Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

LPG Crisis / LPG ସଙ୍କଟ ମଧ୍ୟରେ ଖୁସି ଖବର: "ଶିବାଲିକ" ପରେ ୪୭ହଜାର ମେଟ୍ରିକଟନ ଗ୍ୟାସ ଆଣି ଭାରତ ଉପକୂଳ ଛୁଇଁଲା "ନନ୍ଦାଦେବୀ"

Ritu Das
Browse all articles by Ritu Das
·4 months ago·2 min read
LPG ସଙ୍କଟ ମଧ୍ୟରେ ଖୁସି ଖବର: "ଶିବାଲିକ" ପରେ ୪୭ହଜାର ମେଟ୍ରିକଟନ ଗ୍ୟାସ ଆଣି ଭାରତ ଉପକୂଳ ଛୁଇଁଲା "ନନ୍ଦାଦେବୀ"
India

Key Points

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କ ପାଇଁ ଖୁସିଖବର ଆସିଛି। ହର୍ମୁଜ ଷ୍ଟ୍ରେଟରୁ ସୋମବାର ସୁରକ୍ଷିତ ଭାବେ ଶିବାଲିକ ପହଞ୍ଚିବାପରେ ଆଉ ଏକ ଏଲପିଜି ଟ୍ୟାଙ୍କର ନନ୍ଦାଦେବୀ ଭାରତ ପହଞ୍ଚିଛି।
ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କ ପାଇଁ ଖୁସିଖବର ଆସିଛି। ହର୍ମୁଜ ଷ୍ଟ୍ରେଟରୁ ସୋମବାର ସୁରକ୍ଷିତ ଭାବେ ଶିବାଲିକ ପହଞ୍ଚିବାପରେ ଆଉ ଏକ ଏଲପିଜି ଟ୍ୟାଙ୍କର ନନ୍ଦାଦେବୀ ଭାରତ ପହଞ୍ଚିଛି। ନନ୍ଦାଦେବୀ ଜଲଡମରୁମଧ୍ୟ ଅତିକ୍ରମ କରି ବଡ଼ିନାର ବନ୍ଦରଗାହ ବନ୍ଦରରେ ପହଞ୍ଚି ଯାଇଛି। ଏହି ଜାହାଜ ୪୭ ହଜାର ମେଟ୍ରିକଟନରୁ ଅଧିକ ଏଲପିଜି ଗ୍ୟାସ ଆଣିଛି। ଏହି ଜାହାଜ ଏବେ ଗୁଜୁରାଟର ବାଡିନାର ବନ୍ଦରଗାହ ନିକଟରେ ପହଞ୍ଚିସାରିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ ମଧ୍ୟରେ ଭାରତକୁ ସୁରକ୍ଷିତ ଭାବେ ପହଞ୍ଚିଥିବା ଏହା ହେଉଛି ଦ୍ବିତୀୟ ଜାହାଜ।

ଗୋଟିଏ ଦିନ ପୂର୍ବରୁ ଶିବାଲିକ ଟ୍ୟାଙ୍କର ୪୬,୦୦୦ ମେଟ୍ରକିଟନ ଗ୍ୟାସ ଆଣି ଭାରତ ପହଞ୍ଚିଥିଲା। ଯାହା ଘରେ ବ୍ୟବହାର ହେଉଥିବା ପ୍ରାୟ୩୩ଲକ୍ଷ ଗ୍ୟାସ୍ ସିଲିଣ୍ଡର୍ ସହ ସମାନ । ଅଧିକାରୀଙ୍କ କହିବାନୁସାରେ ଏହି ଗୋଟିଏ ଜାହାଜ ଭାରତର ମୋଟ୍ ଏଲପିଜି ଆମଦାନୀର କିଛି ଭାଗକୁ ଅନେକ ମାତ୍ରାରେ ପୂରା କରିପାରିବ ।

କ'ଣ କହିଛି ମନ୍ତ୍ରାଳୟ
ଶନିବାର ଜାହାଜ ଚଳାଚଳ ମନ୍ତ୍ରାଳୟରସ୍ୱତନ୍ତ୍ର ସଚିବ ରାଜେଶ କୁମାର୍ ସିହ୍ନା କହିଥିଲେ ଯେ, ଶିବାଲିକ୍ ଏବଂ ନନ୍ଦାଦେବୀ ମାର୍ଚ୍ଚ୧୬ଏବଂ୧୭ତାରିଖରେ ଭାରତରେ ପହଁଚିବେ । ଷ୍ଟ୍ରେଟ୍ ଅଫ୍ ହରମୋଜରେ ଅଟକି ଥିବା ଅନ୍ୟ ଭାରତୀୟ ଜାହାଜ ଏବଂ ନାବିକ ସୁରକ୍ଷିତ ଅଛନ୍ତି । ଗତ୨୪ଘଣ୍ଟା ମଧ୍ୟରେ କୌଣସି ଅପ୍ରୀତିକର ସ୍ଥିତି ଘଟିନାହିଁ । ଏଠାରେ୨୪ଟି ଭାରତୀୟ ପତାକାଲାଗିଥିବା ଜାହାଜ ରହିଛି । ଏବେ ଦୁଇଟି ଜାହାଜ ସୁରକ୍ଷିତ ଭାବେ ଅତିକ୍ରମ କରିଛନ୍ତି । ଆଗକୁ ଅନ୍ୟ ଜାହାଜ ମଧ୍ୟ ଅତିକ୍ରମ କରିବେ ।

କମିବ ଏଲପିଜି ସମସ୍ୟା

ଦୁଇଟି ଜାହାଜ ଭାରତ ଆସିବା ପରେ ଏଲପିଜି ଯୋଗାଣ ସ୍ଥିର ରହିବ ବୋଲି ଆଶା କରାଯାଉଛି । ଅଭାବକୁ ପୂରଣ କରାଯଇପାରିବ । ଏବେ ଅନେକ ସମୟରେ ଗ୍ୟାସ୍ ବୁକ୍ କରିବାକୁ ଲମ୍ବା ଲାଇନ୍ ଲାଗୁଛି । ଅନେକ ଛୋଟବଡ ହୋଟେଲରେ ଗ୍ୟାସ୍ ମିଳୁନି । ତେଣୁ ମାଲିକମାନେ ହୋଟେଲ୍ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି ।

ପଢନ୍ତୁ ଏହି ଖବର: ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆସିଲା ବଡ଼ ଖବର: ଭାରତରେ ପହଞ୍ଚିଲା ୪୬ ହଜାର ଟନ୍ LPG
ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁଁ, ଭାରତର ଅନେକ ଅଞ୍ଚଳରେ ଗ୍ୟାସ ସଙ୍କଟର ଦେଖିବାକୁ ମିଳିଛି । ଲୋକମାନେ ଗ୍ୟାସ ଦୋକାନ ବାହାରେ ଲମ୍ବା ଧାଡିରେ ଠିଆ ହୋଇଥିବାର ମଧ୍ୟ ଦେଖାଯାଉଛି । ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲ ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି, ଯାହା ତେଲ ଏବଂ ଏଲପିଜି ସଙ୍କଟକୁ ଆହୁରି ଅଧିକ ବଢ଼ାଇଦେଇଛି । ତଥାପି, ଭାରତରେ ଏଲପିଜି ସଙ୍କଟ ଖୁବ୍ ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି ।

ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଯୋଗୁଁ ଏଲପିଜି ଭରି ରହିଥିବା ଜାହାଜଗୁଡ଼ିକ ଫସି ରହିଥିଲେ । ତଥାପି, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏବଂ ଇରାନର ବୈଦେଶିକ ମନ୍ତ୍ରଣାଳୟ ଏହି ବିଷୟରେ ଆଲୋଚନା କରିଥିଲେ । ଏହା ପରେ, ଦୁଇଟି ଭାରତୀୟ ଜାହାଜ, ଶିବାଲିକ୍ ଏବଂ ନନ୍ଦାକୁ ହର୍ମୁଜ ପ୍ରଣାଳୀ ଦେଇ ଆସିବାକୁ ଅନୁମତି ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India LPG Relief: Nanda Devi Brings 47,000 MT Gas After Shivalik Boost | Argus News