ନିଜ ଦୁଃଖ ନିଜେ କହୁଛି ପାକିସ୍ତାନ

Key Points
ପାକିସ୍ତାନରେ ସରୁନି ସିନ୍ଦୂର ହିସାବ
ସାମ୍ନାକୁ ଆସିଲା ଆଉ ଗୋଟେ ସତ
୯ ନୁହେଁ ୧୧ ଏୟାରବେସକୁ ଧ୍ବଂସ କରିଛି ଭାରତ
ପହଲଗାମ ଆକ୍ରମଣ ପରେ ଭାରତ ପକ୍ଷରୁ କରାଯାଇଥିବା ଅପରେସନ ସିନ୍ଦୂରରେ ପାକିସ୍ତାନର ୯ ଟି ଏୟାରବେସ୍ ନୁହେଁ ବରଂ ୧୧ ଟି ଏୟାରବେସକୁ ଟାର୍ଗେଟ କରିଥିଲା ଭାରତ। ଏନେଇ ପାକିସ୍ତାନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ପାକ୍ ଡୋଜିୟର ଦାବି କରିଛି ଭାରତ ସିନ୍ଧର ପେଶାୱର, ଝାଙ୍ଗ, ହାଇଦ୍ରାବାଦ, ପଞ୍ଜାବର ଗୁଜୁରାଟ, ଗୁଜରାନୱାଲା, ଭାୱଲନଗର, ଆଟକ୍, ଚୋର ଏବଂ କରାଚୀ ଉପରେ ଆକ୍ରମଣ କରିଛି। ଯେଉଁ ଆକ୍ରମଣ ନେଇ ଭାରତ ସୂଚନା ଦେଇନି। କେବଳ ୯ ଟି ସ୍ଥାନ ନେଇ ସୂଚନା ଦିଆଯାଇଛି। ଅର୍ଥାତ୍ ଭାରତ ଯେତିକି ସ୍ୱୀକାର କରିଥିଲା ତାଠାରୁ ବହୁତ ଅଧିକ ଧ୍ୱଂସ କରିଛି। ଏହି କାରଣରୁ ଇସଲାମାବାଦରୁ ନୂଆ ଦିଲ୍ଲୀକୁ ଫୋନ କରି ଯୁଦ୍ଧ ବିରତି ପାଇଁ ପ୍ରସ୍ତାବ ରଖାଯାଇଥିଲା।
📱 Get Argus News App
✨ସୂଚନାଯୋଗ୍ୟ- ୨୨ ଏପ୍ରିଲରେ ଜମ୍ମୁ କାଶ୍ମୀରର ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ ନିର୍ମମ ହତ୍ୟା କରିଥିଲେ ଆତଙ୍କୀ। ଆଉ ମେ ୭ ରେ ପାକିସ୍ତାନ ଭିତରେ ପଶି ମୁଜାଫରାବାଦ, କୋଟଲି, ରାୱଲକୋଟ, ଚକସ୍ୱରୀ, ଭୀମ୍ବର, ନୀଲମ ଉପତ୍ୟକା, ଝେଲମ ଏବଂ ଚକୱାଲରେ ଥିବା ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲେ ଭାରତୟ ସେନା। ଏହି ଆକ୍ରମଣରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ପରେ ପାକିସ୍ତାନ ସେନା ପକ୍ଷରୁ ଭାରତ ଉପରକୁ କରାଯାଇଥିଲା ଡ୍ରୋନ ଆକ୍ରମଣ। ଜବାବରେ, ଭାରତ ମେ ୯ ଓ ୧୦ ରାତିରେ ପାକିସ୍ତାନର ନୁର ଖାନ, ରଫିକି, ମୁରିଦକେ, ସୁକ୍କୁର, ସିଆଲକୋଟ, ପସରୁର, ଚୁନିଆନ, ସରଗୋଧା, ସ୍କାରୁ, ଭୋଲାରି ଏବଂ ଜାକୋବାବାଦ ବିମାନ ଘାଟି ଉପରେ ଆକ୍ରମଣ କରିଥିଲା। ଶେଷରେ, ତିନି ଦିନର ତୀବ୍ର ଉତ୍ତେଜନା ପରେ ଅସ୍ତ୍ରବିରତି ପାଇଁ ଭାରତକୁ ପ୍ରସ୍ତାବ ଦେଇଥିଲା ପାକିସ୍ତାନ। ଯାହାକୁ ଭାରତ ପକ୍ଷରୁ ଗ୍ରହଣ କରାଯାଇ ଅସ୍ତ୍ରବିରତି କରାଯାଇଥିଲା।