India Defense / ପାକିସ୍ତାନ-ଚୀନ୍ କାହାର ପରମାଣୁ ବୋମା ଭାରତ ଭିତରେ ପଶିପାରିବ ନାହିଁ

Key Points
ପାକିସ୍ତାନ-ଚୀନ୍ କାହାର ପରମାଣୁ ବୋମା ଭାରତ ଭିତରେ ପଶିପାରିବ ନାହିଁ
ଭାରତ ସୀମା ଭିତରକୁ ଆସିବା ପୂର୍ବରୁ ନଷ୍ଟ କରିଦେବ
ଗଭୀର ସମୁଦ୍ର ଭିତରେ ରହିଛି ଏହି ଅସ୍ତ୍ରର ନଜର
ଭାରତ ଉପରେ ଆଉ କାହାରି ପରମାଣୁ ବୋମା ପଡ଼ିପାରିବ ନାହିଁ । ପରମାଣୁ ବୋମା ଆକାଶରେହିଁ ନଷ୍ଟ ହୋଇଯିବ। ଭାରତ ଭିତରେ ପ୍ରବେଶ କରିବା ପୂର୍ବରୁ ଧ୍ବଂସ ହୋଇଯିବ ଶକ୍ତିଶାଳି ପରମାଣୁ ବୋମା। ଏମିତି ଅସ୍ତ୍ର ଦେଖି ପାକିସ୍ତାନ ଚୀନ୍ ଏବେ ଚିନ୍ତାରେ। ସେମାନଙ୍କ ପରମାରୁ ବୋମାକୁ ଫ୍ୟୁଜ୍ କରିଦେଲା ଭାରତର ଏହି ଅସ୍ତ୍ର । ଭାରତ ସାମରିକ ଶକ୍ତିରେ ପାକିସ୍ତାନ ଏବଂ ଚୀନ୍ ଠାରୁ କାହିଁ କେତେ ଗୁଣରେଅଧିକ। ଭାରତ ତା ଆକାଶରେ ତିଆରି କରିଛି ରକ୍ଷା କବଚ। ଭାରତର କବଚ ଏତେ ଶକ୍ତିଶାଳୀ କି ତା ମଧ୍ୟରେ ଏବେ ଶତ୍ରୁ ଦେଶ ମାନଙ୍କର ପରମାଣୁ ବୋମା ପ୍ରବେଶ କରିପାରିବ ନାହିଁ। ଭାରତର ଏହି ଅସ୍ତ୍ରର ନାଁ ହେଉଛି INS Dhruv ।
ଭାରତର ପରମାଣୁ ବୋମାଠାରୁ ଭାରତକୁ ରକ୍ଷା କରୁଥିବା ଅସ୍ତ୍ର। ଯାହାଜ ଉପରେ ରହିଛି ବଡ଼ ବଡ଼ ଫୁଟବଲ ଆକୃତିର ଏହି ଅସ୍ତ୍ର। ଯେପର୍ଯ୍ୟନ୍ତ INS Dhruv ରହିଛି ସେପର୍ଯ୍ୟନ୍ତ ଭାରତକୁ ପରମାଣୁ ବୋମା ସ୍ପର୍ଶ ବି କରିପାରିବ ନାହିଁ। ଭାରତ ଉପରେ ମାଡ଼ ହେବା ପୂର୍ବରୁ ଆକାଶରେ ହିଁ ଧ୍ବଂସ ହୋଇଯିବ ।
ସୂଚନା ମୁତାବକ ଭାରତୀୟ ନୌସେନାର ଶକ୍ତିରେ ଯୋଡ଼ି ହୋଇଛି INS Dhruv । ଶତ୍ରୁର ପରମାଣୁ ମିସାଇଲ୍ ଉପରେ ନଜର ରଖିବା ପାଇଁ ଭାରତ ପାଖରେ ଏବେ ଅଛି ସବୁଠାରୁ ଆଧୁନିକ ଅସ୍ତ୍ର INS Dhruv । ଚୀନ୍ ଏବଂ ପାକିସ୍ତାନ ଭଳି ପଡ଼ୋଶୀ ଦେଶମାନଙ୍କର ଗତିବିଧି ଉପରେ ନଜର ରଖିବ ଏହି ଜାହାଜ। ଯାହାକୁ ଦେଖିଲା ପରେ ପାକିସ୍ତାନ ଏବଂ ଚୀନ୍ର ନିଦ ହଜି ଯାଇଛି ।
କାରଣ INS Dhruv ପାକିସ୍ତାନ ଏବଂ ଚୀନ୍ର ପରମାଣୁ ବୋମାକୁ ପୁରା ଫ୍ୟୁଜ୍ କରିଦେଇଛି। ଚୀନ୍ ଏବଂ ପାକିସ୍ତାନର ପରମାଣୁ କ୍ଷମତାକୁ ଦୃଷ୍ଟିରେ ରଖି ଏହି ଜାହାଜ ଭାରତ ପାଇଁ ଏକ ବଡ଼ ସୁରକ୍ଷା କବଚ। ହିନ୍ଦୁ ମହାସାଗରରେ ଏହା ଭାରତର ପ୍ରଭାବକୁ ଆହୁରି ବୃଦ୍ଧି କରିବ । ଆମେରିକା, ଋଷିଆ, ଚୀନ୍, ଫ୍ରାନ୍ସ ଏବଂ ବ୍ରିଟେନ୍ ପରେ ଭାରତ ହେଉଛି ବିଶ୍ୱର ଷଷ୍ଠ ଦେଶ, ଯାହା ପାଖରେ ଏଭଳି ଅତ୍ୟାଧୁନିକ ମିସାଇଲ୍ ଟ୍ରାକିଂ ଜାହାଜ ରହିଛି ।
ଭାରତକୁ ପ୍ରତି ମୁହୁର୍ତ୍ତରେ ସୁରକ୍ଷିତ ରଖିବା ପାଇଁ INS Dhruv ହେଉଛି ଭାରତର ପ୍ରଥମ ନ୍ୟୁକ୍ଲିୟର ମିସାଇଲ୍ ଟ୍ରାକିଂ ଜାହାଜ । ଏହାକୁ "ଫ୍ଲୋଟିଂ ଡିଟେକ୍ଟର" ବୋଲି ମଧ୍ୟ କୁହାଯାଉଛି। ଏଥିରେ ଲାଗିଛି ଆଧୁନିକ Active Electronically Scanned Array ରାଡାର୍ । ଏହା ଦୂର ଆକାଶରେ ଆସୁଥିବା ଶତ୍ରୁ ପକ୍ଷର ବାଲିଷ୍ଟିକ୍ ମିସାଇଲ୍ ଏବଂ ସାଟେଲାଇଟ୍କୁ ସହଜରେ ଚିହ୍ନଟ କରିପାରିବ । ଏହା କେବଳ ଆକାଶ ନୁହେଁ ସମୁଦ୍ର ତଳେ ଲୁଚି ରହିଥିବା ଶତ୍ରୁର ବୁଡ଼ାଜାହାଜ ବା ସବ୍ମାରିନ୍କୁ ମଧ୍ୟ ଟାର୍ଗେଟ କରିପାରିବ ।
📱 Get Argus News App
✨Related Topics
Explore more stories