National Update / ଜାତିସଂଘରେ ପାକିସ୍ତାନର ଆତଙ୍କୀ ରଣନୀତିର ମୁଖା ଖୋଲିଲା ଭାରତ

Key Points
ଜାତିସଂଘରେ ପାକିସ୍ତାନର ଆତଙ୍କୀ ରଣନୀତିର ମୁଖା ଖୋଲିଲା ଭାରତ
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉତ୍ତରର କଡାଜବାବ ରଖିଲା ଭାରତ
ତଥ୍ୟ ଲୁଚାଇବାକୁ ଅଯଥା ଡ୍ରାମା କରୁଛି ପାକିସ୍ତାନ
ସୁଧୁରୁନାହାନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ଅପରେସନ୍ ସିନ୍ଦୁରରେ ଭାରତର ପ୍ରହାରରେ ଚେପା ପାକିସ୍ତାନର ପ୍ରଧାନମନ୍ତ୍ରୀ ଜାତିସଂଘରେ ଭାରତ ବିରୋଧରେ ମିଛ ଓଗାଳିଛନ୍ତି । ଶେହବାଜ ସରିଫ ମିଳିତ ଜାତିସଂଘ ସାଧାରଣ ସଭାର ୮୦ତମ ଅଧିବେଶନରେ ଯୁଦ୍ଧରେ ପାକିସ୍ତାନ ଜିତିଛି ଏବଂ ପାକିସ୍ତାନ ୭ଟି ଭାରତୀୟ ଜେଟ୍ ନଷ୍ଟ କରିଥିଲା ଦାବି କରିଛନ୍ତି । ତେବେ ଅପରେସନ୍ ସିନ୍ଦୁର ମାଡ଼ରେ ଧ୍ବସ୍ତ ପାକିସ୍ତାନ ଆତଙ୍କୀ ଆଡ୍ଡାର ଚିତ୍ର ଦେଖାଇ ସେହନାଜଙ୍କ ମିଛର ପୋଲ ଖୋଲିଥିଲେ ଭାରତୀୟ ପ୍ରତିନିଧି । ଘୃଣା ଓ ଆତଙ୍କର ମନୋଭାବ ରଖୁଥିବା ଆତଙ୍କୀସ୍ତାନର ପ୍ରଧାନମନ୍ତ୍ରୀ ଭାରତକୁ ଧର୍ମକୁ ନେଇ ଆକ୍ଷେପ କରିଥିଲେ ।
ଜାତିସଂଘର ମଂଚରେ ହିନ୍ଦୁତ୍ବ ଉପରେ ଶେହବାଜଙ୍କ ପ୍ରଶ୍ନର ଉତ୍ତରରେ ଆତଙ୍କୀ ଏବଂ ଆତଙ୍କୀଙ୍କ ଆକ୍କା ସାଜିଥିବା ପାକିସ୍ତାନ ନେତ୍ବତ୍ବକୁ ଭାରତର ଧର୍ମ କୁ ନେଇ କିଛି କହିବା ଲଜ୍ୟାଜନକ ବୋଲି କହିଥିଲେ ଭାରତୀୟ ପ୍ରତିନିଧି । ଅପରେସନ୍ ସିନ୍ଦୁରର ମାଡରେ ଦରମରା ପାକିସ୍ତାନର ମୁହ ବଂଚାଇବା ପାଇଁ ଜାତିସଂଘରେ ପାକ୍ ପିଏମ୍ ସେହବାଜଙ୍କ ଭାରତ ଉପରେ ଯେଉଁ ମିଛ ଆରୋପ କରିଥିଲେ ତାକୁ ଏକ ହାସ୍ୟାସ୍ପଦ ଚାଲ ବୋଲି ଭାରତ ତରଫରୁ କୁହାହଜାଇଛି । ଏପରିକି ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ନେଇ ଭାରତ ଉପରେ ଦେୋଷ ଢାଳିବାକୁ ନେଇ ଶେହବାଜଙ୍କୁ କଡ଼ା ଜବାବ ଦିଆଯାଇଛି ।
ସେପଟେ ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ। ପଦାରେ ପଡ଼ିଲା ସରିଫଙ୍କ ଭାଷଣର ଅସଲ ସତ। ପରମାଣୁ ଧମକ ଆଡ଼ରେ ଆତଙ୍କବାଦ ବୃଦ୍ଧିକୁ ପ୍ରଶୟ ଦେବନି ଭାରତ। ଜାତିସଂଘରେ ଶେହବାଜ୍ କହିଥିଲେ ଯେ, ତାଙ୍କ ଦେଶ ଭାରତ ଦ୍ବାରା ବିନା କାରଣରେ ଆକ୍ରମଣର ସମ୍ମୁଖୀନ ହୋଇଥିଲା। ହେଲେ ପାକ୍ ସେନା ନିଜର ସାହସିକତା ଓ ଚତୁରତାର ସହ ଆକ୍ରମଣକୁ ପ୍ରତିହତ କରିଥିଲେ। ଭାରତର ଅନେକ ବିମାନକୁ ଖସାଇଦେଇଥିଲେ। ଯାହାର କଡ଼ା ଜବାବ ରଖିଛି ଭାରତ।
📱 Get Argus News App
✨ଭାରତ ପକ୍ଷରୁ କୂଟନୀତିଜ୍ଞ ପେଟଲ ଗେହଲଟ କହିଛନ୍ତି, "ଆଜି ସକାଳେ, ସମାବେଶରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏକ ହାସ୍ୟାସ୍ପଦ ନାଟକ ଦେଖାଗଲା, ଯିଏ ପୁଣି ଥରେ ଆତଙ୍କବାଦକୁ ମହିମାନ୍ବିତ କଲେ, ଯାହାକି ତାଙ୍କ ବୈଦେଶିକ ନୀତିର କେନ୍ଦ୍ରବିନ୍ଦୁ। ତଥାପି, ଯେକୌଣସି ନାଟକ ଏବଂ ମିଛ ସତକୁ ଲୁଚାଇ ପାରିବ ନାହିଁ। ତେବେ ଭାରତର ପହଲଗାମରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀ ସଂଗଠନ 'ଦି ରେଜିଷ୍ଟାନ୍ସ ଫ୍ରଣ୍ଟ'କୁ ୨୫ ଏପ୍ରିଲ ୨୦୨୫ରେ ଜାତିସଂଘ ସୁରକ୍ଷା ପରିଷଦରେ ସୁରକ୍ଷା ଦେବା ଏବଂ ଓସାମା ବିନ୍ ଲାଡେନକୁ କିପରି ପାକ୍ ଆଶ୍ରୟ ଦେଇଥିଲା ତାହା ପର୍ଦ୍ଦାଫାସ କରିଥିଲେ ଗେହଲଟ। ଏସବୁ ଘଟଣାର ତଥ୍ୟ ଦେଇ ଗେହଲଟ କହିଥିଲେ ପାକିସ୍ତାନ ସମସ୍ତଙ୍କ ସାମ୍ନାରେ ଆତଙ୍କବାଦକୁ ବିରୋଧ କରୁଥିବାର ଅଭିନୟ କରିଚାଲିଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର: