Videos
|
International

India Support / ଗୋଟିଏ ଦେଶର କଷ୍ଟ ଦେଖି ସହିପାରିଲା ନାହିଁ ଭାରତ... ଦୁଃଖରେ ସମୟରେ ପାଖରେ ଛିଡ଼ା ହେଲା

Rashmita Mishra
Browse all articles by Rashmita Mishra
·1 month ago·2 min read
ଗୋଟିଏ ଦେଶର କଷ୍ଟ ଦେଖି ସହିପାରିଲା ନାହିଁ ଭାରତ... ଦୁଃଖରେ ସମୟରେ ପାଖରେ ଛିଡ଼ା ହେଲା
India Support

Key Points

ଗୋଟିଏ ଦେଶର କଷ୍ଟ ଦେଖି ସହିପାରିଲା ନାହିଁ ଭାରତ...
ମରଣ ମୁହଁରେ ଭାରତ ସାଜିଲା ଦେବଦୂତ ।
ବିପଦ ସମୟରେ ପାଲଟିଲା ପ୍ରକୃତ ବନ୍ଧୁ ।

ଗୋଟିଏ ଦେଶର କଷ୍ଟ ଦେଖି ସହିପାରିଲା ନାହିଁ ଭାରତ... ମରଣ ମୁହଁରେ ଭାରତ ସାଜିଲା ଦେବଦୂତ । ବିପଦ ସମୟରେ ପାଲଟିଲା ପ୍ରକୃତ ବନ୍ଧୁ । ଭେନେଜୁଏଲାକୁ ସାହାଯ୍ୟର ସଞ୍ଜିବନି ନେଇ ଉଡ଼ିଲା ବାୟୁସେନା ବିମାନ ।

ଯିଏ ସୁଖରେ ନୁହେଁ ଦୁଃଖରେ ପାଖରେ ଛିଡ଼ା ହୁଏ ତାକୁ ପ୍ରକୃତ ବନ୍ଧୁ ବୋଲି କୁହାଯାଏ । ଆଜି ଭାରତ ଦୁଃଖ ଏବଂ ବିନାଶ ସମୟରେ ଯାଇ ପାଖରେ ଛିଡ଼ା ହୋଇଛି । କାନ୍ଦ ବୋବାଳିରେ ଫାଟିପଡ଼ୁଥିବା ଦେଶର ଲୁହକୁ ପୋଛିବାକୁ ଚେଷ୍ଟା କରିଛି । ବିପଦ ସମୟରେ ପାଖରେ ଯାଇ ଛିଡ଼ା ହୋଇଛି ଭାରତ । ମୃତ୍ୟୁ ଆଗରେ ଦେବଦୂତ ସାଜି ଛିଡ଼ା ହୋଇଛି ।

ମାଟି ତଳେ ହଜାର ହଜାର ଲୋକ ପୋତି ହୋଇଗଲେ । ଦେଶରେ ପ୍ରକୃତି ରଚିଲା ତାଣ୍ଡବ ଲୀଳା । ହଜାର ହଜାର ଘର ମାଟିରେ ମିଶିଗଲା । ଏବେ ପୁରା ଦେଶ କାନ୍ଦୁଛି । ପ୍ରକୃତି ଗୋଟିଏ ଦେଶର ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଏମିତି ସମୟରେ ଧନି ଦେଶ ମାନେ ପଛଘୁଞ୍ଚା ଦେଉଥିବା ବେଳେ ସାହାଯ୍ୟ କରିବାକୁ ଆଗେଇ ଯାଇଛି ଭାରତ । ଭେନେଜୁଏଲାକୁ ବଢ଼ାଇଛି ସାହାଜ୍ୟର ହାତ ।

ଭାରତରୁ ଭେନେଜୁଏଲାକୁ ଉଡ଼ି ଯାଇଛି ଭାରତୀୟ ବାୟୁସେନାର ଦୁଇଟି C-17 ଗ୍ଲୋବମାଷ୍ଟର ସାହାଯ୍ୟର ବିମାନ । କ୍ଷତ ବିକ୍ଷତରେ ଭାଙ୍ଗିପଡ଼ିଥିବା ଭେନେଜୁଏଲା ପାଖକୁ ସାହାଯ୍ୟର ସଞ୍ଜିବନି ନେଇ ଉଡ଼ିଯାଇଛି ଭାରତୀୟ ବାୟୁସେନା । ତିଳେ ମାତ୍ରବି ବିଳମ୍ବ ନକରି ମୋଦୀଙ୍କ ନର୍ଦ୍ଦେଶ ପରେ ଭେନେଜୁଏଲାରେ ପହଞ୍ଚିଛି ସାହାଯ୍ୟ ।
କାରଣ ମୋଦୀ ସବୁବେଳେ ବନ୍ଧୁତାକୁ ସର୍ବପ୍ରଥମରେ ରଖନ୍ତି । ଆଉ ଭେନେଜୁଏଲାର ଏପରି ଅବସ୍ଥାରେ କେମିତି ପରକରିଦେଇଥାନ୍ତେ। ଯଦି ଦେଖିବା ଏହି ମିଶନରେ ଭାରତୀୟ ସେନାର ଏକ ସ୍ୱତନ୍ତ୍ର ଫିଲ୍ଡ ହସ୍ପିଟାଲ ୟୁନିଟ୍ ସହ ୩୫ ଟନ୍‌ରୁ ଅଧିକ ଜୀବନ ରକ୍ଷାକାରୀ ସାମଗ୍ରୀ, ଔଷଧ ପଠାଯାଇଛି ।

ଭେନେଜୁଏଲାରେ ହୋଇଥିବା ପ୍ରଳୟଙ୍କରୀ ଭୂକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି । ଅଧାରୁ ଅଧିକ ସ୍ଥାନ ମାଟିରେ ମିଶି ଯାଇଛି । ଏବେବି ଲୋକଙ୍କ ଚିତ୍କାର ମାଟିତଳୁ ଶୁଭୁଛି । ଏଭଳି ମହା ସଙ୍କଟ ସମୟରେ ବନ୍ଧୁତ୍ୱର ହାତ ବଢ଼ାଇଛି ଭାରତ ।

ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୂଚନା ମୁତାବକ, ଭେନେଜୁଏଲାର ସରକାର ଓ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଏହି ସହାୟତା ମଧ୍ୟରେ ଭାରତୀୟ ସେନାର ୪୧ ଜଣିଆ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ଅଛନ୍ତି । ଯେଉଁଥିରେ ସେନାର ପ୍ରଶିକ୍ଷିତ ଡାକ୍ତର ଏବଂ ସର୍ଜନ ସାମିଲ ଅଛନ୍ତି ।

ଏହାସହ ଭାରତରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୁଇଟି 'ଭୀଷ୍ମ କ୍ୟୁବ୍' ମଧ୍ୟ ପଠାଯାଇଛି । ଭିଷ୍ମ କ୍ୟୁବ ମାତ୍ର ୧୨ ମିନିଟ୍ ମଧ୍ୟରେ ଯେକୌଣସି ବିପର୍ଯ୍ୟୟ ସ୍ଥଳରେ ପ୍ରସ୍ତୁତ କରାଯାଇ ପ୍ରାୟ ୨୦୦ ଜଣ ଆହତଙ୍କର ଜରୁରୀକାଳୀନ ଚିକିତ୍ସା ଓ ଅପରେସନ କରିପାରିବ । ତେବେ ଭାରତର ଏଭଳି ସାହାଯ୍ୟ ପରେ ଭେନେଜୁଏଲା ସରକାର ଭାରତକୁ ଧନ୍ୟବାଦ ଜଣାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India Support | India Stands With Nation in Time of Crisis | Argus News