Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଷ୍ଟ୍ରେଲିଆକୁ 24 ରନରେ ହରାଇଲା ଭାରତ

International

ଅଷ୍ଟ୍ରେଲିଆକୁ 24 ରନରେ ହରାଇଲା ଭାରତ

Smruti Parija
Browse all articles by Smruti Parija
·1 year ago
ଅଷ୍ଟ୍ରେଲିଆକୁ 24 ରନରେ ହରାଇଲା ଭାରତ

ଅର୍ଗସ ବ୍ୟୁରୋ: ଟି-ଟ୍ବେଣ୍ଟି ବିଶ୍ବକପ୍ ସେମିଫାଇନାଲରେ ଭାରତ । ସୁପର ଏଇଟ ମୁକାବିଲାରେ ଅଷ୍ଟ୍ରେଲିଆକୁ 24 ରନରେ ହରାଇଲା ଭାରତ । କ୍ୟାପଟେନ ରୋହିତଙ୍କ ଧୂଆଁଧାର ୯୨ ରନ ବଳରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୦୬ ରନର ଟାର୍ଗେଟ ରଖିଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ 5 ୱିକେଟ ହରାଇ 205 ରନର ବିଶାଳ ସ୍କୋର କରିଥିଲା ।

ରୋହିତ ମାତ୍ର ୧୯ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ୪୧ ବଲରେ ୭ ଚୌକା ଓ ୮ଛକା ବଳରେ ୯୨ ରନ କରି ଆଉଟ ହୋଇଥିଲେ ରୋହିତ ଶର୍ମା । ଚଳିତ ବିଶ୍ୱକପରେ ଏହା ଦ୍ରୁତ ଅର୍ଦ୍ଧଶତକ । ୨୦୦୭ରେ ଯୁବରାଜ ସିଂ ୧୨ ବଲରେ ଏବଂ ୨୦୨୧ରେ କେଏଲ ରାହୁଲ ସ୍କଟଲାଣ୍ଡ ବିପକ୍ଷରେ ୧୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ।

ଆହୁରି ପଢନ୍ତୁ ଖେଳ ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India in the T20 World Cup semi-finals | Argus News