Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଭାରତ ସାମ୍ନାରେ ହାର ମାନିଲା ଚାଇନା !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଭାରତ ସାମ୍ନାରେ ହାର ମାନିଲା ଚାଇନା !

Key Points

  • ଭାରତ-ଚୀନ ସମ୍ପର୍କରେ ଆସୁଛି ସୁଧାର
  • ଏଲଏସିରୁ ପ୍ରତ୍ୟାହାର ହେଉଛି ସେନା
  • ଅକ୍ଟୋବର ୨୯ ତାରିଖ ସୁଦ୍ଧା ଶେଷ ହେବ ପ୍ରତ୍ୟାହାର ପ୍ରକିୟା

ଅର୍ଗସ ବ୍ୟୁରୋ: ଏଲିସିକୁ ଫେରୁଛି ଶାନ୍ତି । ଭାରତ ଓ ଚାଇନା ଉଭୟ ଆଲୋଚନା ପରେ ସେନା ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି । ଦୀର୍ଘଦିନ ଧରି ଚାଲିଥିବା ଆଲୋଚନା ପରେ ଉଭୟ ଦେଶ ସହମତି ହେବା ପରେ ସେନା ପ୍ରତ୍ୟାହାର ଆରମ୍ଭ ହୋଇଛି । ଆଗାମୀ ୨୯ ତାରିଖ ମଧ୍ୟରେ ଉଭୟ ଦେଶ ସେନା ପ୍ରତ୍ୟାହାର କରିବା ନେଇ ସ୍ପଷ୍ଟ ସୂଚନା ମିଳିଛି ।

ପୂର୍ବ ଲଦାଖରେ ସୀମା ବିବାଦର ଅନ୍ତ ଘଟାଇବା ପାଇଁ ଭାରତ ଓ ଚୀନ୍ ମଧ୍ୟରେ ବୁଝାମଣା ହେବାର କିଛି ଦିନ ପରେ ବାସ୍ତବ ନିୟନ୍ତ୍ରଣ ରେଖା ଅର୍ଥାତ୍‌ (ଏଲ୍ଏସି)ର ଦୁଇଟି ବିବାଦୀୟ ସ୍ଥାନରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର ୨୯ ତାରିଖ ସୁଦ୍ଧା ଏହା ଶେଷ ହେବ ଏବଂ ଚଳିତ ମାସ ଶେଷ ସୁଦ୍ଧା ପାଟ୍ରୋଲିଂ ଆରମ୍ଭ ହେବ । ଡେମ୍‌ଚୋକ୍‌ ଅଞ୍ଚଳରେ ଉଭୟ ପାର୍ଶ୍ୱରେ ୫ଟି ତମ୍ବୁ ଏବଂ ଡେପ୍‌ସାଙ୍ଗ୍‌ର ଅଧା ଅସ୍ଥାୟୀ ନିର୍ମାଣକୁ ଉଚ୍ଛେଦ କରାଯାଇଛି । ୨୦୨୦ ଏପ୍ରିଲ ପୂର୍ବରୁ ଉଭୟ ପକ୍ଷର ସୈନିକମାନେ ନିଜ ଅକ୍ତିଆରରେ ଥିବା ସ୍ଥାନକୁ ଫେରିଯିବେ ଏବଂ ସେମାନେ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ପାଟ୍ରୋଲିଂ କରିଥିବା ଅଞ୍ଚଳରେ ପାଟ୍ରୋଲିଂ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

ଏଲଏସିରେ କେମିତି ଶାନ୍ତି ଫେରିବ ସେନେଇ ଭାରତ ଓ ଚାଇନାର ନେତାଏ ବାରମ୍ବାର ଉଚ୍ଚସ୍ତରୀୟ ବୈଠକ କରିଥିଲେ । ବୈଠକ ଏହାରି ମଧ୍ୟରେ ସଫଳ ହୋଇଛି ଏବଂ ସେନା ପ୍ରତ୍ୟାହାର ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ସୈନିକମାନେ ଚାର୍ଡିଂ ନାଲାର ପଶ୍ଚିମ ଦିଗକୁ ଫେରୁଥିବା ବେଳେ ଚୀନ୍ ସୈନିକମାନେ ପୂର୍ବ ଦିଗକୁ ଫେରୁଛନ୍ତି । ଉଭୟ ପାର୍ଶ୍ୱରେ ପ୍ରାୟ ୧୦ରୁ ୧୨ଟି ଅସ୍ଥାୟୀ ଢାଞ୍ଚା ଓ ପ୍ରାୟ ୧୨ଟି ତମ୍ବୁ ରହିଛି, ଯାହାକୁ ହଟାଇ ଦିଆଯିବ । ସମସ୍ତ ତମ୍ବୁ ଓ ଅସ୍ଥାୟୀ ଢାଞ୍ଚା ସମ୍ପୂର୍ଣ୍ଣ ଭାବେ ହଟାଯିବା ପରେ ଉଭୟ ସ୍ଥଳଭାଗରେ ଓ ଆକାଶମାର୍ଗରୁ ସର୍ଭେ ମାଧ୍ୟମରେ ମିଳିତ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ରାଷ୍ଟ୍ରପତି ଜିନପିଙ୍ଗକୁ ଭେଟିବେ ବୋଲି ଆଲୋଚନା ହୋଇଥିଲା । ଆଉ ଏବେ ତାହା ସତ ପ୍ରମାଣିତ ହୋଇଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଦୀର୍ଘ ୪ ବର୍ଷ ହେଲାଣି ସୀମାରେ ଶାନ୍ତି ପେରାଇ ଆଣିବାକୁ ଉଭୟ ପକ୍ଷରୁ ଉଦ୍ୟମ ଜାରି ରହିଥିଲା । ସେହି ଉଦ୍ୟମ ଏବେ ସଫଳ ହୋଇଛି । ସୀମାକୁ ଶାନ୍ତି ଫେରୁଛି ।
 

Sponsored
India-China LAC Agreement | Argus News