Videos
|
International

ବାଂଲାଦେଶକୁ ଭାରତ ଦେଲା ଉପହାର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବାଂଲାଦେଶକୁ ଭାରତ ଦେଲା ଉପହାର

ଅର୍ଗସ ବ୍ୟୁରୋ:  ଗତ କିଛି ଦିନ ହେବ ବାଂଲାଦେଶର ସ୍ଥିତି ଠିକ ନାହିଁ। ଶେଖ ହାସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦ ଓ ଦେଶ ଛାଡିବା ପରେ ପରିସ୍ଥିତି ଆହୁରି ବିଗିଡି ଯାଇଛି। ଅନ୍ୟପଟେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଆଉ ପୂର୍ବଭଳି ନାହିଁ। କିନ୍ତୁ ଭାରତ ସରକାର ସର୍ବଦା ବାଂଲାଦେଶକୁ ସମର୍ଥନ କରିବାକୁ ନିଶ୍ଚିତ କରିଥିଲେ। ଏହି ସମୟରେ ଭାରତ ବାଂଲାଦେଶକୁ ଏକ ନୂତନ ଉପହାର ଦେଇଛି। ଭାରତ ଉପହାର ସ୍ବରୂପ, ଚାରି ମାସ ନଅ ଦିନ ପରେ ବାଂଲାଦେଶ ଯାଉଥିବା ପିଆଜ ଉପରେ ଭାରତ ୪୦ପ୍ରତିଶତ ରପ୍ତାନି ଶୁଳ୍କ ହଟାଇ ଦେଇଛି। ଏହା ବାଂଲାଦେଶର ପ୍ରତ୍ୟେକ ପରିବାରକୁ ଆରାମ ଯୋଗାଇବ। ବନ୍ୟା ଯୋଗୁଁ ପନିପରିବା, ବିଶେଷକରି ପିଆଜ ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି। ବାଂଲାଦେଶୀ ବ୍ୟବସାୟୀମାନେ ବିଶ୍ୱାସ କରନ୍ତି ଯେ ଭାରତର ଏହି ନିଷ୍ପତ୍ତି ପିଆଜ ଆମଦାନୀ ବୃଦ୍ଧି କରିବ ଏବଂ ମୂଲ୍ୟ ମଧ୍ୟ ହ୍ରାସ ପାଇବ। ଭାରତର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ (ଡିଜିଏଫଟି) ସନ୍ତୋଷ କୁମାର ସାରଙ୍ଗୀଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ଏକ ଚିଠିକୁ ଭାରତୀୟ ବ୍ୟବସାୟୀମାନେ ଗ୍ରହଣ କରିଛନ୍ତି। ଏହି ଚିଠି ମାଧ୍ୟମରେ ସେ ବାଂଲାଦେଶର ବ୍ୟବସାୟୀଙ୍କୁ ସୂଚନା ଦେଇଛନ୍ତି।

ଶେଖ ହାସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦ ଓ ଦେଶ ଛାଡିବା ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଆଉ ପୂର୍ବଭଳି ନାହିଁ। ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହୋଇଥିବା ହିଂସା ଭାରତର ଚିନ୍ତା ବଢାଇ ଦେଇଛି। ଏହି ସମୟରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ବହୁ ମନ୍ତ୍ରୀଙ୍କ ବିବୃତ୍ତି ଯୋଗୁଁ ଉତ୍ତେଜନା ମଧ୍ୟ ବୃଦ୍ଧି ପାଇଛି। ଏଥି ସହିତ ବାଂଲାଦେଶରେ ମୌଳକବାଦୀଙ୍କ ବୃଦ୍ଧି ଭାରତ ପାଇଁ ଏକ ଅସୁବିଧାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାପରେ ବି ଭାରତ ବାଂଲାଦେଶକୁ ସାହାଯ୍ୟ କରୁଛି। ବାଂଲାଦେଶରେ ଭୟାନକ ସ୍ଥିତି ଦେଖି ସବୁଠି ବର୍ତ୍ତମାନ ହାହାକାର ପରିବେଶ। ଯଥାଶୀଘ୍ର ବାଂଲାଦେଶର ପରିସ୍ଥିତି ସୁଧିରିଯାଉ ବୋଲି ସମସ୍ତେ ଆଶା ବ୍ୟକ୍ତ କରୁଛନ୍ତି। ଏହସହ ଶେଖ ହସିନା ବାଂଲାଦେଶ ଫେରନ୍ତୁ ବୋଲି ସମସ୍ତେ ଚାହାନ୍ତି।

 

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
india have a new gift to bangladesh | Argus News