋଇଥିଲା । ତେବେ କାନାଡା ସବୁ ସୀମା ଅତିକ୍ରମ କରି ଭାରତୀୟ ହାଇ କମିସନର୍ ଏବଂ କିଛି କୂଟନୀତିଜ୍ଞଙ୍କୁ ସନ୍ଦିଗ୍ଧ ବୋଲି କହିଛି । ତେଣୁ ଭାରତ ସରକାର ପ୍ରମୁଖ ପଦକ୍ଷେପ ନେଇଛନ୍ତି ଏବଂ ନିଜର କୂଟନୀତିଜ୍ଞମାନଙ୍କୁ ଫେରାଇ ଆଣି ୬ ଜଣ କାନାଡିୟ କୂଟନୀତିଜ୍ଞଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ୨୦୨୩ରେ କାନାଡାରେ ହରଦୀପ ସିଂହ ନିଜ୍ଜର ହତ୍ୟାକୁ ନେଇ କାନାଡା, ଭାରତକୁ ଦୋଷାରୋପ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଛି। କାନାଡାର ଟ୍ରୁଡୋ ସରକାର ହରଦୀପ ସିଂହ ନିଜାର ହତ୍ୟାକାଣ୍ଡର ଯାଂଚ୍ ବେଳେ ଭାରତୀୟ ହାଇକମିଶନର ସଂଜୟ କୁମାର ବର୍ମାଙ୍କୁ ପର୍ସନ ଅଫ୍ ଇଣ୍ଟରେଷ୍ଟ କହିଥିଲା । ଯାହା ଉପରେ କଡା ଆପତ୍ତି ଉଠାଇଛି ଭାରତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ବିରୋଧରେ କାନାଡ଼ାର ବୟାନକୁ ନେଇ ଏବେ ଭାରି ଚର୍ଚ୍ଚା । କୁହାଯାଉଛି କି, ଫାଇଭ୍‌ ଆଇ ସାହାଯ୍ୟରେ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି କାନାଡା । ଫାଇଭ୍ ଆଇ ଗୋଷ୍ଠୀରେ କାନାଡା, ଆମେରିକା, ବ୍ରିଟେନ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ଆଦି ଦେଶ ଅଛନ୍ତି । ଏହି ସମସ୍ତ ଦେଶ ନିଜ ନିଜ ମଧ୍ୟରେ ଗୁପ୍ତଚର ସୂଚନା ଆଦାନପ୍ରଦାନ କରୁଥିବା କୁହାଯାଉଛି । ହେଲେ ଏବେ ସେହି ଦେଶଙ୍କ ଇଙ୍ଗିତରେ କାନାଡା ନାଚୁଥିବା କୁହାଯାଉଛି । ସବୁଠୁ ବଡ଼ କଥା ହେଲା ଫାଇଭ ଆଇର ସବୁ ରାଷ୍ଟ୍ରଙ୍କ ସହ ଭାରତର ସମ୍ପର୍କ ଉତ୍ତମ । ଏମିତି ସ୍ଥିତିରେ କାନାଡ଼ାର ଏମିତି ବୟାନକୁ ବିଶ୍ଵରେ ଚର୍ଚ୍ଚା ଜୋର ।
 

India-Canada Row | Argus News