Videos
|
International

India Japan: ଜାପାନ ସହିତ ୨୧ଟି ଡିଲ୍‌ କଲା ଭାରତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
India Japan: ଜାପାନ ସହିତ ୨୧ଟି ଡିଲ୍‌ କଲା ଭାରତ

Key Points

ହାତ ମିଶାଇଲେ ଦୁଇ ଦେଶ
ଜାପାନ ସହିତ ୨୧ଟି ଡିଲ୍‌ କଲା ଭାରତ
ମୁଣ୍ଡ ଘୁରେଇଲାଣି ଆମେରିକାର


ବଡ଼ ଡିଲ କଲେ ଭାରତ-ଆମେରିକା। ଭାରତ ଏବଂ ଜାପାନ ମଧ୍ୟରେ ମୋଟ ୨୧ଟି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଯାହା ଶୁଣିବା ପରେ ଚିନ୍ତାରେ ଆମେରିକା । ଭାଳେଣି ପଡ଼ିଲାଣି ଯେ, ଟ୍ରମ୍ପଙ୍କ ଟାରିଫ ଆଟାକ ଭାରତଉ ଉପରେ କୌଣସି ପ୍ରଭାବ ପଡିଲାନାହିଁ। ଏବେ ଜାପାନ ସହ ମିଶି ଭାରତର ଆଉ ଏକ ବଡ଼ ଚାଲ ଟ୍ରମ୍ପଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ଭେଟିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନେକ ଚୁକ୍ତିନାମା ଏବଂ ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ କିପରି ମଜବୁତ ହେବ ସେନେଇ ହୋଇଥିଲା ଅନେକ ଆଲୋଚନା। ଉଭୟ ଦେଶ ଆଗାମୀ ଦଶ ବର୍ଷ ପାଇଁ ଏକ ମିଳିତ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥିରେ ଆର୍ଥିକ ସହଭାଗୀତା, ସୁରକ୍ଷା, ପ୍ରଯୁକ୍ତିବିଦ୍ୟା, ସ୍ବାସ୍ଥ୍ୟ ଏବଂ ପରିବେଶ ଭଳି ଆଠଟି ପ୍ରମୁଖ କ୍ଷେତ୍ରରେ ଏକାଠି କାମ କରିବା ବିଷୟରେ ଆଲୋଚନା ହୋଇଛି।


- ଆଗାମୀ ଦଶନ୍ଧି ପାଇଁ ଭାରତ-ଜାପାନ ମିଳିତ ଦୃଷ୍ଟିକୋଣ

-ସୁରକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ପଦକ୍ଷେପ, 
- ମାନବ ସମ୍ବଳର ଆଦାନପ୍ରଦାନ
- କାର୍ବନ ନିର୍ଗମନ ଏବଂ ନିବେଶ
- ଚନ୍ଦ୍ରାୟଣ-୫ ମିଶନରେ ଏକାଠି
- ଡିଜିଟାଲ ସହଭାଗୀତା ୨.୦
- କୂଟନୈତିକ ତାଲିମ ଏବଂ ବିଜ୍ଞାନ ସହଯୋଗ
- ଖଣିଜ ସମ୍ପଦ ଉପରେ ସହଯୋଗ
- ସ୍ବଚ୍ଛ ହାଇଡ୍ରୋଜେନ ଏବଂ ଆମୋନିଆ
- କଳା ଏବଂ ସଂସ୍କୃତିର ଆଦାନପ୍ରଦାନ
- ଅପଚୟ ଜଳ ଏବଂ ପରିବେଶ ଉପରେ କାର୍ଯ୍ୟ
-ଆଗାମୀ ଦଶ ବର୍ଷ ମଧ୍ୟରେ ଜାପାନ ଭାରତରେ ୧୦ ଟ୍ରିଲିୟନ ୟେନର ଘରୋଇ ନିବେଶ କରିବ।
– ଏକ ଆର୍ଥିକ ସୁରକ୍ଷା ପଦକ୍ଷେପ ଆରମ୍ଭ ହୋଇଛି, ଯାହା ଅର୍ଦ୍ଧପରିବାହୀ, ସୱଚ୍ଛ ଶକ୍ତି, ଦୂରସଂଚାର ଏବଂ ଖଣିଜ ପଦାର୍ଥର ଯୋଗାଣ ଶୃଙ୍ଖଳ ଉପରେ କାର୍ଯ୍ୟ କରିବ।
ଏହି ପରି ଅନେକ ପ୍ରମୁଖ ନିଷ୍ପତ୍ତି ଆଲୋଚନା ହୋଇଛି।
-ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଉଭୟ ଦେଶ ପ୍ରାୟ ୫ ଲକ୍ଷ ଲୋକଙ୍କ ପାରସ୍ପରିକ ଆଦାନପ୍ରଦାନର ଲକ୍ଷ୍ୟ ରଖିଛନ୍ତି। ଏଥିରେ, ଭାରତରୁ ୫୦,୦୦୦ କୁଶଳୀ ଏବଂ ଅର୍ଦ୍ଧ-କୁଶଳୀ ଲୋକ ଜାପାନରେ କାମ କରିବାକୁ ଯିବେ। ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଅନୁସନ୍ଧାନ, ଖଣି ଏବଂ ପ୍ରକ୍ରିୟାକରଣ ପାଇଁ ସହଭାଗୀତା କରିଛନ୍ତି। ଏହା ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବ ଏବଂ ମିଳିତ ନିବେଶକୁ ପ୍ରୋତ୍ସାହିତ କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଏସବୁ କରିବା ଦ୍ୱାରା ଭାରତ ଆଉ କୌଣଶି କ୍ଷେତ୍ରରେ ଆମେରିକା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏଖବର ପରେ ଚିନ୍ତାରେ ଆମେରିକା। ଆମେରିକା ଭାବୁଥିଲା ଯେ ଭାରତ ଉପରେ ଟାରିଫ ଆଟାକ କଲେ ହୁଏତ ଭାରତ ମୁଣ୍ଡ ନୁଆଁଇବ। ହେଲେ ଏହା କୌରସି କାମ ଦେଲା ନାହିଁ। ଶେଷରେ ହାର ମାନିଲେ ଡୋନାଲ୍ଡ ଟ୍ରମ୍ପ। ଏବେ କଣ କରିବେ ଟ୍ରମ୍ପ ବୋଲି ସାଧାରଣେ ଚର୍ଚ୍ଚା।


India, Japan cooperation is crucial for global peace and stability || Argus News | Argus News