|
logo
Live
Argus News App
GET APP

Argus News - ଶ୍ରୀଲଙ୍କାରେ ଭାରତର "ଅପରେସନ୍ ସାଗର ବନ୍ଧୁ"

International

Cyclone Ditwah / ଶ୍ରୀଲଙ୍କାରେ ଭାରତର "ଅପରେସନ୍ ସାଗର ବନ୍ଧୁ"

Rashmita Mishra
Browse all articles by Rashmita Mishra
·4 months ago·2 min read
ଶ୍ରୀଲଙ୍କାରେ ଭାରତର "ଅପରେସନ୍ ସାଗର ବନ୍ଧୁ"

Key Points

ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ବାତ୍ୟା ଦିତଓ୍ଵାହ ଭୟଙ୍କର ତାଣ୍ଡବ
ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ... ୭୦ ଜଣଙ୍କ ମୃତ୍ୟୁ, ୩୪ରୁ ଅଧିକ ନିଖୋଜ
ଦକ୍ଷିଣ ଭାରତରେ ବି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ

ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ବର୍ତ୍ତମାନ ଏକ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଘୂର୍ଣ୍ଣିଝଡ଼ ଦିତଓ୍ବାହ ଶ୍ରୀଲଙ୍କାରେ ବନ୍ୟା ସହିତ କ୍ଷୟକ୍ଷତି ଘଟାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବ୍ୟାକ୍ ଟୁ ବ୍ୟାକ ବାତ୍ୟା ସେନୟାର ଓ ଦିତଓ୍ଵାହ । ସେନୟାର ଦୁର୍ବଳ ହୋଇଥିବା ବେଳେ ଦିତଓ୍ଵାହ ଶକ୍ତିଶାଳୀ ହୋଇଛି । ଶ୍ରୀଲଙ୍କାରେ ବାତ୍ୟା ଦିତଓ୍ଵାହ ତାଣ୍ଡବ ରଚିଛି । ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା-ଭୂସ୍ଖଳନରେ ଜନଜୀବନ ପ୍ରଭାବିତ ହୋଇଛି । ଘର ବୁଡିଛି, ଭୂସ୍ଖଳନରେ ରାସ୍ତା ଫାଟିଛି । ଧ୍ୱଂସାବଶେଷ ତଳେ ପୋତି ହୋଇ ୭୦ ଜଣଙ୍କର ମୃତ୍ୟୁ ହୋଇଛି । ୩୪ ଜଣ ନିଖୋଜ ଅଛନ୍ତି । ଆସନ୍ତାକାଲି ସୁଦ୍ଧା ତାମିଲୁନାଡୁ-ପୁଡୁଚେରୀରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।

ଶ୍ରୀଲଙ୍କା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ୧୨,୩୧୩ ପରିବାରର ୪୩,୯୦୦ ରୁ ଅଧିକ ଲୋକ ସାଙ୍ଘାତିକ ପରିସ୍ଥିତିର ଶିକାର ହୋଇଛନ୍ତି । ଜୀବନ ବିକଳରେ ଲୋକ ଗଛ ଉପର, ଛାତ ଉପରେ ବସି ରହିଥିଲେ । ବନ୍ୟା ପାଣି ଦ୍ୱାରା ବିଚ୍ଛିନ୍ନ ହୋଇଥିବା ଗାଁଗୁଡିକରୁ ଲୋକକଙ୍କୁ ଉଦ୍ଧାର କରିଯାଇଛି ।

ହେଲିକପ୍ଟର ଏବଂ ନୌସେନା ଅନେକ ବୋଟ୍‌ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର କହିଛି ଯେ, ସର୍ବାଧିକ ପ୍ରଭାବିତ ଅଞ୍ଚଳରେ ଅଧିକ ମୃତଦେହ ଉଦ୍ଧାର ହେବା ସହିତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି । କାଦୁଅ ଏବଂ ବନ୍ୟାରେ ଅତିକମରେ ୩୦୦୦ ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ୧୮,୦୦୦ ରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ।

ଏବେ ବି ବର୍ଷା ଜାରି ରହିଛି । କିଛି ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହା ପୂର୍ବରୁ ଶ୍ରୀଲଙ୍କାରେ ୨୦୦୩ ମସିହା ଜୁନ୍‌ରେ ସବୁଠାରୁ ଭୟଙ୍କର ବନ୍ୟା ହୋଇଥିଲା । ଯେଉଁଥିରେ ୨୪୫ ଜଣଙ୍କର ମୃତ୍ୟୁ ହୋଇଥିଲା ​​​​​​​

'ଅପରେସନ୍ ସାଗର ବନ୍ଧୁ'ରେ ଭାରତର ସହାୟତା- ଶ୍ରୀଲଙ୍କାରେ ବାତ୍ୟା ଦିତଓ୍ଵାହ ବ୍ୟାପକ କ୍ଷୟକ୍ଷତି କରିଛି । ଅନେକ ଘର ଭାସି ଯାଇଛି । ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ସରକାର ଦେଶବ୍ୟାପୀ ସ୍କୁଲ-କଲେଜ ଛୁଟି ଘୋଷଣା କରିଛନ୍ତି । କେବଳ ଜରୁରୀ ସେବା ଯେପରିକି ହସ୍ପିଟାଲ, ବିଦ୍ୟୁତ ଏବଂ ପୁଲିସ୍ କାର୍ଯ୍ୟ କରୁଛନ୍ତି । ରିଲିଫ୍ ସହାୟତା ଘୋଷଣା ହୋଇଛି । ବାତ୍ୟା ଦିତଓ୍ଵାହ ଏବେ ଭାରତ ଉପକୂଳବର୍ତ୍ତୀ ରାଜ୍ୟ ଆଡ଼କୁ ଗତି କରୁଛି । ପ୍ରାକୃତିକ ବିପର୍ଯ୍ୟରେ ଲଢେଇ କରୁଛି ଶ୍ରୀଲଙ୍କା । ଏପରି ସ୍ଥିତିରେ ସହାୟତାର ହାତ ବଢାଇଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି ଭାରତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଶ୍ରୀଲଙ୍କାର ଏହି ସଙ୍କଟମୟ ସମୟରେ ସହାୟତା କରିବା ପାଇଁ "ଅପରେସନ୍ ସାଗର ବନ୍ଧୁ" ଆରମ୍ଭ ହୋଇଛି । ଭାରତୀୟ ନୌସେନାର ବିମାନ ବାହକ INS ବିକ୍ରାନ୍ତ ଏବଂ INS ଉଦାୟଗିରି ଦ୍ୱାରା ପ୍ରଥମ ପର୍ଯ୍ୟାୟ ରିଲିଫ୍ ସାମଗ୍ରୀ ପଠାଯାଇଛି ।

ଅଧିକ ପଢ଼ନ୍ତୁ ବିଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyclone Ditwah: ଶ୍ରୀଲଙ୍କାରେ ଭାରତର "ଅପରେସନ୍ ସାଗର ବନ୍ଧୁ" | Argus News